krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଉଦ୍ଧବଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା: ଇସିଙ୍କ ନିଷ୍ପତ୍ତି ଉପରେ ଦେଲେନି ସ୍ଥଗିତାଦେଶ ସର୍ବୋଚ୍ଚ ନ୍ୟାୟାଳୟ, ଦୁଇ ପକ୍ଷଙ୍କୁ ଜବାବ ତଲବ

22/02/2023 at 4:56 PM

ନୂଆଦିଲ୍ଲୀ, ୨୨/୦୨: ଶିବସେନାର ନାଁ ଏବଂ ନିର୍ବାଚନୀ ଚିହ୍ନକୁ ନେଇ ଜାରି ରହିଛି ବିବାଦ। ଏହାରି ମଧ୍ୟରେ ଉଦ୍ଧବ ଠାକରେ ଗୋଷ୍ଠୀକୁ ସୁପ୍ରିମକୋର୍ଟଙ୍କ ଠାରୁ ଲାଗିଛି ଆଉ ଝଟକା। ଏକନାଥ ସିନ୍ଦେ ଗୋଷ୍ଠୀ ଦ୍ବାରା ଶିବସେନାର ନିର୍ବାଚନୀ ଚିହ୍ନ ଏବଂ ନାମକୁ ବ୍ୟବହାର ରୋକିବା ଉପରେ​ ହୋଇଥିବା ଯାଚିକାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଏହା ସହ ଉଭୟ ପକ୍ଷଙ୍କୁ ଏହି ମାମଲାରେ ନୋଟିସ୍‌ ଜାରି କରି ଜବାବ ମାଗିଛନ୍ତି। ଦୁଇ ସପ୍ତାହ ପରେ ଏହି ମାମଲାରେ ଶୁଣାଣି ହେବ। ତେବେ ଏହି ନିଷ୍ପତ୍ତି ଗୋଟିଏ ପଟେ ସିନ୍ଦେ ଗୋଷ୍ଠୀ ପାଇଁ ଆଶ୍ବସ୍ତି ଆଣିଥିବାବେଳେ, ଅନ୍ୟପଟେ ଉଦ୍ଧବ ଠାକରେଙ୍କୁ ପୁଣି ନିରାଶ କରିଛି।

ଉଦ୍ଧବ ଗୋଷ୍ଠୀ ଦାବି କରିଥିଲା ଶେଷ ନିଷ୍ପତ୍ତି ହେବା ପର୍ଯ୍ୟନ୍ତ ଏକନାଥ ସିନ୍ଦେ ଗୋଷ୍ଠୀକୁ ଶିବସେନାର ନାମ ଏବଂ ଚିହ୍ନ ବ୍ୟବହାର କରିବାକୁ ରୋକାଯାଉ। ଏହି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଉଦ୍ଧବ ଠାକରେଙ୍କ ତରଫରୁ ଓକିଲ କପିଲ ସିବ୍ବଲ କହିଥିଲେ ​‌ଯେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଆଧାର ଠିକ୍ ନଥିଲା। ଏହି ମାମଲାରେ କୌଣସି ଅନ୍ତିମ ନିଷ୍ପତ୍ତି ହେବା ପର୍ଯ୍ୟନ୍ତ ସ୍ଥଗିତ ରହିବା ଦରକାର। ସେ କହିଛନ୍ତି ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଦ୍ବାରା ଗମ୍ଭୀର ଚିନ୍ତା ଉତ୍ପନ୍ନ ହୋଇଛି।

ସିବ୍ବଲ କହିଛନ୍ତି ଯେ ଆୟୋଗ ବିଧାୟକ ଏବଂ ସାଂସଦଙ୍କ ବହୁମତ ଆଧାରରେ ଦଳର ନାମ ଏବଂ ଚିହ୍ନର ଅଧିକାର ସିନ୍ଦେ ଗୋଷ୍ଠୀକୁ ଦେଇଛନ୍ତି, କିନ୍ତୁ ଏହି ଆଧାର ଠିକ୍‌ ନୁହେଁ। ଏଥିପାଇଁ ସଂଗଠନ କାହା ସହ ଅଛି ଏହା ମଧ୍ୟ ଜାଣିବା ଦରକାର ଥିଲା। ସେହିଭଳି ସିନ୍ଦେ ଗୋଷ୍ଠୀଙ୍କ ଓକିଲ ଏନକେ କୌଲ କହିଛନ୍ତି ଯେ ଏହା ଆବେଦନ ଶୁଣାଣି ଯୋଗ୍ୟ ନୁହେଁ। ସେ କହିଛନ୍ତି ଏହି ମାମଲାରେ ଉଦ୍ଧବ ଗୋଷ୍ଠୀ ସୁପ୍ରିମକୋର୍ଟ କାହିଁକି ଆସିଛନ୍ତି। ଏହା ଉପରେ ପ୍ରଥମେ ହାଇକୋର୍ଟ ଯିବା ଦରକାର ଥିଲା।

ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରି କହିଛନ୍ତି ଯେ ଆମେ ଉଭୟ ପକ୍ଷଙ୍କ ଦଲିଲ୍‌ ଶୁଣିବା ପରେ ନିଷ୍ପତ୍ତି ନେବୁ। ଏଥିପାଇଁ ସୁପ୍ରିମକୋର୍ଟ ଉଭୟ ପକ୍ଷକୁ ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କହିଛନ୍ତି । ଏହା ପରେ ମାମଲାର ଶୁଣାଣି ହେବ।

ସେପଟେ ଏହି ଆଇନ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଚିହ୍ନ ଏବଂ ନାମ ଉପରେ ନିଷ୍ପତ୍ତି କରିବା ଅଧିକାର ନିର୍ବାଚନ ଆୟୋଗ ପାଖରେ ରହିଛି। ଏମିତିରେ ସୁପ୍ରିମକୋର୍ଟଙ୍କ ତରଫରୁ ଉଦ୍ଧବ ଠାକରେଙ୍କୁ ଆଶ୍ବସ୍ତି ମିଳିବା ଆଶା କମ୍ ରହିଥିବା ଆଶା କରାଯାଉଛି।

   Related Posts