ସହରାଞ୍ଚଳରେ ମତଦାନ ହାର କମ୍, ଅଧିକ ସଂଖ୍ୟାରେ ଭୋଟ୍‌ ଦେବାକୁ CEOଙ୍କ ଅପିଲ

Published By : Prameya-News7 Bureau | May 13, 2024 IST

ଭୁବନେଶ୍ବର ୧୩/୫: ଓଡ଼ିଶାରେ ଶାନ୍ତିଶୃଙ୍ଖଳାର ସହ ଚାଲିଛି ମତଦାନ । ରାଜ୍ୟ ନିର୍ବାଚନ କମିଶନଙ୍କ ତାଜା ଅପଡେଟ୍‌ ଅନୁସାରେ ଦିନ ଗୋଟାଏ ସୁଦ୍ଧା ୩୯.୩୦ ପ୍ରତିଶତ ମତଦାନ ହୋଇଛି । ଝରିଗାଁ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୪୬.୯୦% ମତଦାନ ରେକର୍ଡ ହୋଇଥିବାବେଳେ ବ୍ରହ୍ମପୁରରେ ସବୁଠୁ କମ ୨୬.୧୪ ପ୍ରତିଶତ ମତଦାନ ହୋଇଛି । ସହରାଞ୍ଚଳର ମତଦାନ କମ ରହିଥିବାରୁ ସେଠାକାର ଭୋଟରଙ୍କୁ ଅଧିକ ସଂଖ୍ୟାରେ ଭୋଟ ଦେବାକୁ ଅପିଲ କରିଛନ୍ତି । 

ଗଞ୍ଜାମ ଜିଲ୍ଲା ଚିକିଟି ବୁଥ୍‌ ନଂ ୭୪ରେ କାର୍ଯ୍ୟରେ ଅବହେଳା ପାଇଁ ସିଟି ଜିଏସ୍‌ଟି ଅଫିସର ମାନସ ରଞ୍ଜନ ସେଠିଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ସସ୍‌ପେଣ୍ଡ କରିଛନ୍ତି । ସେହିପରି ଫେକ୍‌ ନ୍ୟୁଜ ଭାଇରାଲ ଉପରେ ବିଶ୍ବାସ ନକରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।  କୋଟିଆରେ ୮୦% ମତଦାନ ହୋଇଛି ।  ପଞ୍ଚାୟତର ୯ବୁଥରେ ୫୩.୩% ମତଦାନ ହୋଇଛି ।  ତଳକଣ୍ଟିରେ ୮୬%,ଗୁମେଲ ପଦର ବୁଥରେ ୭୩.୬୮ % ମତଦାନ ରେକର୍ଡ ହୋଇଛି । ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ଶେଷ କରିବାକୁ ପୋଲିଂ ବୁଥ୍ ଗୁଡିକରେ ସୁରକ୍ଷାବ୍ୟବସ୍ଥାକୁ କଡାକଡି କରାଯାଇଛି ।


  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.