ବଡ଼ ଭାଇକୁ ପଥରରେ ଛେଚି ହତ୍ୟା କଲା ସାନ ଭାଇ; ମାରିବା ପରେ ନିଜେ ନେଇ ଯାଇଥିଲା ହସ୍ପିଟାଲ
4/06/2023 at 9:56 PM

ଆଠଗଡ଼, ୦୪/୦୬: ପାରିବାରିକ ହିଂସାରୁ ବଡ଼ ଭାଇକୁ ପଥରରେ ଛେଚି ହତ୍ୟା କଲା ସାନ ଭାଇ। ଘଟଣା ଘଟିଛି ଆଠଗଡ଼ ଥାନା ଅନ୍ତର୍ଗତ ରାସରସିକପୁର ଅଞ୍ଚଳରେ। ମୃତକ ଜଣକ ହେଲେ (୫୦) ବର୍ଷୀୟ ଜଗନ୍ନାଥ ପ୍ରଧାନ ।

ସୂଚନା ଅନୁଯାୟୀ ରବିବାର ଅପରାହ୍ନ ୩:୪୩ ମିନିଟ୍ ସମୟରେ ଜଗନ୍ନାଥ ପ୍ରଧାନ ରାସରସିକପୁର ସରସ୍ଵତୀ ଶିଶୁ ମନ୍ଦିର ପାଖରେ ଏକ ଗଛ ତଳେ ଶୋଇଥିଲେ। ଆଉ ଏହି ସମୟରେ ସାନ ଭାଇ ଟୁକୁନା ପ୍ରଧାନ ଏକ ପଥରରେ ଛେଚି ହତ୍ୟା କରିଥିବା ଆଠଗଡ଼ ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।
ଆହୁରି ପଢ଼ନ୍ତୁ: ପୋଲ ତଳୁ ମିଳିଲା ମୃତଦେହ, ପରିଚୟ ଖୋଜୁଛି ପୋଲିସ

ସବୁଠୁ ବଡ଼ କଥା ହେଲା ହତ୍ୟା କରିବା ପରେ ଅଭିଯୁକ୍ତ ସାନଭାଇ ନିଜେ ଆମ୍ବୁଲାନ୍ସ ଯୋଗେ ଜଗନ୍ନାଥଙ୍କୁ ଆଠଗଡ଼ ମେଡିକାଲ ଭର୍ତ୍ତି କରିଥିଲ। ଅବଶ୍ୟ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଉକ୍ତ ଘଟଣାରେ ଅଭିଯୁକ୍ତ ଟୁକୁନା ପ୍ରଧାନକୁ ଆଠଗଡ଼ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି। ହତ୍ୟା ବେଳର ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି ରଖିଥିବା କହିଛନ୍ତି ଆଠଗଡ଼ ଏସଡିପିଓ ବିଜୟ କୁମାର ବିଶି।
ଆହୁରି ପଢ଼ନ୍ତୁ: ଜଙ୍ଗଲରୁ ମିଳିଲା ଅଧାପୋଡ଼ା ମୃତଦେହ, କାରଣ ଖୋଜୁଛି ପୋଲିସ