ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର : ବାଇକକୁ ପଛପଟୁ ପିଟିଲା କାର୍‌, ଦୁଗ୍ଧ ବିକ୍ରି କରିବାକୁ ବାହାରିଥିଲେ ରବିନ୍ଦ୍ର
  • ||
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

ଏକନାଥ ସିନ୍ଦେ ହେଲେ ଶିବସେନା ବିଧାୟକ ଦଳ ନେତା, ପାର୍ଟିକୁ ମିଳିଛି ଉପମୁଖ୍ୟମନ୍ତ୍ରୀ ସମେତ ୧୬ ମନ୍ତ୍ରୀ ପଦ

31/10/2019 at 5:36 PM

ମୁମ୍ବାଇ : ବରିଷ୍ଠ ବିଧାୟକ ଏକନାଥ ସିନ୍ଦେଙ୍କୁ ଗୁରୁବାର ଶିବସେନା ବିଧାୟକ ଦଳ ନେତା ମନୋନୟନ କରିଛି। ଏଠାରେ ଅନୁଷ୍ଠିତ ଦଳର ବୈଠକରେ ଆଦିତ୍ୟ ଠାକରେ ଏକନାଥଙ୍କ ନାମ ସୁପାରିଶ କରିଥିଲେ। ସମସ୍ତ ବିଧାୟକ ଏଥିନିମନ୍ତେ ସହମତ ହୋଇଛନ୍ତି। ଏକନାଥ ବିଧାୟକ ଦଳ ନେତା ମନୋନୀତ ହେବା ପରେ ସନ୍ଧ୍ୟାରେ ଶିବସେନା ନେତା ଆଦିତ୍ୟ ଠାକରେ, ସୁଭାଷ ଦେଶାଇ, ଦିବାକର ରାଉତେ ଓ ରାମଦାସ କଦମହଙ୍କ ସମେତ ସମସ୍ତ ବିଧାୟକଙ୍କୁ ନେଇ ରାଜଭବନ ଯିବେ ବୋଲି ଜଣାପଡିଛି।

ବିଜେପି ଓ ଶିବସେନା ସରକାର ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇପାରିନଥିବା ବେଳେ ଅମିତ ଶାହଙ୍କ ମୁମ୍ବାଇ ଗସ୍ତ ପରେ ସହଯୋଗୀଙ୍କ ଚିତ୍ର ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି। ତେବେ ଶିବସେନା ତାର ୫୦-୫୦ ଜିଦ୍ ରେ ଏବେବି ଅଟଳ ରହିଛି। ସେପଟେ ରାଜ୍ୟରେ ତୁରନ୍ତ ସରକାର ଗଠନ ଲାଗି ବିଜେପି ତତ୍ପରତା ପ୍ରକାଶ କରିଛି। ଦଳରେ ସହଯୋଗୀ ହେବା ଲାଗି ରାଜ୍ୟ ବିଜେପି ଶିବସେନାକୁ ଉପମୁଖ୍ୟମନ୍ତ୍ରୀ ପଦ ସମେତ ୮ କ୍ୟାବିନେଟ୍ ଓ ୮ ରାଷ୍ଟ୍ରମନ୍ତ୍ରୀ ପଦ ଦେବାକୁ ସହମତ ଥିବା ପ୍ରସ୍ତାବ ଦେଇଥିବା ଜଣାପଡିଛି।

ଗତଥର ସରକାରରେ ଶିବସେନାର ୬ଜଣ କ୍ୟାବିନେଟ୍ ମନ୍ତ୍ରୀ ଥିବା ବେଳେ ୭ ରାଷ୍ଟ୍ରମନ୍ତ୍ରୀ ଥିଲେ। ହେଲେ ଏବେ ଉପୁଜିଥିବା ପରିସ୍ଥିତିରେ ବିଜେପି ୨ଟି ଅଧିକ କ୍ୟାବିନେଟ୍ ମନ୍ତ୍ରୀ ଓ ଗୋଟିଏ ରାଷ୍ଟ୍ରମନ୍ତ୍ରୀ ପଦର ଅଫର ଦେଇଛି। ଏହା ଛଡା ଶିବସେନାକୁ କେନ୍ଦ୍ରମନ୍ତ୍ରୀମଣ୍ଡଳରେ ବି ଆଉ ଗୋଟିଏ ଅଧିକ ମନ୍ତ୍ରୀପଦ ପ୍ରଦାନ ନିମନ୍ତେ ଦଳ ରାଜିଥିବା ଜଣାପଡିଛି। ତେବେ ଯାହାବି ନିଷ୍ପତ୍ତି ହେବ ଅମିତ ଶାହ ମୁମ୍ବାଇ ପହଞ୍ଚିବା ପରେ ହେବ ବୋଲି ଅନୁମାନ କରାଯାଉଛି।

   Related Posts