ବାଜିଲା ନିର୍ବାଚନ ବିଗୁଲ: ୩ ରାଜ୍ୟରେ ତାରିଖ ଘୋଷଣା, ତ୍ରିପୁରାରେ ଫେବ୍ରୁଆରୀ ୧୬, ନାଗାଲାଣ୍ଡ ଓ ମେଘାଳୟ ୨୭ରେ ମତଦାନ

Published By : Prameya-News7 Bureau | January 18, 2023 IST

ନୂଆଦିଲ୍ଲୀ: ବାଜିଲା ବିଗୁଲ, ଘୋଷଣା ହେଲା ତାରିଖ । ୩ ପୂର୍ବତର ରାଜ୍ୟରେ ହେବ ବିଧାନସଭା ନିର୍ବାଚନ । ନାଗଲାଣ୍ଡ, ମେଘାଳୟ ଓ ତ୍ରିପୁରାରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଆସନ୍ତା ଫେବ୍ରୁଆରୀ ୧୬ ତାରିଖରେ ତ୍ରିପୁରା ଏବଂ ମେଘାଳୟ ଓ ନାଗାଲାଣ୍ଡ ଫେବ୍ରୁଆରୀ ୨୭ ତାରିଖରେ ମତଦାନ ହେବ । ସେହିପରି ମାର୍ଚ୍ଚ ୨ ତାରିଖରେ ତିନି ରାଜ୍ୟର ନିର୍ବାଚନ ଫଳ ପ୍ରକାଶ ପାଇବ ।  

ପୂର୍ବତର ତିନି ରାଜ୍ୟରେ ମୁକ୍ତ ଏବଂ ଅବାଧ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର । ନାଗାଲାଣ୍ଡ, ମେଘାଳୟ ଓ ତ୍ରିପୁରାରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ । ଜାନୁଆରୀ ୨୧ ତାରିଖରେ ତ୍ରିପୁରା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିପରି ନାଗାଲାଣ୍ଡ ଓ ମେଘାଳୟ ପାଇଁ ଜାନୁଆରୀ ୩୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ତ୍ରିପୁରାରେ  ଜାନୁଆରୀ ୩୦ ତାରିଖରୁ ନାମାଙ୍କନ ଦଖଲ କରି ପାରିବେ ପ୍ରାର୍ଥୀ । ନାଗାଲାଣ୍ଡ ଓ ମେଘାଳୟରେ ଫେବ୍ରୁଆରୀ ୭ ତାରିଖରେ ନାମାଙ୍କନ କରି ଭରିବେ ପ୍ରାର୍ଥୀ । ସେହିପରି ଜାନୁଆରୀ ୩୧ ତାରିଖରେ ତ୍ରିପୁରା ପ୍ରାର୍ଥୀପତ୍ର ଯାଞ୍ଚ ହେବ । ନାଗାଲାଣ୍ଡ ଓ ମେଘାଳୟରେ ଫେବ୍ରୁଆରୀ ୮ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ତ୍ରିପୁରାରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ ଫେବ୍ରୁଆରୀ ୨ ରହିଥିବା ବେଳେ ଏବଂ ଅନ୍ୟ ଦୁଇ ରାଜ୍ୟରେ ୧୦ ତାରିଖରେ ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ ।  

{"id":734592,"width":839,"height":472,"sizeSlug":"full","linkDestination":"none"}

କେବେ କେଉଁଠି ମତଦାନ

ନାଗାଲାଣ୍ଡ- ଫେବୃଆରୀ ୨୭

ମେଘାଳୟ- ଫେବୃଆରୀ ୨୭

ତ୍ରିପୁରା- ଫେବୃଆରୀ ୧୬

ତିନୋଟି ରାଜ୍ୟର ବିଧାନସଭା ସିଟ୍ ସଂଖ୍ୟା ହେଉଛି ୬୦। ଏହି ତିନୋଟି ରାଜ୍ୟରେ ୨ ଲକ୍ଷ ୨୮ ହଜାର ନୂତନ ଭୋଟର ସାମିଲ୍ ହୋଇଛନ୍ତି। ଏଥିରୁ ଦୁଇ ହଜାରରୁ ଅଧିକ ଭୋଟରଙ୍କ ବୟସ ୧୦୦ରୁ ଅଧିକ ରହିଛି। ନାଗାଲାଣ୍ଡ, ମେଘାଳୟ ଏବଂ ତ୍ରିପୁରାର ପାଞ୍ଚ ବର୍ଷର ବିଧାନସଭା କାର୍ଯ୍ୟକାଳ ଯଥାକ୍ରମେ ମାର୍ଚ୍ଚ ୧୨, ମାର୍ଚ୍ଚ ୨୨ ଏବଂ ମାର୍ଚ୍ଚ ୧୫ରେ ସମାପ୍ତ ହେଉଛି। ବର୍ତ୍ତମାନ ତ୍ରିପୁରାରେ ବିଜେପି ସରକାରରେ ଥିବା ବେଳେ ବାମଦଳ ଏବଂ ଆଦିବାସୀ ପାର୍ଟି ଦଳର ଅଡୁଆ ବଢାଇ ପାରନ୍ତି।

ନାଗାଲାଣ୍ଡ,  ତ୍ରିପୁରା ଏବଂ ମେଘାଳୟରେ ଭୋଟର ସଂଖ୍ୟା- ୬୨ ଲକ୍ଷ ୮ ହଜାର

ମହିଳା ଭୋଟରଙ୍କ ସଂଖ୍ୟା- ୩୧ ଲକ୍ଷ ୪୭ ହଜାର

ପ୍ରଥମ ଥର ଭୋଟ୍ ଦେବେ- ଏକ ଲକ୍ଷ ୭୬ ହଜାର

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.