ମହାରାଷ୍ଟ୍ର ବିଦ୍ରୋହ ମାମଲା; ସୁପ୍ରିମକୋର୍ଟ କହିଲେ, ରାଜ୍ୟପାଳ ଓ ବାଚସ୍ପତିଙ୍କ ନିଷ୍ପତ୍ତି ବେଆଇନ, କିନ୍ତୁ ଉଦ୍ଧବ ସରକାରଙ୍କୁ କ୍ଷମତା ଫେରାଇ ହେବ ନାହିଁ

Published By : Prameya-News7 Bureau | May 11, 2023 IST

ମୁମ୍ବାଇ; ମହାରାଷ୍ଟ୍ର ରାଜନୈତିକ ସଂକଟରେ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ମହାରାଷ୍ଟ୍ର ରାଜ୍ୟପାଳ ଓ ବାଚସ୍ପତିଙ୍କ ନିଷ୍ପତ୍ତି ବେଆଇନ ଥିଲା ବୋଲି କୋର୍ଟ ରାୟରେ ଦର୍ଶାଇଛନ୍ତି । ଏହାସହିତ ଉଦ୍ଧବ ଠାକରେ ସରକାରଙ୍କୁ କ୍ଷମତା ଫେରାଇବାକୁ ଆଗ୍ରହ୍ୟ କରିଛନ୍ତି । କୋର୍ଟ କହିଛନ୍ତି, ମହାରାଷ୍ଟ୍ରରେ ଆଇନ ଆଧାରରେ ଫ୍ଲୋର୍ ଟେଷ୍ଟ ହୋଇନାହିଁ । ଶିବସେନା ଗୋଟିଏ ଗୋଷ୍ଠୀର ପ୍ରସ୍ତାବରେ ଏଭଳି ନିଷ୍ପତ୍ତି ନିଆଯାଇଛି । ବାଚସ୍ପତି ସଠିକ୍ ହ୍ବିପକୁ ଯାଞ୍ଚ ନକରି ତରବରିଆ ଭାବେ ପଦକ୍ଷେପ ନେଇଛନ୍ତି । ସେପଟେ ରାଜ୍ୟପାଳ ମଧ୍ୟ ଏହି ଘଟଣାରେ ମୁଣ୍ଡ ପୁରାଇବା ଭୂଲ । ତଥାପି ଉଦ୍ଧବ ଠାକରେ ସରକାରଙ୍କୁ କ୍ଷମତା ଫେରାଇ ହେବ ନାହିଁ । କାରଣ ସେ ଫ୍ଲୋର ଟେଷ୍ଟକୁ ସମ୍ମାନ ନଦେଇ ଇସ୍ତଫା ଦେଇଛନ୍ତି ବୋଲି ମହାରାଷ୍ଟ୍ର ରାଜନୈତିକ ବିଦ୍ରୋହର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ।

ପ୍ରଧାନ ବିଚାରପତି ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ରାୟ ଶୁଣାଇ କରି ୪ଟି ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଟିପ୍ପଣୀ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଯଦି ଇସ୍ତଫା ଦେଇନଥାନ୍ତେ ଏବଂ ଫ୍ଲୋର୍ ଟେଷ୍ଟରେ କୌଣସି ପ୍ରକାର ଭୂଲ୍ ଥାନ୍ତା ତେବେ ସୁପ୍ରିମକୋର୍ଟ ଏହା ଉପରେ ବିଚାର କରିଥାନ୍ତେ । ଉଦ୍ଧାବ ଠାକରେ ଇସ୍ତଫା ଦେବା ସହିତ ଫ୍ଲୋର୍ ଟେଷ୍ଟକୁ ସମ୍ମାନ କରିନାହାନ୍ତି । ତେଣୁ ଏହି ଇସ୍ତଫାକୁ ରଦ୍ଦ କରିହେବ ନାହିଁ ।

ସୁପ୍ରିମକୋର୍ଟ କହିଛନ୍ତି, ମହାରାଷ୍ଟ୍ର ବାଚସ୍ପତି ଅସଲି ହ୍ବିପର ଯାଞ୍ଚ କରି ନାହାନ୍ତି । କେବଳ ଦଳ ଦ୍ବାରା ଜାରି ହୋଇଥିବା ହ୍ବିପ୍ ମାନିବାର ଆବଶ୍ୟକତା ଥିଲା । ସ୍ପିକର ମଧ୍ୟ ସଠିକ୍ ହ୍ବିପକୁ ଜାଣିବାକୁ ଚେଷ୍ଟ ମଧ୍ୟ କରିନାହିନ୍ତି । ଚନ୍ଦ୍ରଚୂଡ଼ କହିଛନ୍ତି, ରାଜନୈତିକ ଦଳର ଭିତିରି ବିବାଦକୁ ତୁଲାଇବା ପାଇଁ ଫ୍ଲୋର୍ ଟେଷ୍ଟ ଠିକ୍ ନଥିଲା । ଦୁଇ ଗୋଷ୍ଠୀର ବିବାଦକୁ ତୁଲାଇବା ପାଇଁ ବିଶ୍ବାସ ମତ ଭୂଲ ଏବଂ ଏଥିରେ ରାଜ୍ୟପାଳ ମୁଣ୍ଡ ପୁରାଇବା ଠିକ୍ ନଥିଲା ବୋଲି କହିଛନ୍ତି ଖଣ୍ଡପୀଠ । ରାଜ୍ୟପାଳଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ । ଗୋଟିଏ ଗୋଷ୍ଠୀଙ୍କ ପ୍ରସ୍ତାବ ଉପରେ ଭରସା କରି  ରାଜ୍ୟପାଳ କୌଣସି ନିଷ୍କର୍ସରେ ପହଞ୍ଚିଥିବାରୁ ଉଦ୍ଧବ ଠାକରେ ବିଧାୟକଙ୍କ ସମର୍ଥନ ହରାଇଲେ ।

ସିନ୍ଦେ ଓ ଉଦ୍ଧବ ଠାକରେ ଗୋଷ୍ଠୀ ଦ୍ବାରା ଦାୟର ହୋଇଥିବା ଯାଚିକାର ବିଭିନ୍ନ ମୁଦ୍ଦା ଉପରେ ବିଚାର କରିଛନ୍ତି ସୁପ୍ରିମକୋର୍ଟ । ପ୍ରଥମ ଯାଚିକା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଦ୍ବାରା ଆବେଦନ ହୋଇଥିବା ଚ୍ୟାଲେଞ୍ଜ ଯାଚିକା ଉପରେ ବିଚାର କରିଛନ୍ତି । ଦଳବଦଳ ମାମଲାରେ ଡେପୁଟି ସ୍ପିକର ନୋଟିସ୍ ଜାରି କରିଥିଲେ । ସେହିପରି ଉଦ୍ଧବ ଠାକରେ, ରାଜ୍ୟପାଳଙ୍କ ପ୍ଲୋର ଟେଷ୍ଟ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ । ବିଜେପି ସମର୍ଥନରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଏବଂ ନୂଆ ଅଧ୍ୟକ୍ଷ ନିର୍ବାଚନକୁ ଉଦ୍ଧବ ଠାକରେ ଚ୍ୟାଲେଞ୍ଜ ଦେଇଥିଲେ ।    

ଗତବର୍ଷ ଜୁନ୍ ମାସରେ ଉଦ୍ଧବ ଠାକରେ ସରକାର ବିରୋଧରେ ବିଦ୍ରୋହ କରିଥିଲେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ୧୬ ବାଗି ବିଧାୟକ। ଫଳରେ ମହାରାଷ୍ଟ୍ରରେ ମହାମେଣ୍ଟ ସରକାର ଭାଙ୍ଗିଯାଇଥିଲା । ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀ ବିପେଜି ସହିତ ମେଣ୍ଟ କରି ସରକାର ଗଢ଼ିଥିଲେ । ତେବେ ଏହାକୁ ବିରୋଧ କରି ଉଦ୍ଧବ ଠାକରେ  ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ । ଏକନାଥ ସିନ୍ଦେ ଓ ୧୫ ବାଗି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଆବେଦନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.