ପାରିବାରିକ କଳହ ପାଇଁ ଗଡ଼ିଲା ମୁଣ୍ଡ, ସାନ ଭାଇର ଆକ୍ରମଣରେ ବଡଭାଇ ମୃତ

Published By : Prameya-News7 Bureau | February 02, 2024 IST

ସଇଁତଳା: ପାରିବାରିକ କଳହର ଭୟଙ୍କର ପରିଣାମ। ସାନ ଭାଇର ଆକ୍ରମଣରେ ଚାଲିଗଲା ବଡ଼ ଭାଇ ଜୀବନ। ଏଭଳି ଏକ ଅଭବାନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ମହଗାଁ ଗାଁରେ ।

ସୂଚନା ଅନଯାୟୀ, ଶୁକ୍ରବାର ଗାଁର ବେଲାଲ ରଣା (୫୫), ଏକ କୁକୁଡ଼ା ଦୋକାନକୁ ମାଂସ ଆଣିବାପାଇଁ ପାଇଁ ଯାଇଥିବା ବେଳେ ହଠାତ୍ ତାଙ୍କ ସମ୍ପର୍କୀୟ ସାନ ଭାଇ ସୁନାଧର ରଣା(୩୮) ଆସି ତାଙ୍କୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଏଥିରେ ବେଲାରଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିଲା। ଆଉ ଘଟଣା ସ୍ଥଳରେ ହିଁ ଟଳିପଡ଼ିଥିଲେ ବେଲାଲ।

ଆହୁରି ପଢ଼ନ୍ତୁ: ଖରିଆପଲ୍ଲୀ ଜଙ୍ଗଲରୁ ଦନ୍ତାହାତୀର ମୃତ ଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ

ସୂଚନା ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଫେରାର ଅଭିଯୁକ୍ତକୁ ଗିରଫ କରିଛି। ତେବେ ପୂର୍ବରୁ ମଧ୍ୟ ସୁନାଧର ତାଙ୍କ ଜଣେ ସମ୍ପର୍କୀୟ ଭିଣେଇ ଓ ତାଙ୍କ ତିନି ବର୍ଷୀୟ ନାତିକୁ ଆକ୍ରମଣ କରି ଜେଲ ଯାଇଥିଲା ଓ ବର୍ତମାନ ସେ ବେଲ୍‌ରେ ଆସି ପୁଣି ଏକ ହତ୍ୟାକାଣ୍ଡ ଭିଆଇଛି। ଘଟଣାସ୍ଥଳରେ ଟିଟିଲାଗଡ଼ SDPOଙ୍କ ସମେତ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.