ପ୍ରତାପୁରର ତୁମ୍ବେଶ୍ୱର ସେବା ସମବାୟ ସମିତିରେ ସରିଲା ନିର୍ବାଚନ

Published By : Prameya-News7 Bureau | June 27, 2022 IST

ପ୍ରତାପପୁର ୨୭/୦୬ : ସୋମବାର ପ୍ରତାପୁରରେ ଥିବା ତୁମ୍ବେଶ୍ୱର ସେବା ସମବାୟ ସମିତି ଦ୍ୱାରା ଆଜି ପ୍ରତାପୁର, ହାଣ୍ଡିଘର ଆଚୁଲି ଗାଁର ହିଣ୍ଡଳ ପଲି, ଚଢ଼େୟା ପଲି, ଦଳେଶ୍ୱର ଖଣ୍ଡି, ଗୋଠି ଆଳି, ମେଣ୍ଢା ପଲି ଗାଁକୁ ନେଇ ଏହି ତୁମ୍ବେଶ୍ୱର ସମବାୟ ସମିତି ଗଠନ କରାଯାଇ ସୋସାଇଟି ଚାଲୁଛି। ତେବେ ଦିବଗନ୍ତ ସଭାପତି ଥିବା ଉମାଚରଣ ପଟ୍ଟନାୟକଙ୍କ ସମୟରେ ଦୀର୍ଘ ୩୦ ବର୍ଷ ହେଲା ଏଠାରେ ନିର୍ବାଚନ ବଦଳରେ ପ୍ରାର୍ଥୀଙ୍କୁ କେବଳ  ମନୋନୀତ କରାଯାଉଥିଲା।

ତେବେ ଏହି ସୋସାଇଟି ୧୫ ଜଣ ନିର୍ଦ୍ଦେଶକ ଓ ସଦସ୍ୟଙ୍କୁ ନେଇ ପରିଚାଳନା କରାଯାଉଛି।  କିନ୍ତୁ ଏବର୍ଷ ପ୍ରଥମ ଥର  ପାଇଁ ୩୦ ବର୍ଷ ପରେ ଏହି ସୋସାଇଟିର ନିର୍ବାଚନ ହୋଇ ଥିଲା। ତେବେ ପ୍ରଥମରୁ ୭ ଜଣ ଅପ୍ରତିଦ୍ବନ୍ଦି ହୋଇଥିଲା ବେଳେ ୨ଜଣଙ୍କ ପ୍ରାର୍ଥୀପତ୍ର ନାକଚ କରାଯାଇଥିଲା। ଏବଂ ଜଣେ ପ୍ରତ୍ୟାହାର କରିଦେଇଥିଲେ। ତେବେ ଆଜି ଆଉ ୫ ଜଣଙ୍କ  ମଧ୍ୟରେ ଆଜି ପ୍ରତିଦ୍ବନ୍ଦ ହୋଇଥିଲା। ସେମାନଙ୍କ ମଧ୍ୟରେ ପ୍ରତାପୁର ଗାଁର ୧ ନମ୍ୱରରେ ରଙ୍କନିଧି ରାଉଳ ତାଙ୍କ ପ୍ରତିଦ୍ବନ୍ଦୀ  ଗୋପବନ୍ଧୁ ନାୟକଙ୍କୁ ପରାସ୍ତ  କରିଥିଲେ।  

ସେହିପରି ସନ୍ତୋଷ କୁମାର ମହାପାତ୍ର ତାଙ୍କ ପ୍ରତିଦ୍ବନ୍ଦୀ ସୁବାସ ଡୋରାଙ୍କୁ ପରାସ୍ତ କରିଥିଲେ। ୩ ନମ୍ୱରରେ ବୈଷ୍ଟମ୍ବ ବେହେରା ତାଙ୍କ ପ୍ରତିଦ୍ବନ୍ଦୀ ନଅଙ୍କ ଦାସଙ୍କୁ ପରାସ୍ତ କରିଥିଲେ। ସେହିପରି  ୪ ନମ୍ୱର ପାର୍ଥୀ ଭାବେ ଗୋବିନ୍ଦ ବେହେରା ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଆଛୁଲି ଗାଁର ତଥା ପୁରୁଷୋତ୍ତମପୁର ବିଜେଡି ବ୍ଲକ ଯୁବ ସଭାପତି ନୀଳମଣୀ  ପଣ୍ଡାଙ୍କୁ ପରାସ୍ତ କରିଛନ୍ତି।  ୫ ମ୍ୱର ପାର୍ଥୀ ଭାବେ ବସନ୍ତ କୁମାର ମହାପାତ୍ର ତାଙ୍କର ପ୍ରତିଦ୍ବନ୍ଦୀ ଏସ ଭୋବନି ରେଡ଼ିଙ୍କୁ ପରାସ୍ତ କରି  ନିର୍ଦ୍ଦେଶକ ପଦ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ନିର୍ବାଚିତ ପ୍ରତିନିଧିମାନେ ଆଗାମୀ ଦିନରେ ଏହି ୩ଟି ପଞ୍ଚାୟତ ର  ୫ଟି ଗାଁର ଚାଷୀମାନଙ୍କ ଉନ୍ନତି କରିବେ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.