ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଅଯୋଗ୍ୟ ଘୋଷଣା କଲେ ନିର୍ବାଚନ କମିଶନ ! ବିଧାୟକ ପଦ ରଦ୍ଦ ପାଇଁ ପରାମର୍ଶ, ବିଶେଷ ସୂତ୍ରରୁ ରାଜ୍ୟ ବରିଷ୍ଠ ନେତାଙ୍କ ସୂଚନା

Published By : Prameya-News7 Bureau | August 26, 2022 IST

ରାଞ୍ଚି: ବେଆଇନ ଖଣି କାରବାର ମମାଲରେ ନିର୍ବାଚନ କମିଶନ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଦୋଷୀ ବୋଲି ମାନିଥିବା ସୂଚନା ମିଳିଛି। ଏହି ଅଭିଯୋଗରେ ଇସି ହେମନ୍ତଙ୍କର ବିଧାୟକ ପଦ ରଦ୍ଦ କରିବା ପାଇଁ ରାଜ୍ୟପାଳଙ୍କୁ ପରାମର୍ଶ ଦେଇଥିବା ସୂଚନା ମିଳିଛି। ଯଦି ରାଜ୍ୟପାଳ ଏହି ପ୍ରସ୍ତାବକୁ ଅନୁମତି ଦିଅନ୍ତି ତେବେ ହେମନ୍ତ ସୋରେନ୍‌ଙ୍କୁ ଇସ୍ତଫା ଦେବାକୁ ହେବ। ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଲେ ତାଙ୍କର ମନ୍ତ୍ରୀମଣ୍ଡଳ ବି ଇସ୍ତଫା ଦେବେ। ତେବେ ନିୟମ ଅନୁସାରେ ୬ ମାସ ମଧ୍ୟରେ ସେ ପୁଣିଥରେ ନିର୍ବାଚିତ ହୋଇପାରିବେ।

ରାଜ୍ୟର ବରିଷ୍ଠ ନେତା ସର୍ଜୁ ରୟଙ୍କ ସୂଚନା ଅନୁସାରେ, ବିଶ୍ୱସ୍ତ୍ର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଇସି ସୋରେନ୍‌ଙ୍କୁ ବିଧାୟକ ପଦ ପାଇଁ ଅଯୋଗ୍ୟ ଘୋଷଣା କରିସାରିଛନ୍ତି। ଖୁବ୍‌ଶୀଘ୍ର ଏନେଇ ରାଜଭବନ ପକ୍ଷରୁ ବିଜ୍ଞପ୍ତି ଜାରି ହେବ। ଏହାପରେ ସୋରେନ ଇସ୍ତଫା ଦେଇପାରନ୍ତି, ନହେଲେ କୋର୍ଟର ଦ୍ୱାରସ୍ତ ହୋଇ ବିଜ୍ଞପ୍ତି ଉପରେ ରହିତାଦେଶ ଲଗାଇପାରନ୍ତି। ସର୍ଜୁ ରୟ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ପଦରେ ଥାଇ ପଦର ଅପବ୍ୟବହାର କରି ନିଜକୁ ଖଣି ଲିଜ୍ ଦେଇଥିବା ଅଭିଯୋଗ ସୋରେନ୍‌ଙ୍କ ନାଁରେ ଆସିଛି। ଯାହା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରୁଛି। ଏନେଇ ସୋରେନ୍‌ଙ୍କ ବିରୋଧରେ ମାମଲା ହେବା ପରେ ଇସି ଏହାର ତଦନ୍ତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.