ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ପ୍ରସ୍ତୁତି ଆରମ୍ଭ; ଜୁନ୍‌ ମାସରେ ତାରିଖ ଘୋଷଣା !

Published By : Prameya-News7 Bureau | June 09, 2024 IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ସରିଲା, ଏବେ ବିଧାନସଭା ଭୋଟ୍ । ଜାମ୍ମୁ-କାଶ୍ମୀରରେ ଶୀଘ୍ର ହେବ ବିଧାନସଭା ମତଦାନ  । କେନ୍ଦ୍ରଶାସିତ ପ୍ରଦେଶରେ ଲୋକସଭା ନିର୍ବାଚନକୁ ନେଇ ଲୋକଙ୍କ ଉତ୍ସାହକୁ ଦେଖି ଭାରତୀୟ ନିର୍ବାଚନ ଆୟୋଗ ମଧ୍ୟ ଉତ୍ସାହିତ ରହିଛନ୍ତି । ତେଣୁ ଜୁନ୍ ମାସରେ ମତଦାନ ତାରିଖ ଘୋଷଣା ହୋଇପାରେ । ସୂଚନା ଅନୁଯାୟୀ, ଜାମ୍ମୁ-କାଶ୍ମୀରରେ ଅଗଷ୍ଟ ମଧ୍ୟଭାଗ ସୁଦ୍ଧା ବିଧାନସଭା ଭୋଟ୍ ଶେଷ ହେବ ବୋଲି ଆଶା କରାଯାଉଛି ।

ଜାମ୍ମୁ-କାଶ୍ମୀରରେ ବିଧାନସଭା ଭୋଟ୍ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ନିର୍ବାଚନ ଆୟୋଗ । ଏ ବିଷୟରେ ECI ମଧ୍ୟ କେନ୍ଦ୍ରଶାସିତ ପ୍ରଦେଶର ସମସ୍ତ ରାଜନୈତିକ ଦଳ ମାନଙ୍କୁ ଅବଗତ କରାଯାଇଛନ୍ତି । ଦଳୀୟ ଚିହ୍ନ ବ୍ୟବହାର ପାଇଁ ଆବେଦନ କରିବାକୁ କହିଛନ୍ତି । ରାଜ୍ୟରେ ସମସ୍ତ ପଲିଟିକାଲ୍ ପାର୍ଟି ପଞ୍ଜୀକୃତ ହୋଇଛନ୍ତି, ହେଲେ ଦଳୀୟ ଚିହ୍ନ ମିଳିନାହିଁ । ତେଣୁ ଦଳୀୟ ଚିହ୍ନ ପାଇଁ ଆବେଦନ କରିବାକୁ କୁହାଯାଇଛି । 

ଅଞ୍ଚଳିକ ମାନ୍ଯତା ପ୍ରାପ୍ତ ଦଳଗୁଡ଼ିକର ପ୍ରାର୍ଥୀଙ୍କ ଚିହ୍ନ ସହିତ ଟିକେଟ୍ ବାଣ୍ଟିବାକୁ ଅଧିକାର ରହିଛି, ମାତ୍ର ଅନ୍ୟ ଛୋଟ ଛୋଟ ଦଳ ଗୁ଼ଡ଼ିକର ପ୍ରାର୍ଥୀମାନେ ସ୍ବାଧୀନ ପ୍ରାର୍ଥୀଙ୍କ ପରି ଉପଲବ୍ଧ ଥିବା ଅଲଗା ଅଲଗା ଫ୍ରି’ ଚିହ୍ନରେ ନିର୍ବାଚନ ଲଢ଼ିବେ । ସାଧାରଣତଃ କୌଣସି  ନିର୍ବାଚନ ସରିବାର ୬ମାସ ଭିତରେ ଦଳୀୟ ଚିହ୍ନ ଲାଗି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥାଏ । ହେଲେ ୨୦୧୮ରୁ   ଜାମ୍ମୁ-କାଶ୍ମୀରରେ ବିଧାନସଭା ଭାଙ୍ଗି ଦିନ ଠାରୁ ନୂଆ ବିଧାନସଭା ଗଠନ ହୋଇନାହିଁ । ତେଣୁ ନିର୍ବାଚନ ଆୟୋଗ ମତଦାନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । 

ସେପଟେ ୨୦୧୯ ଅଗଷ୍ଟ ୫ ତାରିଖରେ ଜାମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ  ଜାମ୍ମୁ-କାଶ୍ମୀର ଓ ଲଦାଖ ଦୁଇ କେନ୍ଦ୍ରଶାସିତ ପ୍ରଦେଶରେ ପରିଣତ ହୋଇଥିଲା । ଏହାକୁ ରାଜ୍ୟ ବିଭାଜନକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା । ସର୍ବୋଚ୍ଚ ଅଦାଲତ ଶୁଣାଣି ବେଳେ ସଂସଦର ନିଷ୍ପତ୍ତିକୁ ବଳବତ୍ତର ରଖିଥିଲେ ଏବଂ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ବିଧାନସଭା ନିର୍ବାଚନ ସାରିବାକୁ ଭାରତୀୟ ନିର୍ବାଚନ କମିଶନକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.