ଡେଲାଙ୍ଗରେ ମାତିଲେ ଜଙ୍ଗଲୀ ହାତୀ, ଭୟଭୀତ ଲୋକେ

Published By : Prameya-News7 Bureau | January 05, 2023 IST

ନିମାପଡା ୦୫/୦୧: ୩ ମାସ ପୁରୁନି ପୁଣିଥରେ ପୁରୀ ଜିଲ୍ଲା ଡେଲାଙ୍ଗରେ ଜଙ୍ଗଲୀ ହାତୀର ଆତଙ୍କ । ଏପଟେ ହାତୀକୁ ଦେଖି ଚାଷୀ ଭୟ ଭିତରେ ବନ୍ୟା ପରେ ଡେଲାଙ୍ଗ ଅଂଚଳରେ ଚାଷୀ ବିଳମ୍ବରେ ଧାନ ଚାଷ କରିଥିଲେ । ସେଥିପାଇଁ ଏବେ ହିଁ ବିଲରେ ପାଚିଲା ଧାନ ଅଛି ।

ଏହି ସମୟରେ ହାତୀ ପାଣ୍ଡିଆବିଲି ମଠ ବଗିଚା ଭିତରେ ହାତୀକୁ ଦେଖି ଡେଲାଙ୍ଗର ଘନିପୁର, ସାଉରିଆ, ବୁଢ଼ଙ୍ଗରା, ପଂଚାୟତ ବାସୀ ଭୟ ଭିତରେ । କାହିଁକି ବାରମ୍ବାର ଏଇ ହାତୀ ଏତେବାଟ ଆସୁଛି କାହିଁକି ବନ ବିଭାଗର ଏହା ଉପରେ ଧ୍ୟାନ ରହୁନି ତାକୁ ନେଇ ପ୍ରଶ୍ନ ଉଠାଉଛନ୍ତି ଅଞ୍ଚଳ ବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.