ଆରମ୍ଭ ହେଲା ଭୋଟ୍ ଗଣତି, ପ୍ରଥମେ ପୋଷ୍ଟାଲ ବାଲଟ୍ ଗଣତି

Published By : Prameya-News7 Bureau | June 04, 2024 IST

ଭୁବନେଶ୍ବର ୪।୬: ଆରମ୍ଭ ହେଲା ଭୋଟ୍ ଗଣତି । ୭୦ଟି କାଉଣ୍ଟିଂ ସେଣ୍ଟରରେ ଆରମ୍ଭ ହେଲା ଭୋଟ୍ ଗଣତି । ଦେଶରେ ୭ଟି ପର୍ଯ୍ୟାୟରେ ହୋଇଥିବା ସାଧାରଣ ନିର୍ବାଚନରେ ହୋଇଥିବା ଭୋଟିଂର କାଉଣ୍ଟିଂ । ଓଡ଼ିଶାରେ ୧୪୭ ବିଧାନସଭା ଓ ୨୧ ଲୋକସଭାର ଭୋଟ୍ ଗଣତି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରହିଛି ପ୍ରତିଟି ଭୋଟ୍ ଗଣତି କେନ୍ଦ୍ର । ସାରା ରାଜ୍ୟରେ ୬୯ ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତ ଭାବେ ରଖାଯାଇଥିବା EVM ଗୁଡ଼ିକୁ କାଉଣ୍ଟିଂ ସେଣ୍ଟରକୁ ଅଣାଯାଇ ଭୋଟ୍ ଗଣତି ଆରମ୍ଭ । ପ୍ରଥମେ ପୋଷ୍ଟାଲ ବାଲଟ୍ ଗଣତି । ଏହାପରେ EVMର ଭୋଟ୍ କାଉଣ୍ଟିଂ । ପ୍ରତିଟି କାଉଣ୍ଟିଂ ସେଣ୍ଟରରେ ଅବଜର୍ଭର, ଆସିଷ୍ଟାଣ୍ଟ, ମାଇକ୍ରୋ ଅବଜର୍ଭର ନିୟୋଜିତ ହୋଇଛନ୍ତି । ପ୍ରତିଟି କାଉଣ୍ଟିଂ ଟେବୁଲରେ ପ୍ରାର୍ଥୀମାନଙ୍କ ଜଣେ ଲେଖାଏଁ ପ୍ରତିନିଧି ରହିଛନ୍ତି । କାଉଣ୍ଟିଂ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଛି ।

ପ୍ରତ୍ୟେକ ସ୍ଥାନରେ ସେଠାକାର ଏସପି ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି । ଭୋଟ୍ ଗଣନା କେନ୍ଦ୍ର ବାହାରେ LCD ମାଧ୍ୟମରେ ଫଳାଫଳ ଘୋଷଣା କରାଯିବ । ପ୍ରତିଟି ରାଉଣ୍ଡର ଗଣତି ପରେ LCDରେ ପୂରା ତଥ୍ୟ ଦିଆଯିବ । ପ୍ରତିଟି କାଉଣ୍ଟିଂ ସେଣ୍ଟରକୁ ଓ୍ବେବ୍ କାଷ୍ଟିଂ ମାଧ୍ୟମରେ ମନିଟର କରିବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ରାଜ୍ୟରେ ୭୪.୪୪ ପ୍ରତିଶତ ଭୋଟିଂ ହୋଇଛି । ପ୍ରାୟ ଅଢ଼େଇ କୋଟିରୁ ଅଧିକ ମତ ଗଣନା ହେବ । 

୨୦୧୯ ତୁଳନାରେ ୨୦୨୪ରେ ମତଦାନ ହାର ବଢ଼ିଛି । ଚଳିତ ଥର ଅଧିକ ମହିଳା ଭୋଟର ସେମାନଙ୍କ ମତଦାନ କରିଛନ୍ତି । ୬୯ଟି ଇଭିଏମ ଓ ଗୋଟିଏ ପୋଷ୍ଟାଲ ବାଲଟ୍ ଭୋଟିଂ ଗଣତି କେନ୍ଦ୍ର କରାଯାଇଛି । ଚଳିତ ନିର୍ବାଚନର ଫଳାଫଳ ଜାଣିବାକୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି । କେନ୍ଦ୍ରରେ କିଏ ଏବଂ ରାଜ୍ୟରେ କେଉଁ ଦଳ ଗଢିବ ସରକାର ଆଉ କିଛି ଘଣ୍ଟା ପରେ ଚିତ୍ର ହେବ ସ୍ପଷ୍ଟ।

You Can Read :

ଗଣତନ୍ତ୍ରର ମହାପର୍ବ : ସାମ୍ନାକୁ ଆସିବ ଫଳାଫଳ, ଆଉ କିଛି ସମୟ ପରେ ଖୋଲିବ EVM

  • odisha
  • OdishaNews
  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.