ପାକିସ୍ତାନରେ ନିର୍ବାଚନ

Published By : Prameya-News7 Bureau | July 27, 2018 IST

ପାକିସ୍ତାନ ତେହରିକ ଇନସାଫ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ମ୍ୟାଜିକ୍ ନମ୍ବରର ବହୁତ ନିକଟତର ହୋଇଛି। ତେଣୁ ଇମ୍ରାନ ଖାନ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ସୃଷ୍ଚି ହୋଇଛି। ପାକିସ୍ତାନ ନିର୍ବାଚନ ଆୟୋଗ ଏଯାଏ ଭୋଟ ଗଣତିର ଚୂଡାନ୍ତ ଫଳାଫଳ ଘୋଷଣା କରିନାହାଁନ୍ତି। ତେବେ ଏଯାଏ ଭୋଟଗଣତି ହୋଇଥିବା ୪୯ ପ୍ରତିଶତ ମତଦାନର ଟ୍ରେଣ୍ଡ ଅନୁଯାୟୀ ପାକିସ୍ତାନ ତେହରିକ ଇନସାଫ ୧୨୦ ସିଟରେ ଆଗୁଆ ରହିଥିବାବେଳେ PML-N ୬୧ ଆସନରେ, ପିପିପି ୪୦ଟି ଆସନରେ ଆଗୁଆ ରହିଛି। ନିର୍ବାଚନରେ ତାଙ୍କର ଦଳକୁ ବିପୁଳ ଜନସମର୍ଥନ ମିଳିଥିବାରୁ ପାକିସ୍ତାନର ଜନସାଧାରଣଙ୍କୁ ଟେଲିଭିଜନରେ ସମ୍ବୋଧନ କରି କୃତଜ୍ଞତା ଜଣାଇଛନ୍ତି ମୋଦି। ଭାରତ ସହ ସମ୍ପର୍କ ନେଇ ଇମ୍ରାନ ତାଙ୍କର ଭବିଷ୍ୟତ ରଣନୀତି ନେଇ ଦେଇଛନ୍ତି ଆଭାସ। ଦୁଇ ଦେଶ ମଧ୍ୟରେ ରହିଥିବା ତିକ୍ତତାକୁ ସୁଧାରିବାକୁ ଚାହିଁବାକୁ ଚାହିଁଛନ୍ତି ଇମ୍ରାନ ଖାନ୍। ଏଦିଗରେ ଭାରତ ଗୋଟିଏ ପାଦ ବଢାଇଲେ ଆମେ ଦୁଇ ପାଦ ଆଗକୁ ବଢିବୁ ବୋଲି କହିଛନ୍ତି ଇମ୍ରାନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.