vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ଫଟୋ ଓ ଭିଡିଓ ଜାରି କରି ଶକ୍ତି ପ୍ରଦର୍ଶନ କଲେ ଏକନାଥ ସିନ୍ଦେ, ସାଙ୍ଗରେ ଅଛନ୍ତି ୭ ନିର୍ଦ୍ଦଳୀୟଙ୍କ ସମେତ ୪୯ ବିଧାୟକ

23/06/2022 at 3:10 PM

ଗୌହାଟୀ/ମୁମ୍ବାଇ ୨୩।୬: ମହାରାଷ୍ଚ୍ରରେ ଉଦ୍ଧବଙ୍କ ସରକାର ଭାଙ୍ଗିବା ଏବେ ଏକ ପ୍ରକାର ନିଶ୍ଚିତ ଲାଗୁଛି। ଗୌହାଟୀରେ ଏକନାଥ ସିନ୍ଦେ ୪୨ ଶିବସେନା ଓ ୭ ସ୍ୱାଧୀନ ବିଧାୟକଙ୍କ ସହ ଫଟୋ ଓ ଭିଡିଓ ଜାରି କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ଉଦ୍ଧବଙ୍କ ସରକାର ଭୂଷାଡିବା ଲାଗି ସିନ୍ଦେଙ୍କୁ ମାତ୍ର ୩୭ ଶିବସେନା ବିଧାୟକଙ୍କ ଆବଶ୍ୟକତା ପଡୁଛି। ତେବେ ତାଙ୍କ ସହ ୪୯ ଜଣ ଅଛନ୍ତି। ଅପରପଟେ ସରକାର ଗଠନ ଓ ପରବର୍ତ୍ତି ପ୍ରକ୍ରିୟା ଲାଗି ମହାରାଷ୍ଟ୍ର ବିଜେପିରେ ବୈଠକ ପର୍ବ ଆରମ୍ଭ ହୋଇଗଲାଣି।

ସିନ୍ଦେଙ୍କୁ ବିଜେପି ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ  ୮ କ୍ୟାବିନେଟ୍ ଓ ୫ ରାଷ୍ଟ୍ରମନ୍ତ୍ରୀ ପଦ ଅଫର କରିଛି। ଏହା ସହ କେନ୍ଦ୍ରରେ ମଧ୍ୟ ୨ଟି ମନ୍ତ୍ରୀପଦ ଦେବାକୁ ପ୍ରସ୍ତୁତ ଥିବା ଜଣାପଡିଛି। ତେବେ ବିଦ୍ରେହୀ ନେତା ଏକନାଥ ସିନ୍ଦେ ଏକ ଚିଠି ସେୟାର କରିଛନ୍ତି। ଚିଠିଟି ସଞ୍ଜୟ ଶିରସାଟ୍ ଲେଖିଛନ୍ତି, ତେବେ ଏଥିରେ ସବୁ ଶିବସେନା ବିଧାୟକଙ୍କ ମନଭାବ ବର୍ଣ୍ଣନା କରାଯାଇଛି। ଚିଠିରେ ଶିବସେନା ବିଧାୟକଙ୍କ ଲାଗି ଆପଣଙ୍କ ଦ୍ୱାର ସବୁବେଳେ ବନ୍ଦ ଥିଲା। ସେହି ବିଧାୟକଙ୍କ କଥା ଆପଣ ଶୁଣୁ ନଥିଲେ ଯେଉଁମାନଙ୍କ କଥା  ସିନ୍ଦେ ଶୁଣୁଥିଲେ ଓ ଆଗକୁ ବି ଶୁଣିବେ ବୋଲି ଉଲ୍ଲେଖ ଅଛି।

ଅପରପଟେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦଳର ବଡ଼ ନେତାଙ୍କୁ ନେଇ ବୈଠକ କରିଛନ୍ତି। ଏଥିରେ ଉଦ୍ଧବଙ୍କ ସରକାରୀ ବାସଭବନରେ ୧୨ ବିଧାୟକ ପହଞ୍ଚିଥିବାର ଜଣାପଡିଛି। ବିଧାୟକଙ୍କ ଭଳି ଶିବସେନାର ୧୯ ସାଂସଦଙ୍କ ମଧ୍ୟରୁ ୯ ଜଣ ଉଦ୍ଧବଙ୍କ ହାତ ଛାଡିବେ ବୋଲି ସୂଚନା ଆସୁଛି। ଏଥିରେ ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ ଠାଣେ ଲୋକସଭା ସାଂସଦ ରାଜନ ଭିଚାରେ, ୱାସିମ ସାଂସଦ ଭାବନା ଗ୍ୱଲୀ ଓ ନାଗପୁର ରାମଟେକ୍ ସିଟ୍‌ରେ ସାଂସଦ ଥିବା କୃପାଲ ତୁମାନେଙ୍କ ନାମ ଆସୁଥିବା ଜଣାପଡିଛି। ଯଦି ମହାରାଷ୍ଟ୍ର କ୍ଷମତାରେ ପରିବର୍ତ୍ତନ ହୁଏ ତେବେ ଆହୁରି ଅନେକ ସାଂସଦ ମଧ୍ୟ ସିନ୍ଦେଙ୍କ ପକ୍ଷକୁ ଯିବେ ବୋଲି ସୂଚନା ମିଳୁଛି।

ସୂତ୍ର ଅନୁସାରେ ବିଦ୍ରୋହୀ ଗୋଷ୍ଠୀ ବିଧାୟଙ୍କ ସ୍ୱାକ୍ଷର ସମ୍ବଳିତ ପତ୍ର ରାଜ୍ୟପାଳଙ୍କୁ ପଠେଇପାରନ୍ତି। ତେବେ ମୁଖ୍ୟମନ୍ତ୍ରୀ ସରକାରୀ ବଙ୍ଗଳା ଖାଲି କରିବା ଯୋଗୁ ଏନସିପି ଅସନ୍ତୋଷ ପ୍ରକାଶ କରିଛି।   ଉପୁଜିଥିବା ପରିସ୍ଥିତିରେ ଏଆଇସିସି ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରା ମୁମ୍ବାଇ ପହଞ୍ଚିଛନ୍ତି।  ତେବେ ପ୍ରିୟଙ୍କାଙ୍କର ଏହା ବ୍ୟକ୍ତିଗତ ଗସ୍ତ ବୋଲି କୁହାଯାଉଛି। ଏହି ଗସ୍ତକାଳରେ ପ୍ରିୟଙ୍କା ମହାରାଷ୍ଚ୍ର କଂଗ୍ରେସ ସଭାପତି ନାନା ପୋଟଲେଙ୍କୁ ଭେଟି ପାରନ୍ତି ବୋଲି  ଜଣାପଡିଛି। ଶରଦ ପାୱାର ଏନସିପି ବିଧାୟକଙ୍କ ବୈଠକ କରିଛନ୍ତି । ଏଥିରେ ପାୱାର ଆମେ ଶିବସେନା ସହ ଥିବା ବିଧାୟକଙ୍କୁ କହିଛନ୍ତି। ଯଦି ସରକାର ଯିବାର ପରିସ୍ଥିତି ଉପୁଜେ ତେବେ କ୍ଷମତା ଯିବା ପରେ ସମସ୍ତଙ୍କୁ ସଂଘର୍ଷ ଲାଗି ପ୍ରସ୍ତୁତ ରହିବାକୁ ପାୱାର ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି।

   Related Posts