scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଘରୋଇ କଳହରୁ ବୀଭତ୍ସ ହତ୍ୟା : ବଡ ଭାଇକୁ କୋଦାଳରେ ପିଟିପିଟି ମାରିଦେଲା ସାନ ଭାଇ

30/08/2023 at 7:00 PM

ବୌଦ୍ଧ ୩୦।୮: ଘରୋଇ କଳିରୁ ନେଇ ବୀଭତ୍ସ ହତ୍ୟାକାଣ୍ଡ । ନିଜ ବଡ ଭାଇକୁ ହତ୍ୟା କଲା ସାନ ଭାଇ । କୋଦାଳରେ ପିଟିପିଟି ହତ୍ୟା କଲା ସାନ ଭାଇ । ମୃତକ ବଡ ଭାଇ ଚକ୍ର ପ୍ରଧାନ ଏବଂ ସାନ ଭାଇ ମକର ପ୍ରଧାନ । ବାଉଁଶୁଣି ଥାନା ଜମଘାଟି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସାନ ଭାଇ ମକର ପ୍ରଧାନଙ୍କୁ ପୋଲିସ ଗିରଫ କରିଛି । ଘଟଣାସ୍ଥଳରେ ବାଉଁଶୁଣୀ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସେପଟେ ବୌଦ୍ଧରେ ଜଣେ ନିର୍ମାଣ ଶ୍ରମିକଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରାଯାଇଛି । ଘଟଣା ପରେ ହତ୍ୟାକାରୀ ଘଟଣାସ୍ଥଳରୁ ଫେରାର ହୋଇଛି । ଏକ କମ୍ପାନୀର ନିର୍ମାଣଧିନ ପାଣି ଟାଙ୍କିରେ ଶ୍ରମିକଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ଶ୍ରମିକ ଜଣକ ବାହାର ରାଜ୍ୟର ହୋଇଥିବା ସୂଚନା ମିଳିଛି । କୁମରକାନି ଗ୍ରାମ କଳସୀବୁଡ଼ା ଘାଟରେ ଚାଲିଥିଲା ନିର୍ମାଣ କାର୍ଯ୍ୟ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ମନମୁଣ୍ଡା ପୋଲିସ ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କୁମାରକାନି ଗ୍ରାମର କଳସୀବୁଡ଼ା ଘାଟରେ ଏକ କମ୍ପାନୀ ପକ୍ଷରୁ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଜାରି ରହିଛି । ତେବେ ସେଠାରେ କାର୍ଯ୍ୟରତ ଥିବା ଜଣେ ଅଣ ଓଡ଼ିଆ ଶ୍ରମିକଙ୍କୁ କେହି ଦୁର୍ବୃତ୍ତ କାଠ ଫାଳିଆରେ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ଜଣାପଡିଛି । ଘଟଣାସ୍ଥଳରେ ରକ୍ତ ଜୁଡ଼ୁବୁଡୁ କାଠ ଫାଳିଆ, ମଦ ବୋତଲ, ରୋଷେଇ ସାମଗ୍ରୀ ପଡ଼ିଥିବା ବେଳେ ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କଲେ ଦୁର୍ବୃତ୍ତ ଶ୍ରମିକଙ୍କୁ ପିଟିପିଟ ହତ୍ୟା କରିଥିବା ଜଣାପଡିଛି । ତେବେ ଘଟଣାସ୍ଥଳରୁ କମ୍ପାନୀର ସମସ୍ତ କର୍ମଚାରୀ ଏବଂ ଶ୍ରମିକ ଫେରାର ଥିବାବେଳେ ମନମୁଣ୍ଡା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

You Can Read :

   Related Posts