ବିଧାନସଭାରେ ବିଧାୟକଙ୍କ ଶପଥ ଗ୍ରହଣ, ପ୍ରଥମେ ଶପଥ ନେଲେ ନବୀନ ପଟ୍ଟନାୟକ
30/05/2019 at 10:56 AM

ଭୁବନେଶ୍ବର ୩୦|୫: ବିଧାନସଭାରେ ନବନିର୍ବାଚିତ ବିଧାୟକଙ୍କ ଶପଥଗ୍ରହଣ ଉତ୍ସବ । ପ୍ରଥମେ ଶପଥ ନେଲେ ଗୃହର ନେତା ନବୀନ ପଟ୍ଟନାୟକ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ କାମଚଳା ବାଚସ୍ପତି ଅମର ଶତପଥୀ । ସମସ୍ତ ନବ ନିର୍ବାଚିତ ବିଧାୟକଙ୍କୁ ଶପଥପାଠ କରାଉଛନ୍ତି ବାଚସ୍ପତି । ସନ୍ଧ୍ୟା ୫ଟା ଯାଏଁ ବିଧାନସଭା ଗୃହରେ ଏହି ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହେବ।

ଆଜି ଓ ଆସନ୍ତାକାଲି ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଚାଲିବ। ବିଧାୟକମାନେ ଶପଥ ନେଇ ସାରିବା ପରେ ଆସନ୍ତା ଜୁନ୍ ୧ ତାରିଖରେ ବାଚସ୍ପତି ନିର୍ବାଚିତ ହେବେ । ଯଦିବା ବିଜେଡି ସୂର୍ଯ୍ୟ ପାତ୍ରଙ୍କୁ ବାଚସ୍ପତି ପଦରେ ବସାଇବାକୁ ଘୋଷଣା କରି ସାରିଛି ତେବେ ସାମ୍ବିଧାନିକ ନୀତିନିୟମ ଅନୁସାରେ ବିଧାୟକମାନେ ହିଁ ବାଚସ୍ପତିଙ୍କୁ ନିର୍ବାଚିତ କରନ୍ତି । ତେଣୁ ୧ ତାରିଖରେ ବାଚସ୍ପତି ନିର୍ବାଚନ ହେବା ପରେ ତାଙ୍କ ଅଧ୍ୟକ୍ଷତାରେ ଗୃହ କାର୍ଯ୍ୟ ଚାଲିବ । ଏହା ପୂର୍ବରୁ ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ବିଧାନସଭାର କାମଚଳା ବାଚସ୍ପତି ଭାବେ ରାଜ୍ୟପାଳ ଶପଥ ପାଠ କରାଇଛନ୍ତି। ଶାସକ ଦଳ ପକ୍ଷରୁ ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି କରାଯିବାକୁ ସ୍ଥିର ହୋଇଛି।