ଆନନ୍ଦପୁର୨୫|୯; ବଡଭଉଣୀକୁ ହତ୍ୟା ଅଭିଯୋଗରେ ସାନଭଉଣୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ । ଏଥିସହ ୧୦ ହଜାର ଟଙ୍କା ଜୋରିମାନା ଧାର୍ଯ୍ୟ କରିଛନ୍ତି ଅଦାଲତ । ଜୋରିମାନା ଅନାଦେୟ ପୁନର୍ବାର ଏକ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟ ପ୍ରକାଶ ପାଇଛି । ରାୟ ପ୍ରକାଶ ପାଇବା ପରେ ଦୋଷୀ ସାବ୍ୟସ୍ତ ସନଭଉଣୀକୁ ଜେଲ ପଠାଇ ଦିଆଯାଇଛି ।
{"id":162647}ଆନନ୍ଦପୁର ଥାନା ଅକରୁଆ ଗାଁରେ ଗତ ୨୦୧୭ ମସିହା ଅଗଷ୍ଟ ମାସ ୨୭ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା । ନିଜ ବଡ ଭଉଣୀ ନନ୍ଦିନି ଜେନା ଓ ଭିଣେଇ ରତ୍ନାକର ଜେନାଙ୍କ ସହ ରହୁଥିଲା ସାନ ଭଉଣୀ ଝୁନୁରାଣୀ ଦାସ । ରହଣି ମଧ୍ୟରେ ଭିଣେଇ ରତ୍ନାକର ସହ ଝୁନୁରାଣୀର ଗଢି ଉଠିଥିଲା ପ୍ରେମ ସମ୍ପର୍କ।
{"id":162649}ଘଟଣା ଦିନ ରାତିରେ ଭିଣେଇ ପ୍ରେମରେ ପାଗଳ ଝୁନୁରାଣୀ ବଡ ଭଉଣୀ ନନ୍ଦିନିକୁ ତଣ୍ଟି ଚିପି ହତ୍ୟା କରିବା ପରେ ପେଟ କାମୁଡୁଛି କହି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ହେଲେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ।
{"id":162650}ପୋଷ୍ଟମଟମ ରିପୋର୍ଟ ଆସିବା ପରେ ସବୁ ସତ ପଦାକୁ ଆସିଥିଲା। ପୋଲିସ ଦଫା ୩୦୨ରେ ମାମଲା ରୁଜୁ କରି ରତ୍ନାକର ଓ ଝୁନୁରାଣୀକୁ ଗିରଫ କରିଥିଲା। ତେବେ ଘଟଣା ଦିନ ରତ୍ନାକର ଘରେ ନଥିବାରୁ ଏହି ମାମଲା ରୁ ସେ ଖଲାସ ପାଇଥିଲେ।