କେଜ୍ରିୱାଲ, ପ୍ରିୟଙ୍କା ଗାନ୍ଧୀଙ୍କୁ ନିର୍ବାଚନ ଆୟୋଗଙ୍କ ନୋଟିସ୍‌: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅପମାନଜନ ଚିତ୍ରଣ କରାଯାଇଥିବା ଅଭିଯୋଗ

Published By : Prameya-News7 Bureau | November 14, 2023 IST

ନୂଆଦିଲ୍ଲୀ: AAPର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନୋଟିସ ଜାରି କରିଛନ୍ତି ନିର୍ବାଚନ ଆୟୋଗ। ବିଜେପି ନିର୍ବାଚନ ଆୟୋଗ ନିକଟରେ ଅଭିଯୋଗ କରିଛି ଯେ ଆପ୍‌ ଦଳର ଅଫିସିଆଲ ହ୍ୟାଣ୍ଡେଲରେ ପୋଷ୍ଟ ହୋଇଥିବା ଦୁଇଟି ଟ୍ୱିଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅପମାନଜନକ ଚିତ୍ରଣ କରାଯାଇଛି।

ନିର୍ବାଚନ ଆୟୋଗ କହିଛନ୍ତି ଯେ ପ୍ରଥମ ଦୃଶ୍ୟରେ ହୋଇଥିବା ପୋଷ୍ଟରେ ଆଚରଣ ବିଧି ତଥା ଆଇନ ଉଲ୍ଲଂଘନ କରିଥିବା ଜଣାପଡିଛି। ନଭେମ୍ବର ୧୬ ସୁଦ୍ଧା ତାଙ୍କୁ ସ୍ପଷ୍ଟୀକରଣ ଦେବାକୁ କୁହାଯାଇଛି।

wp:html /wp:html

ଯେଉଁଥିରେ ଆଚରଣ ବିଧି ଉଲ୍ଲଂଘନ କରିବା ସହିତ ନିର୍ବାଚନ ଏବଂ ଆଇନର ବ୍ୟବସ୍ଥାକୁ ଉଲ୍ଲଂଘନ କରି ସେମାନଙ୍କ ବିରୋଧରେ କାହିଁକି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ତାହାର ସ୍ପଷ୍ଟୀକରଣ ଦେବାକୁ କୁହାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ଭୁଲ ଟିପ୍ପଣୀ ଦେଇଥିବା ପ୍ରସଙ୍ଗରେ କଂଗ୍ରେସର ସାଧରଣ ସଂପାଦକ ପ୍ରିୟଙ୍ଗା ଗାନ୍ଧୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଦେଇଛନ୍ତି ନିର୍ବାଚନ ଆୟୋଗ (ଇସି) । ବିଜେପି ନେତା ହରଦୀପ ସିଂହ ପୁରୀ ଏବଂ ଅନୀଲ ବାଲୁନିଙ୍କ ଅଭିଯୋଗ କ୍ରମେ ଇସି ଏହି ନୋଟିସ ଦେଇଛନ୍ତି । ଏକ ରାଲିରେ ପ୍ରିୟଙ୍କା ଗାନ୍ଧୀ କହିଥିଲେ ଯେ, ମୋଦୀ ସରକାର ପିଏସୟୁକୁ ଘରୋଇକରଣ କରୁଛନ୍ତି । ତେବେ ପ୍ରିୟଙ୍କା ଗାନ୍ଧୀଙ୍କ ଏହି ମନ୍ତବ୍ୟ ଭିତ୍ତିହୀନ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଛବି ଖରାପ କରିବା ପାଇଁ ଏକ ହୀନ ଚକ୍ରାନ୍ତ ବୋଲି ବିଜେପି ଅଭିଯୋଗ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.