vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ବୃଦ୍ଧ ବାପା ମା’ଙ୍କୁ ମାଡ ମାରିଲେ ପୁଅ ଓ ବୋହୂ, ଜମିବାଡିକୁ ନେଇ ଲାଗି ରହିଥିଲା ବିବାଦ

3/08/2019 at 2:19 PM

ଆନନ୍ଦପୁର ୩|୮: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା କୁଣ୍ଡକୋଟ ଗାଁରେ ଜମିବାଡି ବିବାଦକୁ କେନ୍ଦ୍ରକରି ବାପା ମା’ଙ୍କୁ ମାଡ ମାରିଛନ୍ତି ପୁଅ ବୋହୂ । ଘଟଣା ପରେ ବୃଦ୍ଧ ବାପା ମା’ ପୁଅ ଓ ବୋହୂ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । 

ସୂଚନାଯୋଗ୍ୟ ଯେ, କୁଣ୍ଡାକୋଟ ଗାଁର ନାରାୟଣ ଖିଲାରଙ୍କ ତିନି ପୁଅ । ବଡ ପୁଅ ଅକ୍ଷୟ ଓ ସାନ ପୁଅ ସୁବାଷ ବେଙ୍ଗାଲୁରୁରେ ରହି କାମ କରୁଥିବାବେଳେ ମଝିଆ ପୁଅ ସନ୍ତୋଷ ଓ ବୋହୂ ଡଲି ଗାଁରେ ରହନ୍ତି । ଜମିବାଡିରେ ଚାଷ କରିବା ପାଇଁ ତିନି ପୁଅକୁ ସମାନ ଭାବେ ଜମି ଭାଗବାଣ୍ଟି ଦେବାକୁ ବାପା ନାରାୟଣ ଚାହୁଁଥିଲେ । ହେଲେ ମଝିଆ ପୁଅ ଅନ୍ୟ ଭାଇମାନଙ୍କୁ ଚାଷକାମ କରାଇଦେବାକୁ ଚାହୁଁନଥିଲେ ।

ଫଳରେ କିଛିଦିନ ହେବ ବାପାଙ୍କ ସହ ମଝିଆ ପୁଅ ସନ୍ତୋଷର କଳହ ଲାଗିରହିଥିଲା । ପୂର୍ବରୁ  ଅନ୍ୟଭାଇ ମାନଙ୍କୁ ଚାଷ କରାଇବା ସପକ୍ଷରେ ବାପା ଯିବାରୁ ତାଙ୍କୁ ମାର ଧର ସହ ହତ୍ୟା ଧମକ ଦେଇଥିଲେ ମଝିଆ ପୁଅ । ପୂର୍ବରୁ ଏନେଇ ଥାନାରେ ମାମଲାର ଆପୋଷ ସମାଧାନ ହୋଇଥିଲା ।

ଆଜି ବଳ ପୂର୍ବକ ଭାବେ ମଝିଆ ପୁଅ ବିଲରେ ଏକଚାଟିଆ ଭାବେ ଚାଷ କରିବାକୁ ଉଦ୍ୟମ କରିବାରୁ ନାରାୟଣ ଓ ତାଙ୍କ ପତ୍ନୀ ସତ୍ୟଭାମା ଏହାକୁ ବିରୋଧ କରିବାରୁ ଉଭୟଙ୍କୁ ପୁଅ ସନ୍ତୋଷ ଓ ତାଙ୍କ ସ୍ତ୍ରୀ ବିଲରେ ମାଡ ମାରିଥିବା ଅଭିଯୋଗ ହୋଇଛି । 

   Related Posts