ଲୋକସଭା ନିର୍ବାଚନ ଇତିହାସରେ ସର୍ବାଧିକ ଟଙ୍କା ଜବତ କରିବା ଲକ୍ଷ୍ୟରେ ଇଲେକ୍ସନ କମିଶନ: ଏପର୍ଯ୍ୟନ୍ତ ଜବତ ହେଲାଣି...

Published By : Prameya-News7 Bureau | April 15, 2024 IST

indiatoday

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଏପ୍ରିଲ ୧୯ ତାରିଖ ଠାରୁ ଭୋଟ ପଡ଼ିବ। ହେଲେ ତା ପୂର୍ବରୁ ହଜାର ହଜାର କୋଟି ଟଙ୍କା ଜବତ କଲେଣଇ ନିର୍ବାଚନ କମିଶନ। ସୋମବାର ଇସି ଦେଇଥିବା ସୂଚନା ଅନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ୪,୫୬୦ କୋଟି ଟଙ୍କା ଜବତ କରାଯାଇ ସାରିଲାଣି। ଯାହା ୨୦୧୯ ନିର୍ବାଚନରେ ଜବତ ହୋଇଥିବା ମୋଟ ଟଙ୍କା ଠାରୁ ବି ଅଧିକ। 

ମାର୍ଚ୍ଚ ୧ ତାରିଖ ଠାରୁ ଇସି ଅଧିକାରୀମାନେ ଦୈନିକ ୧୦୦ କୋଟି ଟଙ୍କା ଜବତ କରୁଛନ୍ତି। ନିର୍ବାଚନ କମିଶନ ଜାରି କରିଥିବା ବିବୃତ୍ତିରେ କୁହାଯାଇଛି “୨୦୨୪ ସାଧାରଣ ନିର୍ବାଚନ ସମୟ ଜାରି ରହିଛି। ଦେଶରେ ୭୫ ବର୍ଷର ଲୋକସଭା ନିର୍ବାଚନ ଇତିହାସରେ ଚଳିତ ଥର ନିର୍ବାଚନ କମିଶନ ସର୍ବାଧିକ ଟଙ୍କା ଜବତ କରିବା ରାସ୍ତାରେ ଅଛି।”

ପଢ଼ନ୍ତୁ-ଜେଲ୍‌ରେ ରହିବେ ନା ବାହାରିବେ କେଜ୍ରିଓ୍ବାଲ ? ଇଡି ଗିରଫକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି

ଟଙ୍କା ସିଜ୍ କରିବା ପାଇଁ ଫ୍ଲାଇଂ ସ୍ୱାର୍ଡ, ଷ୍ଟାଟିଷ୍ଟିକ୍ସ ସର୍ଭିଲାନ୍ସ ଟିମ୍, ଭିଡିଓ ଭିୟୁଂ ଟିମ୍ ଏବଂ ବର୍ଡର ଚେକ୍‌ପୋଷ୍ଟ ୨୪ ଘଣ୍ଟା କାମରେ ଲାଗିଛନ୍ତି। ଯେମିତି ଲାଞ୍ଚ କିମ୍ବା କୌଣସି ନିଶା ସାମଗ୍ରୀ ବଣ୍ଟା ନଯାଏ ସେଥିପାଇଁ ଟିମ୍ ସତର୍କ ଅଛି ବୋଲି ଇସି କହିଛନ୍ତି।

ସୂଚନା ଥାଉକି ଲୋକସଭା ଇଲେକ୍ସନ ୭ଟି ପର୍ଯ୍ୟାୟରେ ହେବ। ଏପ୍ରିଲ ୧୯,୨୬, ମେ ୭, ୧୩, ୨୦, ୨୫ ଓ ଜୁନ ୧ ତାରିଖରେ ଭୋଟ ପଡ଼ିବ। ଜୁନ ୪ ତାରିଖରେ ଫଳାଫଳ ଘୋଷଣା କରାଯିବ। 

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.