‘ରିମୋଟ୍ ଭୋଟିଂ ମେସିନ୍’ ଆଣିଲେ ନିର୍ବାଚନ ଆୟୋଗ, ସହଜରେ ଭୋଟ୍ ଦେଇପାରିବେ ଘରୋଇ ପ୍ରବାସୀ
29/12/2022 at 1:46 PM

ନୂଆଦିଲ୍ଳୀ, ୨୯/୧୨: ଦେଶରେ ଅନ୍ୟ ରାଜ୍ୟ ଏବଂ ସହରରେ ରହି କାମ କରୁଥିବା ପ୍ରବାସୀଙ୍କ ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି। ଘରୋଇ ପ୍ରବାସୀ ମତାଦାତାଙ୍କ ପାଇଁ ନିର୍ବାଚନ ଆୟୋଗ ‘ରିମୋଟ୍ ଭୋଟିଂ ମେସିନ୍’ (RVM) ବିକଶିତ କରିଛନ୍ତି। ଏହି ଟେକ୍ନିକ୍ ଆସିବା ଦ୍ବାରା ଘରଠାରୁ ଦୂରରେ ରହି ପଢ଼ୁଥିବା କିମ୍ବା କାମ କରୁଥିବା ଭୋଟରଙ୍କୁ ଭୋଟ୍ ଦେବାରେ ସୁବିଧା ହେବ।
ଏହାଦ୍ବାରା ଗୋଟିଏ ରିମୋଟ୍ ପୋଲିଂ ବୁଥ୍ରେ ୭୨ ନିର୍ବାଚନ କ୍ଷେତ୍ରରେ ରିମୋଟ୍ ଭୋଟିଂର ସୁବିଧା ଦିଆଯାଇପାରିବ। ଏହା ଫଳରେ ପ୍ରବାସୀ ମତଦାତାଙ୍କୁ ମତଦାନ ପାର୍ଇ ନିଜ ରାଜ୍ୟକୁ ଫେରିବା ଆବଶ୍ୟକ ପଡ଼ିବ ନାହିଁ। ସେମାନେ ସେଠାରୁ ହିଁ ମତଦାନ କରିପାରିବେ। ନିର୍ବାଚନ ଆୟୋଗ ୧୬ ଜାନୁଆରୀରେ ସବୁ ଦଳଙ୍କୁ ଏହାର ପ୍ରଦର୍ଶନ ଦେଖାଇବାକୁ ଆମନ୍ତ୍ରିତ କରିଛନ୍ତି। ଆୟୋଗ ସମସ୍ତଙ୍କ ସାମ୍ନାରେ ଏହି ଟେକ୍ନିକ୍ ପ୍ରଦର୍ଶନ କରିବ। ଏହାପରେ ସବୁ ଦଳଙ୍କଠାରୁ ପ୍ରତିକ୍ରିୟା ନିଆଯିବ। ୮ ଜାତୀୟ ଦଳ ଏବଂ ୫୭ ଆଞ୍ଚଳିକ ଦଳଙ୍କୁ ଏହି ଡେମୋ ପାଇଁ ଆମନ୍ତ୍ରିତ କରାଯାଇଛି।
ଗୁରୁବାର ନିର୍ବାଚନ ଆୟୋଗ ତରଫରୁ ଜାରି ବିବୃତ୍ତି ଅନୁଯାୟୀ, ‘ନିର୍ବାଚନ କ୍ଷେତ୍ରରୁ ଦୂରରେ ରହି ଭୋଟ୍ ଦେବା ପ୍ରଣାଳୀର ଏମ୩ ଇଭିଏମର ବିକଳ୍ପ ଉପରେ ଖୁବ୍ କାମ କରାଯାଇଛି। ଏହି କାରଣରୁ ପ୍ରବାସୀ ଏବଂ ଛାତ୍ରଙ୍କୁ ଭୋଟ୍ ଦେବା ପାଇଁ ଲମ୍ବା ଯାତ୍ରା କରି ଆସିବାକୁ ପଡ଼ିବ ନାହିଁ।