ଅନୁଚ୍ଛେଦ 370 ପ୍ରତ୍ୟାହାର ପରେ ଜମ୍ମୁ-କାଶ୍ମୀରର ହେବ ପ୍ରଥମ ପଞ୍ଚାୟତ ନିର୍ବାଚନ, ଘୋଷଣା ହେଲା ତାରିଖ

Published By : Prameya-News7 Bureau | February 13, 2020 IST

ଶ୍ରୀନଗର ୧୩।୨:  ଜମ୍ମୁ-କାଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ ପ୍ରଥମ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି। ରାଜ୍ୟରୁ ୩୭୦ ଧାରା ହଟିବା ପରେ ଏହା ପ୍ରଥମ ନିର୍ବାଚନ। ଏଥିଲାଗି ମୁଖ୍ୟ ନିର୍ବାଚନ ଅଧିକାରୀ ଶୈଳେନ୍ଦ୍ର କୁମାର ଗୁରୁବାର ତାରିଖ ଘୋଷଣା କରିଛନ୍ତି। ସବୁ ନିର୍ବାଚନ ଭଳି ଏଥର ମଧ୍ୟ ପଞ୍ଚାୟତ ନିର୍ବାଚନରେ ଭୋଟ ବକ୍ସ ଓ ବାଲେଟ୍ ପେପରର ବ୍ୟବହାର ହେବ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ।

{"id":223958,"width":580,"height":401,"sizeSlug":"large"}

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଘୋଷଣା ଅନୁସାରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ମାର୍ଚ୍ଚ ୫ରୁ ୨୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ୮ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନ ଲାଗି ଘୋଷଣା ସହ ଆଦର୍ଶ ଆଚରଣ ସଂହିତା ମଧ୍ୟ  ଲାଗୁ ହୋଇଯାଇଛି। ଗତବର୍ଷ ଅଗଷ୍ଟମାସରେ କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀର ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର କରିଥିଲେ। ଫଳରେ  ରାଜ୍ୟ ଉପଭୋଗ କରୁଥିବା ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହୃତ ହୋଇଥିବା ବେଳେ ରାଜ୍ୟରୁ ଲଦ୍ଦାଖକୁ ପୃଥକ ହୋଇଯାଇଛି। ସରକାରଙ୍କ ନିଷ୍ପତ୍ତି ଅନୁସାରେରେ ଲଦ୍ଦାଖକୁ ଏକ ପୃଥକ କେନ୍ଦ୍ର ଶାସିତ ରାଜ୍ୟରେ ପରିଣତ କରାଯାଇଛି। 

{"id":223959,"sizeSlug":"large"}

ତେବେ ଆସନ୍ତୁ ଜାଣିବା କେଉଁ ଦିନ ହେବ କେଉଁ ପର୍ଯ୍ୟାୟ ଭୋଟ
ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ ମାର୍ଚ୍ଚ ୫ ତାରିଖ ଦିନ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ସେହିପରି ୭ ତାରିଖ ଦିନ ଦ୍ୱିତୀୟ ଓ ୯ ତାରିଖ ଦିନ ତୃତୀୟ ପର୍ଯ୍ୟାୟ ଭୋଟ ହେବ। ସେହିପରି ୧୨ ତାରିଖରେ ଚତୁର୍ଥ, ୧୪ରେ ପଞ୍ଚମ, ୧୬ରେ ଷଷ୍ଠ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ମାର୍ଚ୍ଚ ୧୮ରରେ ସପ୍ତମ ଓ ୨୦ ତାରିଖରେ ଅଷ୍ଟମ ତଥା ଚୂଡାନ୍ତ ପର୍ଯ୍ୟାୟ ମତଦାନ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.