ବୋରଓ୍ବେଲରୁ ଉଦ୍ଧାର ହେଲେ ବୃଦ୍ଧା, ୨୦ଫୁଟ ଗଭୀର ଗର୍ତ୍ତରେ ଖସିପଡିଥିଲେ
14/11/2023 at 12:07 PM

ସୋନପୁର ୧୪। ୧୧ : ଗଭୀର ବୋରୱେଲ୍ରୁ ଉଦ୍ଧାର ହେଲେ ବୃଦ୍ଧା । ଅଗ୍ନିଶମ ବାହିନୀ କର୍ମଚାରୀ ଓ ଓଡ୍ରାଫ୍ ଟିମ୍ର ମିଳିତ ଉଦ୍ୟମରେ ୨୦ଫୁଟ ଗଭୀର ବୋରଓ୍ବେଲରୁ ବୃଦ୍ଧା ଜଣଙ୍କୁ ଉଦ୍ଧାର କରାଯାଇଛି । ସୋନପୁର ଜିଲ୍ଲା ସଦର ବ୍ଲକ କଇଁଫୁଲ ଗାଁରେ ଏଭଳି ଅଘଟଣ ଘଟିଥିଲା ।
ସୂଚନାଯୋଗ୍ୟ ଯେ, ସୋନପୁର ଜିଲ୍ଲା ସଦର ବ୍ଲକ୍ କଇଁଫୁଲ ଗାଁର ଜଣେ ବୃଦ୍ଧା ଅସାବଧାନତା ବଶତଃ ୨୦ ଫୁଟ ଗଭୀର ବୋରଓ୍ୱେଲ୍ ମଧ୍ୟକୁ ଖସିପଡିଥିଲେ । ତେବେ ବୃଦ୍ଧା ଜଣଙ୍କ ବୋରଓ୍ୱେଲରେ ପଡିବା ପରେ ତୁରନ୍ତ ଉଦ୍ଧାରକାରୀ ଦଳକୁ ଖବର ଦିଆଯାଇଥିଲା । ଏହାପରେ ସୋନପୁର ଓ ତରଭା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।
SRCଙ୍କ ନିର୍ଦ୍ଦେଶରେ ଘଟଣାସ୍ଥଳକୁ ଉଦ୍ଧାର ପାଇଁ ବୌଦ୍ଧରୁ ଓଡ୍ରାଫ୍ ଟିମ୍ ଯାଇ ପହଞ୍ଚିଥିଲା । ମୁଣ୍ଡଳିରୁ NDRF ଟିମ୍ ମଧ୍ୟ ବାହାରିସାରିଥିଲା । ଦୀର୍ଘ ଘଣ୍ଟାର ରେସ୍କ୍ୟୁ ଅପରେସନ୍ ପରେ ବୃଦ୍ଧା ଜଣଙ୍କୁ ଉଦ୍ଧାର କରାଯାଇଛି । ଅଗ୍ନିଶମ ବାହିନୀ କର୍ମଚାରୀ ଓ ଓଡ୍ରାଫ୍ ଟିମ୍ର ମିଳିତ ଉଦ୍ୟମରେ ୨୦ଫୁଟ ଗଭୀର ବୋରଓ୍ବେଲରୁ ବୃଦ୍ଧା ଜଣଙ୍କୁ ଉଦ୍ଧାର କରାଯାଇଛି । ବୋରଓ୍ବେଲ ନିକଟରେ ଏକ ସମାନ୍ତରାଳ ଗର୍ତ୍ତ ଖୋଳାଯାଇ ବୃଦ୍ଧାଙ୍କୁ ସେଠାରୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ଉଦ୍ଧାର ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।
You Can Read :