ନୂଆଦିଲ୍ଲୀ - ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଶନିବାରରେ ତାରିଖ ଘୋଷଣା କରାଯାଇଛି । ଏହାସହ ନିର୍ବାଚନ ଆଚରଣବିଦ୍ଧି ଲାଗୁ ହୋଇଛି । ଅକ୍ଟୋବର ୨୧ ତାରିଖରେ ଗୋଟିଏ ଦିନରେ ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।
{"id":160762}ଏଥିପାଇଁ ସେପ୍ଟେମ୍ବର ୨୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ।
ଅକ୍ଟୋବର ୪ ନାମାଙ୍କନ ଦାଖଲର ଶେଷ ତାରିଖ ଥିବା ବେଳେ ଅକ୍ଟୋବର ୭ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାର ହେବ ।
{"id":160764}ଅକ୍ଟୋବର ୨୪ ତାରିଖରେ ପ୍ରକାଶ ପାଇବ ରେଜଲ୍ଟ ।
ମହାରାଷ୍ଟ୍ରରେ ମୋଟ୍ ୨୮୮ ବିଧାନସଭା ଆସନ ପାଇଁ ୮ କୋଟି ୯୦ ଲକ୍ଷ ଭୋଟର ମତଦାନ କରିବେ
{"id":160766}ହରିୟାଣାରେ ମୋଟ୍ ୯୦ଟି ବିଧାନସଭା ଆସନ ପାଇଁ ମତଦାନ କରିବେ ୧ କୋଟି ୮୨ ଲକ୍ଷ ଭୋଟର ।
ଉଭୟ ରାଜ୍ୟରେ ବିଜେପି ସରକାର କ୍ଷମତାରେ ରହିଛି ।
ସେହିପରି ୧୭ଟି ରାଜ୍ୟର ୬୪ଟି ବିଧାନସଭା ଏବଂ ବିହାରର ସମସ୍ତିପୁର ଲୋକସଭା ଉପନିର୍ବାଚନ ମଧ୍ୟ ଅକ୍ଟୋବର ୨୧ ତାରିଖରେ ହେବ ଭୋଟ୍ ଗ୍ରହଣ ।
{"id":160767}ଏଥିପାଇଁ ସେପ୍ଟେମ୍ବର ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇବ ।
ସେପ୍ଟେମ୍ବର ୩୦ ନାମାଙ୍କନ ଦାଖଲର ଶେଷ ତାରିଖ ଥିବା ବେଳେ ଅକ୍ଟୋବର ୧ ସୁଦ୍ଧା ନାମାଙ୍କନ ଯାଞ୍ଚ ହେବ।…