ଆଜି ଶପଥ ନେବେ ଓଡିଶା ବିଧାନସଭାକୁ ନିର୍ବାଚିତ ବିଧାୟକ, ଶପଥ ପାଠ କରାଇବେ କାମଚଳା ବାଚସ୍ପତି
30/05/2019 at 9:58 AM

ଭୁବନେଶ୍ବର ୩୦|୫: ଶୋଡଷ ବିଧାନସଭାକୁ ନିର୍ବାଚିତ ବିଧାୟକ ମାନେ ଆଜି ବିଧାନସଭାରେ ଶପଥ ଗ୍ରହଣ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ଉପସ୍ଥିତ ରହିବେ । କାମଚଳା ବାଚସ୍ପତି ଅମର ଶତପଥୀ ନବ ନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ ।
ଗତକାଲି ଅମର ଶତପଥୀଙ୍କୁ କାମଚଳା ବାଚସ୍ପତି ଭାବେ ରାଜଭବନର ଆଭିଷେକ ହଲରେ ରାଜ୍ୟପାଳ ଶପଥ ଗ୍ରହଣ କରାଇଥିଲେ । ଜୁନ ୧ ତାରିଖ ଦିନ ନୂଆ ବାଚସ୍ପତି ନିର୍ବାଚନ ହେବ ବୋଲି ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ଏହି ଅଧିବେଶନ ପରେ ପୁଣି ଜୁନମାସ ଦ୍ବିତୀୟ ସପ୍ତାହ ବେଳକୁ ପୂର୍ଣ୍ଣଙ୍ଗ ଅଧିବେଶନ ବସିପାରେ । ଜୁନ ୧ତାରିଖରେ ବାଚସ୍ପତି ନିର୍ବାଚନ କେବଳ ଔପଚାରିକତା ଭିତ୍ତିରେ ହେବ । କାରଣ ବିଧାନସଭାରେ ବିଜେଡିର ୧୧୨ ସଦସ୍ୟ ରହିଛନ୍ତି ।