oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ଉପରାଷ୍ଟ୍ରପତି ନିର୍ବାଚନରେ ମୋଦି, ମନମୋହନ, ଶାହଙ୍କ ସମେତ ଭୋଟ ଦେଲେ ସୋନିଆ ଓ ଅନ୍ୟ ସାଂସଦ, ସନ୍ଧ୍ୟାରେ ଗଣନା

6/08/2022 at 4:12 PM

ନୂଆଦିଲ୍ଲୀ ୬।୮: ଭାରତର ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନ ଲାଗି ଶନିବାର ମତଦାନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ଦଳର ସାଂସଦମାନେ ମତଦାନ କରିଛନ୍ତି। ପୂର୍ବାହ୍ନ ୧୦ଟାରେ ଆରମ୍ଭ ହୋଇଥିବା ଭୋଟ ଗ୍ରହଣ ଅପରାହ୍ନ ୫ ପର୍ଯ୍ୟନ୍ତ ଚାଲିବ। ଭୋଟ ଗ୍ରହଣ ଶେଷରେ ଗଣନା କରାଯିବ।

ସର୍ବ ପ୍ରଥମେ ଭୋଟଦାତା ସାଂସଦଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଭୋଟ କରିଥିଲେ। ଏହା ପରେ ଭୋଟଦାନର ଫଟୋ ସହ ଏକ ଟ୍ୱିଟ୍‌ ପୋଷ୍ଟ କରିଥିଲେ। ଯେଉଁଥିରେ ୨୦୨୨ ଉପରାଷ୍ଟ୍ରପତି ନିର୍ବାଚନ ଲାଗି ମତଦାନ କଲି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ମଧ୍ୟ ମତଦାନର ଫଟୋ ସହ ଟ୍ୱିଟ୍ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଭୋଟ ଦେବା ପାଇଁ ହ୍ୱିଲ ଚେୟାରରେ ସଂସଦ ଆସିଥିଲେ ଓ ଉପରାଷ୍ଟ୍ରପତି ନିର୍ବାଚନରେ ତାଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ।

କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ମଧ୍ୟାହ୍ନ ବେଳକୁ ମତଦାନ ଲାଗି ସଂସଦ ଭବନକୁ ଆସିଥିଲେ। ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ, ଲୋକସଭାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ, ପାର୍ଟି ସାଧାରଣ ସମ୍ପାଦକ ଜୟରାମ ରମେଶଙ୍କ ସମେତ ବିରୋଧୀ ଦଳର ସାଂସଦମାନେ ମତାଧିକାର ସାବ୍ୟସ୍ତ କରିଥିଲେ। ଉପରାଷ୍ଟ୍ରପତି ନିର୍ବାଚନରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ମଧ୍ୟ ମତଦାନ କରିଥିଲେ।

ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡଙ୍କ ସହ ମିଳିତ ବିରୋଧୀ ଦଳଙ୍କ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କ ପ୍ରତିଦ୍ୱନ୍ଦ୍ୱୀତା ହେଉଛି। ଭୋଟଗ୍ରହଣ କାଳରେ ବିରୋଧୀ ଦଳଙ୍କ ପ୍ରାର୍ଥୀ ମାର୍ଗାରେଟ ଆଲଭା ସଂସଦ ଭବନକୁ ଆସିବା ସହ ବିଭିନ୍ନ ନେତାଙ୍କୁ ଭେଟିଥିଲେ। କ୍ଷମତାସୀନ ବିଜେପି ନିକଟରେ ଲୋକସଭାରେ ସ୍ପଷ୍ଟ ବହୁମତ ରହିଛି। ସେହିପରି ରାଜ୍ୟସଭାରେ ବିଜେପିର ୯୧ ଜଣ ସଦସ୍ୟ ଥିବାରୁ ଏନଡିଏ ପ୍ରାର୍ଥୀ ଜଗଦୀପ ଧନକଡ ବହୁମତ ପାଉଥିବା ସ୍ପଷ୍ଟ ଜଣାପଡୁଛି । ଏଣୁ ଜଗଦୀପ ଧନକଡ ବର୍ତ୍ତମାନର ଉପରାଷ୍ଟ୍ରପତି ଏମ.ଭେଙ୍କୟା ନାୟଡୁଙ୍କ ସ୍ଥାନ ଗ୍ରହଣ କରିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି।

   Related Posts