ନୀଳଗିରି ୨୫।୬: ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ । ଶୁଣ୍ଢରେ କଚାଡି ଦେବାରୁ ମହିଳାଙ୍କ ମୃତ୍ୟୁ ହୋଇଛି । ବାଲେଶ୍ବର ଜିଲ୍ଲା କୁଳଡିହାରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ଶ୍ରୀଦେଇପୁର ଗ୍ରାମରେ ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଛି । ବାହାରକୁ ଉଠିଥିବା ବେଳେ ହାତୀ ଶୁଣ୍ଢରେ କଚାଡି ଦେବାରୁ ମହିଳାଙ୍କ ମୃତ୍ୟୁ ହୋଇଛି । ସୋମବାର ବିଳମ୍ବିତ ରାତିରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ମୃତକ ପୂର୍ଣ୍ଣଚନ୍ଦ୍ର ଦେହୁରୀଙ୍କ ସ୍ତ୍ରୀ ପୁନ୍ତି ଦେହୁରୀ ବୋଲି ଜଣାପଡିଛି । ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
You Can Read :
ମୌସୁମୀ ବର୍ଷାରେ ନାହିଁ ଖୋଜଖବର : ରାଜ୍ୟରେ ନିଅଣ୍ଟିଆ ବର୍ଷା, ମୁଣ୍ଡରେ ହାତ ଦେଲେଣି ଚାଷୀ