ଅକ୍ଟୋବର ୧୬ରେ ସମ୍ୱଲପୁରରେ ଆୟୋଜିତ ହେବ ପଶ୍ଚିମାଞ୍ଚଳ ଏକତା ସମାବେଶ
14/09/2022 at 5:06 PM
ସମ୍ୱଲପୁର ୧୪/୦୯: ସମ୍ବଲପୁରରେ ଆସନ୍ତା ଅକ୍ଟୋବର ୧୬ରେ ପଶ୍ଚିମାଞ୍ଚଳ ଏକତା ସମାବେଶ ଅନୁଷ୍ଠିତ ହେବ। ବୁଧବାର ଏନେଇ ସାମ୍ବାଦିଦ ସମ୍ମିଳନୀରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ଘୋଷଣା କରିଛି। ସ୍ବତନ୍ତ୍ର ରାଜ୍ଯ ଦାବିରେ ଦୁଇ ଗୋଷ୍ଠି ମଧ୍ଯରେ ଉପୁଜିଥିବା ବିବାଦର ସମାଧାନ ପାଇଁ ଏହି ସମାବେଶର ଆୟୋଜନ କରାଯିବ। ସମସ୍ତ ପଶ୍ଚିମାଞ୍ଚଳକୁ ଏକାଠି କରିବା ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ପରମ୍ପରା ଐତିହ୍ୟର ପ୍ରଚାର ପ୍ରସାର କରିବା ପାଇଁ ଏହି ସମାବେଶର ଆୟୋଜନ ହେଉଛି।
ସେଥିପାଇଁ ସବୁ ଜିଲ୍ଲାର ଅଧିକାର ପାଇଁ ଲଢ଼ୁଥିବା ସକ୍ରିୟ ସଙ୍ଗଠନ ଏବଂ ସ୍ୱତନ୍ତ୍ର ରାଜ୍ଯ ଗଠନ ଦାବି କରି ଆନ୍ଦୋଳନ କରୁଥିବା ସଂଗଠନ ଏବଂ ନେତୃବର୍ଗଙ୍କୁ ଡାକି ସମ୍ବଲପୁରରେ ଆସନ୍ତା ଅକ୍ଟୋବର ୧୬ରେ ଏକ ଆଲୋଚନା ସମାବେଶର ଆୟୋଜନ କରିବା ପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ସମାବେଶରେ ସବୁ ପକ୍ଷ ନିଜର ମତ ରଖିବା ସହ ନେତୃବର୍ଗ ସମାଧାନ ପାଇଁ ପ୍ରସ୍ତାବ ରଖିବେ ବୋଲି କୁହାଯାଇଛି। ଏହି ସମାବେଶ ଆଗାମୀ ଦିନରେ ପଶ୍ଚିମାଞ୍ଚଳବାସୀଙ୍କ ପାଇଁ ଅଧିକାର ପାଇବା ଦିଗରେ ଗୁରୁତ୍ବପୂର୍ଣ୍ଣ ଭୁମିକା ଗ୍ରହଣ କରିବ ବୋଲି ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।