ଫାୟାରିଂ ଘଟଣା ପରେ ସଲମାନଙ୍କୁ ଭେଟିଲେ ସିଏମ୍ ସିନ୍ଦେ, କହିଲେ-ସରକାର ଆପଣଙ୍କ ସହ ଅଛନ୍ତି

Published By : Prameya-News7 Bureau | April 16, 2024 IST

ନୂଆଦିଲ୍ଲୀ: ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଫାୟାରିଂ ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କୁ ଭେଟିବା ପରେ ଗ୍ୟାଲେକ୍ସି ଆପାର୍ଟମେଣ୍ଟ ପହଞ୍ଚିଛନ୍ତି । ସେ ସଲମାନ ଖାନଙ୍କ ବାପା ସଲୀମ ଖାନଙ୍କୁ ମଧ୍ୟ ଭେଟିଛନ୍ତି । ଘଟଣାର ପରେ ସଲମାନ ଖାନଙ୍କ ଘର ବାହାରେ ସୁରକ୍ଷା ବଢାଯାଇଛି । ଉଲ୍ଲେଖଯୋଗ୍ୟ ଯେ ରବିବାର ବାଇକରେ ଆସି ଦୁଇ ଯୁବକ ବାନ୍ଦ୍ରା ସ୍ଥିତ ଗ୍ୟାଲେକ୍ସି ଆପାର୍ଟମେଣ୍ଟ ବାହାରେ ଚାରି ରାଉଣ୍ଡ ଗୁଳି ଚଳାଇଥିଲେ । ଏହି ଆପାର୍ଟମେଣ୍ଟରେ ସଲମାନ ଖାନଙ୍କ ପରିବାର ବାସ କରୁଛନ୍ତି । ଫାୟାରିଂ ପାଇଁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିଥିଲା ।

ସଲମାନଙ୍କୁ ଭେଟିବା ପରେ ସିଏମ୍ ସିନ୍ଦେ କହିଛନ୍ତି, 'ଆମେ ସଲମାନଙ୍କୁ କହିଛୁ ଯେ ସରକାର ଆପଣଙ୍କ ସହ ଅଛି । ଦୁଇ ଅଭିଯୁକ୍ତକୁ ଗିରଫ କରାଯାଇଛି । ସେମାନଙ୍କୁ ପଚରାଉଚରା କରାଯାଉଛି । ଆମେ ଏହି ମାମଲାର ମୂଳ ଯାଏ ଯିବୁ ଏବଂ କାହାରିକୁ ଛଡ଼ାଯିବ ନାହିଁ । ଏପରି ଭାବେ କାହାରିକୁ ଟାର୍ଗେଟ୍ କରାଯାଇ ପାରିବ ନାହିଁ ।' ସେ କହିଛନ୍ତି, 'କୌଣସି ଗ୍ୟାଙ୍ଗୱାର ହେବାକୁ ଦିଆଯିବ ନାହିଁ । ଆମେ ଏପରି ହେବାକୁ ଦେବୁ ନାହିଁ । ଆମେ ବିଷ୍ନୋଇକୁ ଶେଷ କରିଦେବୁ ।'

ପଢନ୍ତୁ: ମୁମ୍ଵାଇ କ୍ରାଇମ ବ୍ରାଞ୍ଚକୁ ବଡ ସଫଳତା, ସଲମାନଙ୍କ ଘର ବାହାରେ ଫାୟାରିଂ କରିଥିବା ୨ ଅଭିଯୁକ୍ତ ଗିରଫ

ମୁମ୍ୱାଇ ପୋଲିସ ଫାୟାରିଂ କରିଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା, ଦୁହିଁଙ୍କୁ କୋର୍ଟ ୧୦ ଦିନିଆ ରିମାଣ୍ଡରେ ପଠାଇଛି । ଦୁଇ ଅଭିଯୁକ୍ତଙ୍କୁ ମୁମ୍ୱାଇ ପୋଲିସର କ୍ରାଇମବ୍ରାଞ୍ଚ ଗୁଜରାଟର ଭୁଜରୁ ଗିରଫ କରିଥିଲା । ଏହାପରେ ସେମାନଙ୍କୁ ମଙ୍ଗଳବାର ମୁମ୍ୱାଇ ଅଣାଯାଇଥିଲା ଏବଂ କିଲା କୋର୍ଟରେ ହାଜର କରାଯାଇଥିଲା । ପୋଲିସ ସାମ୍ୱାଦିକ ସମ୍ମିଳନୀ କରି ଅଭିଯୁକ୍ତଙ୍କ ନାଁ ଭିକ୍କି ଗୁପ୍ତା ଏବଂ ସାଗର ପାଲ ବୋଲି କହିଥିଲା । ତେବେ ଘଟଣାରେ ବ୍ୟବହୃତ ବନ୍ଧୁକ ଏବେ ଯାଏ ମିଳି ନାହିଁ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.