ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ସାମ୍ବାଦିକଙ୍କ ମୁଣ୍ଡ ଉପରେ ମଦ ଢାଳିଦେଲେ ନେତାଙ୍କ ସ୍ତ୍ରୀ, କହିଲେ ଚାଲିଲା ବେଳେ ପଡିଗଲା କିନ୍ତୁ ପୋଲିସ କଲା କେସ୍

17/12/2019 at 11:35 AM

ଜର୍ଜିଆ ୧୭।୧୨:  ସାମ୍ବାଦିକଙ୍କ ଉପରେ ମଦ ଢାଳିଦେଲେ ଜନପ୍ରତିନିଧିଙ୍କ ସ୍ତ୍ରୀ । ପୋଲିସ ରୁଜ୍ଜୁ କରିଛି କ୍ରିମିନାଲ କେସ୍ । ଏପରି ଅଦ୍ଭୁତ କିନ୍ତୁ ବେଶ୍ ଚର୍ଚ୍ଚିତ ଘଟଣାଟି ଘଟିଛି ଆମେରିକାର ଜର୍ଜିଆରେ । କାଉଣ୍ଟିଂ ବୈଠକ ଚାଲିଥିବାବେଳେ  ଏପରି ଘଟିଛି ।

ଶୁକ୍ରବାର ଦିନ ୧୧ଟା ବେଳେ କାଉଣ୍ଟି ବଜେଟ୍ ବୈଠକ ଆରମ୍ଭ ହେବାକୁ ଥିଲା । ବୈଠକ ପୂର୍ବରୁ କିଛି  ଜନପ୍ରତିନିଧି, କର୍ମକର୍ତ୍ତାଙ୍କ ସହ ଅଫିସିଆଲ ସେଠାରେ ଏକାଠି ହୋଇଥିଲେ । ସ୍ନାକ୍ସ ସହ ପାର୍ଟି ବି ଚାଲିଥିଲା । ସେଠାରେ ଥିବା ଆବେ ଓ୍ବିଣ୍ଟର୍ସ ହଠାତ୍ ଆଲଆନଗୋରିଆର ଜଣେ ରିପୋର୍ଟରଙ୍କ ମୁଣ୍ଡ ଉପରେ ମଦ ଢାଳିଦେଇଥିଲେ । ଆବେ ଓ୍ବିଣ୍ଟର୍ସ ହେଉଛନ୍ତି ଚଟ୍ଟୋଗା କାଉଣ୍ଟିଂର କମିଶନର ଜେସନ ଓ୍ବିଣ୍ଟର୍ସଙ୍କ ପତ୍ନୀ । ଆଉ ସେ ଏଭଳି କରିବାରେ, ସେଠାର ମାହୋଲ ହଠାତ୍ ବଦଳିଯାଇଥିଲା ।କାରଣ ରିପୋର୍ଟର ଜଣକ ସେଭଳି କିଛି କରିନଥିଲେ କିମ୍ବା ବିରକ୍ତ ହେବା ଭଳି କିଛି ପ୍ରଶ୍ନ କରିନଥିଲେ । ତେବେ ପୋଲିସ କହିଛି ଯେ, ଆବେ ଓ୍ବିଣ୍ଟର୍ସଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ଆବେ ଜାଣିଶୁଣି ଏଭଳି କାମ କରିଛନ୍ତି । ସଂପୃକ୍ତ ରିପୋର୍ଟର ଜଣଙ୍କ ତାଙ୍କୁ ଉସକେଇବା ପାଇଁ ସେମିତି କିଛି କଥା କହିନଥିଲେ ।

ଆବେଙ୍କ ଓକିଲଙ୍କ କହିବା ଅନୁସାରେ, ଆବେ ଭୁଲ ବଶତଃ ରିପୋର୍ଟରଙ୍କ ମୁଣ୍ଡ ଉପରେ ମଦ ଢାଳିଦେଇଥିଲେ । ଦୁହେଁ ପାଖାପାଖି ଚାଲୁଥିବା ସମୟରେ ଭାରସାମ୍ୟ ହରାଇବା କାରଣରୁ ଆବେଙ୍କ ହାତରେ ଥିବା ମଦ ଭର୍ତ୍ତି ଗ୍ଲାସ୍ ଟି ସାମ୍ବାଦିକଙ୍କ ମୁଣ୍ଡ ଉପରେ ଢାଳିହୋଇଯାଇଥିଲା ।

   Related Posts