ଭୁବନେଶ୍ବର ୪।୬: ଭୋଟିଂ ସରିବା ପରେ ମଙ୍ଗଳବାର ହେଉଛି ଭୋଟ୍ ଗଣତି । ଆଉ କିଛି ସମୟ ପରେ ଖୋଲିବ EVM । ଦେଶରେ ୭ଟି ପର୍ଯ୍ୟାୟରେ ହୋଇଥିବା ସାଧାରଣ ନିର୍ବାଚନର ଫଳାଫଳ ସାମ୍ନାକୁ ଆସିବ । ଓଡ଼ିଶାରେ ମଧ୍ୟ ୪ଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନ ଫଳାଫଳ ପାଇଁ ମଙ୍ଗଳବାର ସକାଳ ୮ଟାରୁ ଆରମ୍ଭ ହୋଇଯିବ ଭୋଟ୍ ଗଣତି । ଭୋଟ୍ ଗଣତି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୧୪୭ ବିଧାନସଭା ଓ ୨୧ ଲୋକସଭାର ଭୋଟ୍ ଗଣତି ପାଇଁ ଭୋଟ୍ ଗଣତି କେନ୍ଦ୍ର ପ୍ରସ୍ତୁତ ହୋଇଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରହିବ ପ୍ରତିଟି ଭୋଟ୍ ଗଣତି କେନ୍ଦ୍ର ।
ମଙ୍ଗଳବାର ସକାଳ ୮ଟାରୁ ୭୦ଟି କାଉଣ୍ଟିଂ ସେଣ୍ଟରରେ ଆରମ୍ଭ ହୋଇଯିବ ଭୋଟ୍ ଗଣତି । ଦେଶରେ ୭ଟି ପର୍ଯ୍ୟାୟରେ ହୋଇଥିବା ସାଧାରଣ ନିର୍ବାଚନରେ ହୋଇଥିବା ଭୋଟିଂର କାଉଣ୍ଟିଂ ହେବ । ଓଡ଼ିଶାରେ ୧୪୭ ବିଧାନସଭା ଓ ୨୧ ଲୋକସଭାର ଭୋଟ୍ ଗଣତି ପାଇଁ ଭୋଟ୍ ଗଣତି କେନ୍ଦ୍ର ପ୍ରସ୍ତୁତ ହୋଇଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରହିବ ପ୍ରତିଟି ଭୋଟ୍ ଗଣତି କେନ୍ଦ୍ର । ସାରା ରାଜ୍ୟରେ ୬୯ ଷ୍ଟ୍ରଙ୍ଗ୍ ରୁମ୍ରେ ସୁରକ୍ଷିତ ଭାବେ ରଖାଯାଇଥିବା EVM ଗୁଡ଼ିକୁ କାଉଣ୍ଟିଂ ସେଣ୍ଟରକୁ ଅଣାଯାଇ ଭୋଟ୍ ଗଣତି କରାଯିବ । ପ୍ରଥମେ ପୋଷ୍ଟାଲ ବାଲଟ୍ ଗଣତି କରାଯିବ । ଏହାପରେ ଆରମ୍ଭ ହେବ EVMର ଭୋଟ୍ କାଉଣ୍ଟିଂ । ପ୍ରତିଟି କାଉଣ୍ଟିଂ ସେଣ୍ଟରରେ ଅବଜର୍ଭର, ଆସିଷ୍ଟାଣ୍ଟ, ମାଇକ୍ରୋ ଅବଜର୍ଭର ନିୟୋଜିତ ହୋଇଛନ୍ତି । ପ୍ରତିଟି କାଉଣ୍ଟିଂ ଟେବୁଲରେ ପ୍ରାର୍ଥୀମାନଙ୍କ ଜଣେ ଲେଖାଏଁ ପ୍ରତିନିଧି ରହିବେ । କାଉଣ୍ଟିଂ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ ।
ପ୍ରତ୍ୟେକ ସ୍ଥାନରେ ସେଠାକାର ଏସପି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ । ଭୋଟ୍ ଗଣନା କେନ୍ଦ୍ର ବାହାରେ LCD ମାଧ୍ୟମରେ ଫଳାଫଳ ଘୋଷଣା କରାଯିବ । ପ୍ରତିଟି ରାଉଣ୍ଡର ଗଣତି ପରେ LCDରେ ପୂରା ତଥ୍ୟ ଦିଆଯିବ । ପ୍ରତିଟି କାଉଣ୍ଟିଂ ସେଣ୍ଟରକୁ ଓ୍ବେବ୍ କାଷ୍ଟିଂ ମାଧ୍ୟମରେ ମନିଟ୍ର କରିବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ରାଜ୍ୟରେ ୭୪.୪୪ ପ୍ରତିଶତ ଭୋଟିଂ ହୋଇଛି । ପ୍ରାୟ ଅଢ଼େଇ କୋଟିରୁ ଅଧିକ ମତ ଗଣନା ହେବ ।
୨୦୧୯ ତୁଳନାରେ ୨୦୨୪ରେ ମତଦାନ ହାର ବଢ଼ିଛି । ଚଳିତ ଥର ଅଧିକ ମହିଳା ଭୋଟର ସେମାନଙ୍କ ମତଦାନ କରିଛନ୍ତି । ୬୯ଟି ଇଭିଏମ୍ ଓ ଗୋଟିଏ ପୋଷ୍ଟାଲ ବାଲଟ୍ ଭୋଟିଂ ଗଣତି କେନ୍ଦ୍ର କରାଯାଇଛି । ଚଳିତ ନିର୍ବାଚନର ଫଳାଫଳ ଜାଣିବାକୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି । କେନ୍ଦ୍ରରେ କିଏ ଏବଂ ରାଜ୍ୟରେ କେଉଁ ଦଳ ଗଢିବ ସରକାର ଆଉ କିଛି ଘଣ୍ଟା ପରେ ଚିତ୍ର ହେବ ସ୍ପଷ୍ଟ ।
You Can Read :
ସକାଳ ପାହିଲେ ଭୋଟ୍ ଗଣତି, କାହା ସପକ୍ଷରେ ଯିବ ଜନତା ଜନାର୍ଦ୍ଦନଙ୍କ ରାୟ; ନେତାଙ୍କ ଛାତି ଧଡ଼ ଧଡ଼