oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

୧୯ ନିର୍ବାଚନ ପାଇଁ ସଜବାଜ, ନିର୍ବାଚନ କମିଶନଙ୍କ ସର୍ବଦଳୀୟ ବୈଠକ

27/08/2018 at 6:04 AM

ନୂଆଦିଲ୍ଲୀ ୨୭/୮ :  ନିର୍ବାଚନୀ ସଂଶୋଧନ ନେଇ ସର୍ବଦଳୀୟ ବୈଠକରେ ଆଲୋଚନା କଲେ ମୁଖ୍ୟ ନିର୍ବାଚନ କମିଶନ । ସାରା ଦେଶରେ ୱାନ୍ ନେସନ୍ ୱାନ୍ ପୋଲ୍ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ ସହ ନିର୍ବାଚନୀ ସଂସ୍କାର ନେଇ ଲେଙ୍ଗଥ୍ ବ୍ରେଡଥ୍ ଆଲୋଚନା କରିଛନ୍ତି ସିଇସି ।

୧୯ ନିର୍ବାଚନ ପାଖେଇ ଆସୁଥିବା ବେଳେ ନିର୍ବାଚନ କମିଶନ ଡାକିଲେ ସର୍ବଦଳୀୟ ବୈଠକ । ନିର୍ବାଚନୀ ସଂସ୍କାର ନେଇ ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ ସହ କରିଛନ୍ତି ଆଲୋଚନା । ଇଭିଏମରେ ଭିଭିପାଟ୍ ବ୍ୟବହାର, ରାଜନୈତିକ ଦଳଗୁଡ଼ିକର ଖର୍ଚ୍ଚ ସୀମା ସହ ଠିକ୍ ସମୟରେ ଅଡିଟ୍ ରିପୋର୍ଟ, ପେଡ୍ ନ୍ୟୁଜ୍ ଉପରେ ରୋକ୍, ଭୋଟିଂର ୪୮ ଘଣ୍ଟା ପୂର୍ବରୁ ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଚାର ବନ୍ଦ କରିବା, ରାଜ୍ୟ ବାହାରେ ଥିବା ଭୋଟରମାନେ କେମିତି ଭୋଟ୍ ଦେଇପାରିବେ ଆଦି ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ନିର୍ବାଚନ କମିଶନ । ଭୋଟ୍ ପରିଚୟ ପତ୍ରକୁ ଆଧାର ଲିଙ୍କ୍ କରିବା ନେଇ ମଧ୍ୟ ଆଲୋଚନା ହୋଇଛି ।

ୱାନ୍ ନେସନ୍ ୱାନ୍ ପୋଲ୍ ନେଇ ଚର୍ଚ୍ଚା ଜୋର୍ ବେଳେ ମୁଖ୍ୟ ନିର୍ବାଚନ କମିଶନ ଡାକିଛନ୍ତି ସର୍ବଦଳୀୟ ବୈଠକ । ୭ଟି ଜାତୀୟ ଏବଂ ୫୧ଟି ଆଞ୍ଚଳିକ ଦଳକୁ ବୈଠକକୁ ଡକା ଯାଇଥିଲା । କଂଗ୍ରେସ, ଟିଏମସି, ବିଏସପି, ଜେଡିଏସ୍, ଟିଡିପି, ଏନସିପି, ଏସପି, ସିପିଆଇ, ସିପିଏମ, ଆରଜେଡି, ୱାଇଏସଆର୍ କଂଗ୍ରେସ, କେରଳ କଂଗ୍ରେସ ମଣି, ଆମ୍ ଆଦମୀ ପାର୍ଟି, ଏଆଇୟୁଡିଏଫ୍ ଓ ବିଜେଡି ଆଦି ଦଳ ବୈଠକରେ ଯୋଗ ଦେଇଥିଲେ । ଇଭିଏମ୍ ଏବଂ ଭିଭିପାଟ୍ ମେସିନ୍ ଉପରେ ମୁଖ୍ୟ ନିର୍ବାଚନ କମିଶନ ଗୁରୁତ୍ବ ଦେଇଥିବା ବେଳେ କଂଗ୍ରେସ ସମେତ ଟିଏମସି, ଏସପି, ଏନସିପି ଆଦି ଦଳ ବାଲଟ୍ ପେପର୍ ବ୍ୟବହାର କରିବାକୁ ଦାବି କରିଥିଲେ । ସେପଟେ ବିଜେଡି କିନ୍ତୁ ଇଭିଏମ୍-ଭିଭିପାଟ୍ ମେସିନକୁ ସମର୍ଥନ କରିଛି ।

ମହିଳା ନେତୃତ୍ବକୁ ଯେମିତି ସଠିକ୍ ଗୁରୁତ୍ବ ଦିଆଯିବ, ସେନେଇ ରାଜନୈତିକ ଦଳଗୁଡ଼ିକ ସହ ଆଲୋଚନା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ତେବେ ଆଇନଗତ,  ସାମ୍ବିଧାନିକ ଏବଂ ବ୍ୟବସ୍ଥା କଥା କହି ମୁଖ୍ୟ ନିର୍ବାଚନ କମିଶନ, ଏକକ ନିର୍ବାଚନ ଅସମ୍ଭବ ବୋଲି ପୂର୍ବରୁ କହିଥିଲେ ମଧ୍ୟ କିଛି ରାଜନୈତିକ ଦଳ ସେ ପ୍ରସଙ୍ଗକୁ ଉଠାଇଥିଲେ ।

   Related Posts