ନୀଳଗିରିରେ ଭାଲୁ ଆତଙ୍କ; ଭାଲୁ ଆକ୍ରମଣରେ ଜଣେ ଗୁରୁତର

Published By : Prameya-News7 Bureau | January 24, 2019 IST

ନୀଳଗିରି ୨୪/୧ : ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଧୋବସିଲା ପଂଚାୟତ କଣ୍ଟାବଣିଆ ଗାଁରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି | ଭଳି ଆକ୍ରମଣରେ ଗ୍ରାମର ଜଣେ ଗୁରୁତର ହୋଇଛନ୍ତି। ଗତକାଲି ରାତ୍ର ପ୍ରାୟ ୧୦ଟା ୩୦ ରେ ନୀଳଗିରିରୁ ନିଜ ବ୍ୟବସାୟ ସାରି ଉମାକାନ୍ତ ନାୟକ (୬୪) ଘରକୁ ଫେରୁଥିଲେ | ଘରକୁ ଫେରୁଥିବାବେଳେ ତାଙ୍କ ଘର ନିକଟରେ ଏକ ଭାଲୁ ଅତର୍କିତ ଭାବେ ଉମାକାନ୍ତଙ୍କୁ ଆକ୍ରମଣ କରିଥିଲା। ଭାଲୁ ଆକ୍ରମଣରେ ଉମାକାନ୍ତଙ୍କ ବାମ ହାତରେ ଗଭୀର କ୍ଷତ ହୋଇଛି | ତାଙ୍କୁ ଚିକିତ୍ସା ପାଇଁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭାଲୁ ଆକ୍ରମଣରେ ଜଣେ ଗୁରୁତର ହେବ ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି |

{"id":77455}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.