scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୁଣି ବଢ଼ିଲା ଇମରାନଙ୍କ ପାଇଁ ଅଡ଼ୁଆ, ପିଟିଆଇ ଅଧ୍ୟକ୍ଷ ପଦରୁ ହଟାଇଲେ ନିର୍ବାଚନ ଆୟୋଗ

7/08/2023 at 9:18 PM

Imran Khan

ନୂଆଦିଲ୍ଲୀ, ୦୭/୦୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍‌ଙ୍କ ପାଇଁ ବଢ଼ିବାରେ ଲାଗିଛି ଅଡ଼ୁଆ। ତୋଶାଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଇମରାନ ଖାନ୍‌ଙ୍କୁ ତିନି ବର୍ଷର ଜେଲ୍‌ ଦଣ୍ଡ ହୋଇଛି। ଆହୁରି ପୁଣି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବା ଉପରେ ରୋକ୍‌ ମଧ୍ୟ ଲାଗିଛି। ଏମିତିରେ ଏବେ ଇମରାନଙ୍କ ରାଜନୀତିକ କ୍ୟାରିୟର ଏବେ ସଙ୍କଟରେ। ଏହାରି ମଧ୍ୟରେ ପାକିସ୍ତାନ ନିର୍ବାଚନ ଆୟୋଗ (ECP) ଇମରାନଙ୍କୁ ଆଉ ଏକ ଝଟକା ଦେଇଛନ୍ତି। ନିର୍ବାଚନ ଆୟେରଗ ‘ପାକିସ୍ତାନ ତେହେରିକ୍ ଏ ଇନ୍ସାଫ’ ପିଟିଆଇର ଅଧ୍ୟକ୍ଷ ପଦରୁ ଇମରାନ୍‌ଙ୍କୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ମୁଖ୍ୟ ନିର୍ବାଚନ ଆୟୋଗ ସିକନ୍ଦର ସୁଲତାନ ରାଜାଙ୍କ ନେତୃତ୍ବରେ ଗଠିତ କମିଶନ ଇମରାନଙ୍କ ଗିରଫଦାରି ପରେ ସ୍ଥିତି ସମୀକ୍ଷା କରି ଏହି ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଦୋଷୀ ସାବ୍ୟସ୍ତ ହୋଇଥିବାରୁ ଇମରାନ ପିଟିଆଇ ମୁଖ୍ୟ ଭାବରେ କାର୍ଯ୍ୟଭାର ସମ୍ଭାଳିବା ପାଇଁ ଯୋଗ୍ୟ ନୁହଁନ୍ତି। ଏଥିପାଇଁ ଏବେ ନିର୍ବାଚନ ଆୟୋଗ ତାଙ୍କୁ ବରଖାସ୍ତ କରିବାକୁ ଆଦେଶ ଜାରି କରୁଛନ୍ତି।

ଆହୁରି ପଢ଼ନ୍ତୁ: ଇମ୍ରାନ ଖାନଙ୍କୁ ୩ବର୍ଷ ଜେଲ୍; ତୋଷାଖାନା ମାମଲାରେ ଦୋଷୀ ସାବ୍ୟସ୍ତ

ସୂଚନାଥାଉକି, ଇମରାନ ଖାନ ଶନିବାର ତୋଶାଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଆଉ ତାଙ୍କୁ ତିନି ବର୍ଷର ଦଣ୍ଡ ଶୁଣାଯାଇଛି। ଦଣ୍ଡ ଘୋଷଣା ହେବା ପରେ ତାଙ୍କୁ ଗିରଫ କରାଯାଇ ଜେଲ୍‌ ପଠାଯାଇଥିଲା। ଇମରାନଙ୍କୁ କେବଳ ଦଣ୍ଡ ଶୁଣାଯାଇନାହିଁ ବରଂ ତାଙ୍କ ଉପରେ ୧ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଯାଇଛି। ଅତିରିକ୍ତ ସେଶନ ଜଜ୍‌ ହୁମାୟୁଁ ଦିଲାବର ଇମରାନଙ୍କୁ ପାଞ୍ଚ ବର୍ଷ ପାଇଁ ନିର୍ବାଚନ ଲଢ଼ିବା ଉପରେ ରୋକ୍‌ ଲଗାଇଛନ୍ତି। ଏହିଭଳି ଭାବରେ ସେ ନିକଟରେ ହେବାକୁ ଥିବା ନିର୍ବାଚନରେ ଭାଗ ନେଇପାରିବେନାହିଁ।

ବୁଧବାର ଇସ୍ତଫା ଦେଇପାରନ୍ତି ଶହବାଜ ଶରିଫ୍‌

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ୍‌ ନିଜ ପଦରୁ ବୁଧବାର ଇସ୍ତଫା ଦେଇପାରନ୍ତି। ଏହାପରେ କାର୍ଯ୍ୟବାହୀ ପ୍ରଧାନମନ୍ତ୍ରୀ ଦେଶର ଶାସନ ସମମ୍ଭାଳିବେ। ପାକିସ୍ତାନ ଲୋକସଭାର କାର୍ଯ୍ୟକାଳ ଅଗଷ୍ଟ ୧୨ରେ ଶେଷ ହେଉଛି। ଏହାର ଠିକ୍‌ ୬୦ ଦିନ ମଧ୍ୟ​ରେ ନିର୍ବାଚନ କରିବାର ଅଛି। ସେହିଭଳି ଯଦି ସଂସଦକୁ କାର୍ଯ୍ୟକାଳ ପୂରା ହେବା ପୂର୍ବରୁ ଭଙ୍ଗ କରାଯାଉଛି ତେବେ​‌​‌ ୯୦ ଦିନ ମଧ୍ୟରେ ନିର୍ବାଚନ କରିବାକୁ ହୋଇଥାଏ। ଏହି କାରଣରୁ ଏବେ ପାକିସ୍ତାନରେ କାର୍ଯ୍ୟବାହୀ ପିଏମ ନାମଙ୍କ ଉପରେ ଚର୍ଚ୍ଚା ହେଉଛି।

   Related Posts