MCD ସଦନରେ ନୂଆ ହଙ୍ଗାମା, ମେୟର ନିର୍ବାଚନ ପରେ ବି ହୋଇପାରୁନି ଷ୍ଟାଣ୍ଡିଂ କମିଟି ନିର୍ବାଚନ, ୫ବାଲଟ ଗାୟବ!

Published By : Prameya-News7 Bureau | February 22, 2023 IST

ନୂଆଦିଲ୍ଲୀ ୨୨।୨: ଦିଲ୍ଲୀ ନଗରନିଗମ (ଏମସିଡି)କୁ ନୂଆ ମେୟର ମିଳିଯାଇଛନ୍ତି। ଆମ ଆଦମୀ ପାର୍ଟିର ସେଲି ଓବ୍ରୟ ବିଜୟୀ ହୋଇଛନ୍ତି। ଅନେକ ବାଧାବିଘ୍ନ ପରେ ମେୟର ନିର୍ବାଚନ ହୋଇଛି। ତେବେ ଏହା ପରେ ହେବାକୁ ଥିବା ଷ୍ଟାଣ୍ଡିଂ କମିଟି ନିର୍ବାଚନ ପୁଣି ଫଶି ଯାଇଛି। ଏପର୍ଯ୍ୟନ୍ତ ୨୫୦ରୁ ୪୭ ଜଣ କାଉନସିଲର ଭୋଟ ଦେଇଛନ୍ତି। କୁହାଯାଉଛି ୫ କାଉନସିଲର ଭୋଟ ଦେଇଛନ୍ତି, ହେଲେ  ବାଲଟ ପେପର ଫେରସ୍ତ କରିନାହାନ୍ତି। ଏଥି ଲାଗି ଏବେ ସଦନରେ ପୁଣି ହଙ୍ଗାମା ଆରମ୍ଭ ହୋଇଯାଇଛି।

{"id":749464,"width":839,"height":553,"sizeSlug":"full","linkDestination":"none"}

ଉଲ୍ଲେଖ ଯୋଗ୍ୟ ଯେ ସଦନରେ ୫-୫ଜଣ କାଉନସିଲରଙ୍କୁ ଡକାଇ ଭୋଟିଂ କରାଯାଉଥିଲା। ଏଥିଲାଗି ୫ କାଉନସିଲରଙ୍କୁ ଡକାଯିବା ମାତ୍ରେ ସଦନରେ ହଙ୍ଗାମା ଆରମ୍ଭ ହୋଇଯାଇଥିଲା। ଏଥିରେ ଯେଉଁ କାଉନସିଲରଙ୍କୁ ବାଲଟ ପେପର ଦିଆଯାଇଥିଲା ସେମାନେ ତାହା ଫେରସ୍ତ କଲେ ନାହିଁ। ଦୀର୍ଘ ସମୟ ଧରି ମେୟର ବାଲଟ ପେପର ଫେରାଇବା ପାଇଁ ବାରମ୍ବାର ନିବେଦନ କରୁଥିଲେ ହେଁ କାଉନସିଲର ମାନେ ବାଲଟ ପେପର ଫେରାଉ ନାହାନ୍ତି। ଫଳରେ ବିଜେପି କାଉନସିଲରଙ୍କ ଦାବି ମାନିବା ସତ୍ତ୍ୱେ ଷ୍ଟାଣ୍ଡିଂ କମିଟି ନିର୍ବାଚନ ଏବେ ବିବାଦରେ ଫଶି ଯାଇଛି।

{"id":749465,"sizeSlug":"full","linkDestination":"none"}

ଏପର୍ଯ୍ୟନ୍ତ ୪୭ ଜଣ କାଉନସିଲର ଷ୍ଟାଣ୍ଡିଂ କମିଟି ନିର୍ବାଚନରେ ଭୋଟ ଦେଇପାରିଛନ୍ତି। ଉପୁଜିଥିବା ପରିସ୍ଥିତିରେ ବିଜେପି କାଉନସିଲରମାନେ ଦୁର୍ନୀତିର ଅଭିଯୋଗ କରିଛନ୍ତି। ମାମଲାରେ ନିଗମ କମିଶନର ଓ ନିଗମ ସଚିବଙ୍କୁ ମଧ୍ୟ ଅଭିଯୋଗ କରାଯାଇଛି। ଆମ ଆଦମୀ ପାର୍ଟିକୁ ବିଜେପି ଏବେ ଟାର୍ଗେଟ କରୁଛି। ଜାଣି ଶୁଣି ନିର୍ବାଚନ ବିଳମ୍ବିତ କରାଯାଉଥିବା କାଉନସିଲରମାନେ ଅଭିଯୋଗ କରୁଛନ୍ତି। ତେବେ ମେୟର ବାରମ୍ବାର ବାଲଟ ଫେରାଇବା ଲାଗି କାଉନସିଲରଙ୍କୁ ନିବେଦନ କରୁଥିଲେ  ମଧ୍ୟ କାଉନସିଲରମାନେ ବାଲଟ ଫେରାଉ ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.