Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଜେପୁରରେ ଜମୁଛି ପ୍ରଚାର : ଗାଇସିଲେଟରେ ଆଜି ପ୍ରଚାର କରିବେ ବିଜେପି ନେତା

14/10/2019 at 9:27 AM

ବରଗଡ଼ ୧୪/୧୦: ବିଜେପୁରରେ ଜମୁଛି ପ୍ରଚାର । ତିନି ଦଳ ପକ୍ଷରୁ ଭୋଟରୁ ଆକୃଷ୍ଟ କରିବା ପାଇଁ ପ୍ରାଣପଣେ ଲାଗିପଡ଼ିଛନ୍ତି ନେତା ଓ କର୍ମୀ ।  ମତଦାନକୁ ଆଉ ଏକ ସପ୍ତାହରୁ କମ୍  ସମୟ ଥିବା ବେଳେ ଆଜି ତିନି ଦଳ ପକ୍ଷରୁ ଜୋରଦାର ପ୍ରଚାର ହେବ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଗିରିଧର ଗମାଙ୍ଗ, ସୁରେଶ ପୂଜାରୀ, କେବି ସିଂହଦେଓ ଓ ସନତ ଗଡ଼ତିଆ ପ୍ରମୁଖ ବିଜେପି ପକ୍ଷରୁ ଗାଇସିଲେଟ ରେ ପ୍ରଚାର କରିବେ । ସେହିପରି ବିଜେଡି ପକ୍ଷରୁ ପ୍ରାର୍ଥୀ ରୀତା ସାହୁ, ଟୁକୁନି ସାହୁ ନବ ଦାସ ପ୍ରମୁଖ ୭ଟି ପଞ୍ଚାୟତରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ତେବେ ବିଜେପି-ବିଜେଡି ପ୍ରଚାରକୁ ଜୋରଦାର କରିଥିବା ବେଳେ କଂଗ୍ରେସ ପଛରେ ପଡ଼ିବା ପରି ମନେ ହେଉଛି । କାରଣ ଆଜି କେବଳ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ଏକା ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

   Related Posts