ବୋରଓ୍ବେଲ୍‌ରୁ ରେସ୍‌କ୍ୟୁ ବୃଦ୍ଧାଙ୍କ ମୃତ୍ୟୁ, ଦୀର୍ଘ ୫ଘଣ୍ଟାର ଅପରେସନ୍ ପରେ ହୋଇଥିଲେ ଉଦ୍ଧାର

Published By : Prameya-News7 Bureau | November 14, 2023 IST

ସୋନପୁର ୧୪।୧୧: ଗଭୀର ବୋରୱେଲ୍‌ରୁ ଉଦ୍ଧାର ବୃଦ୍ଧାଙ୍କ ମୃତ୍ୟୁ । ମୃତ ବୃଦ୍ଧା ଦୁଃଖୀ ନେଗି ବୋଲି ଜଣାପଡିଛି । ଅଗ୍ନିଶମ ବାହିନୀ କର୍ମଚାରୀ ଓ ଓଡ୍ରାଫ୍ ଟିମ୍‌ର ମିଳିତ ଉଦ୍ୟମରେ ୨୦ଫୁଟ ଗଭୀର ବୋରଓ୍ବେଲରୁ ବୃଦ୍ଧା ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ହେବା ପରେ ବୃଦ୍ଧାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୋନପୁର ଜିଲ୍ଲା ସଦର ବ୍ଲକ କଇଁଫୁଲ ଗାଁରେ ଏଭଳି ଅଘଟଣ ଘଟିଥିଲା ।

ସୂଚନାଯୋଗ୍ୟ ଯେ, ସୋନପୁର ଜିଲ୍ଲା ସଦର ବ୍ଲକ୍ କଇଁଫୁଲ ଗାଁର ଜଣେ ବୃଦ୍ଧା ଅସାବଧାନତା ବଶତଃ ୨୦ ଫୁଟ ଗଭୀର ବୋରଓ୍ୱେଲ୍‌ ମଧ୍ୟକୁ ଖସିପଡିଥିଲେ । ତେବେ ବୃଦ୍ଧା ଜଣଙ୍କ ବୋରଓ୍ୱେଲରେ ପଡିବା ପରେ ତୁରନ୍ତ ଉଦ୍ଧାରକାରୀ ଦଳକୁ ଖବର ଦିଆଯାଇଥିଲା । ଏହାପରେ ସୋନପୁର ଓ ତରଭା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

wp:embed {"url":"https://www.prameyanews7.com/elderly-woman-rescued-from-deep-borewell-in-subarnapur/","type":"wp-embed","providerNameSlug":"prameya-news-7"}
https://www.prameyanews7.com/elderly-woman-rescued-from-deep-borewell-in-subarnapur/
/wp:embed

SRCଙ୍କ ନିର୍ଦ୍ଦେଶରେ ଘଟଣାସ୍ଥଳକୁ ଉଦ୍ଧାର ପାଇଁ ବୌଦ୍ଧରୁ ଓଡ୍ରାଫ୍ ଟିମ୍ ଯାଇ ପହଞ୍ଚିଥିଲା । ମୁଣ୍ଡଳିରୁ NDRF ଟିମ୍ ମଧ୍ୟ ବାହାରିସାରିଥିଲା । ଦୀର୍ଘ ଘଣ୍ଟାର ରେସ୍‌କ୍ୟୁ ଅପରେସନ୍ ପରେ ବୃଦ୍ଧା ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଅଗ୍ନିଶମ ବାହିନୀ କର୍ମଚାରୀ ଓ ଓଡ୍ରାଫ୍ ଟିମ୍‌ର ମିଳିତ ଉଦ୍ୟମରେ ୨୦ଫୁଟ ଗଭୀର ବୋରଓ୍ବେଲରୁ ବୃଦ୍ଧା ଜଣଙ୍କୁ ଉଦ୍ଧାର କରାଯାଇଥିଲା । ବୋରଓ୍ବେଲ ନିକଟରେ ଏକ ସମାନ୍ତରାଳ ଗର୍ତ୍ତ ଖୋଳାଯାଇ ବୃଦ୍ଧାଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସେପଟେ ବୃଦ୍ଧା ଖସିପଡିଥିବା ବୋରୱେଲ ଗର୍ତ୍ତରେ ସାପ ଥିଲା ବୋଲି ଅଗ୍ନିଶମ କର୍ମଚାରୀ ପ୍ରକାଶ କରିଛନ୍ତି । ବୋରୱେଲରେ ପଡ଼ିଥିବା ବୃଦ୍ଧାଙ୍କ ନିକଟରେ ସାପ ଥିଲା ।

You Can Read :

wp:embed {"url":"https://www.prameyanews7.com/truck-hits-killing-one-on-the-spot-and-critically-injuring-another/","type":"wp-embed","providerNameSlug":"prameya-news-7"}
https://www.prameyanews7.com/truck-hits-killing-one-on-the-spot-and-critically-injuring-another/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.