ଭାଇ ହେଲା ଭଗାରି; ବଡ଼ ଭାଇର କଟୁରି ଚୋଟରେ ସାନଭାଇ ଗୁରୁତର

Published By : Prameya-News7 Bureau | September 14, 2022 IST


ଚାନ୍ଦବାଲି ୧୪/୦୯: ଭାଇ ଆକ୍ରମଣରେ ସାନଭାଇ ଓ ତାଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଏପରି ଏକ ଅଘଟଣ ଭଦ୍ରକ ଜିଲ୍ଲା ପିରାହାଟ ଥାନା ଜାମଯୋଡ଼ି ପଞ୍ଚାୟତ ଅମୃତପୁର ଗାଁରେ ଘିଟିଛି। ଖବର ଅନୁସାରେ, ବଡ଼ଭାଇ ପ୍ରକାଶ ମହାନ୍ତି ଓ ତାଙ୍କ ସାନଭାଇ କୈଳାଶ ମହାନ୍ତିଙ୍କ ମଧ୍ୟରେ ବହୁ ଦିନଧରି ପାରିବାରିକ ବିବାଦ ଥିଲା। ଫଳରେ ଦୁଇ ଭାଇଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ବଡ଼ଭାଇ ପ୍ରକାଶ ରାଗିଯାଇ ସାନଭାଇ କୈଳାଶଙ୍କୁ ଏକ ମାରଣାସ୍ତ୍ରରେ (କଟୁରି) ଅତର୍କିତ ଆକ୍ରମଣ କରିଥିଲେ।

ଏହା ଦେଖି କୈଳାଶଙ୍କ ସ୍ତ୍ରୀ କୁନ୍ତଳା ସେଠାକୁ ଆସିବାରୁୃ ସେ ମଧ୍ୟ ଆକ୍ରମଣର ଶୀକାର ହୋଇଥିଲେ। କୈଳାସ ଓ ତାଙ୍କ ସ୍ତ୍ରୀ ଏବେ ଗୁରୁତର ଭାବେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଟକ ବଡ଼ ଡାକ୍ତରଖାନରେ ଚିକିତ୍ସାଧୀନ ଅଛନ୍ତି। ପିରହାଟ ଥାନାଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଅଭିଯୋଗ ନମ୍ବର ୧୫୧/୨୨ ମୂଳେ ମାମଲା ରୁଜୁ କରିଛନ୍ତି। ଅଭିଯୁକ୍ତ ପ୍ରକାଶ ମହାନ୍ତିଙ୍କୁ ପୋଲିସ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି। ଏନେଇ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.