ମୁମ୍ବାଇ: ଉଦ୍ଧବଙ୍କ ଶିବସେନା ନୀତି ଆଦର୍ଶରୁ ଦୂରେଇ ଯାଇଛି ବୋଲି କହି ତାଙ୍କ ବିରୋଧରେ ବିଦ୍ରୋହ କରି ବିଜେପି ସହ ମିଶି ସରକାର ଗଢ଼ିଲେ ଶିବସେନା ବିଧାୟକ ଏକନାଥ ସିନ୍ଦେ। ତାଙ୍କ ସହ ୪୦ ବିଧାୟକଙ୍କୁ ବି ଆଣିଲେ। ଦାବି କଲେ ସେମାନେ ହେଉଛନ୍ତି ପ୍ରକୃତ ଶିବ ସୈନିକ। ଆଉ ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଲଲିପପ୍ ଧରାଇ ଦେଲା।
ତେବେ ଯେଉଁ ବିଧାୟକମନଙ୍କୁ ମନ୍ତ୍ରୀ କରାଇବେ ବୋଲି ସ୍ୱପ୍ନ ଦେଖାଇ ତାଙ୍କ ପକ୍ଷରେ ଆଣିଥିଲେ ଏବେ ମନ୍ତ୍ରୀ ପଦ ନମଳିବାରୁ ସେମାନେ ବିଦ୍ରୋହ କରିବା ଆରମ୍ଭ କରିଦେଲେଣି। ଏହି ଘଟଣା ପରେ ସିନ୍ଦେଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି।
ବିଜେପି ସହ ମେଣ୍ଟ କରି ସରକାର ଗଢିବାର ମାସାଧିକ ସମୟ ପରେ ଶେଷରେ ମହାରାଷ୍ଟ୍ରରେ କ୍ୟବିନେଟ ବିସ୍ତାର ହୋଇଛି। ଆଉ ଏଥିରେ ମନ୍ତ୍ରୀ ପଦ ପାଇ ନଥିବା ବିଧାୟକମାନେ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିବାରେ ଲାଗିଲେଣି।
ଔରଙ୍ଗାବାଦ ପଶ୍ଚିମ ବିଧାୟକ ସଞ୍ଜୟ ଶିରସାଟ ଉଦ୍ଧବଙ୍କ ବିରୋଧରେ ବିଦ୍ରୋହ କରି ସିନ୍ଦେଙ୍କ ଟିମ୍ରେ ସାମିଲ ହୋଇଥିଲେ। ହେଲେ ମନ୍ତ୍ରୀପଦ ନମିଳିବାରୁ ସେ ଗତକାଲି ଏଖ ଟ୍ୱିଟ୍ କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଟ୍ୱିଟ୍ରେ ଶିରସାଟ ଉଦ୍ଧବ ଠାକରେଙ୍କୁ ମହାରାଷ୍ଟ୍ର ପରିବାର ମୁଖିଆ ବୋଲି କହିଛନ୍ତି। ଏହି ଟ୍ୱିଟ୍ ପରେ ଚର୍ଚ୍ଚା ଜୋର ଧରିବାରୁ ସେ ତାଙ୍କ ଟ୍ୱିଟ୍ ଡିଲିଟ୍ କରିଦେବା ସହ ସିନ୍ଦେଙ୍କ ଟିମ୍ରେ ସମସ୍ତେ ବହୁତ ଖୁସୀ ବୋଲି ବୋଲି ଶିରସାଟ କହିଛନ୍ତି। ତେବେ ଶିରସାଟଙ୍କର ଟ୍ୱିଟ୍ ସିନ୍ଦେଙ୍କୁ ଚେତାବନୀ ବୋଲି ରାଜନୈତିକ ବିଶ୍ଳେଷକମାନେ କହୁଛନ୍ତି।
ଅନ୍ୟପଟେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେବା ପରେ ଶିରସାଟ କହିଛନ୍ତି ଯେ ସେ କେବଳ ଉଦ୍ଧବଙ୍କା ଭାଷଣକୁ୍ ଟ୍ୱିଟ୍ କରିଛନ୍ତି। ଯେଉଁଥିରେ ସେ ନିଜକୁ ପରିବାରର ମୁଖ୍ୟା ବୋଲି କହିଛନ୍ତି। ତେଣୁ ପରିବାରର ମୁଖ୍ୟ ଅନୁସାରେ ନିଜ ରାୟ ନୁହେଁ ପରିବାର ରାୟ ଶୁଣିବା ଦରକାର ବୋଲି ମେସେଜ୍ ଦେବା ପାଇଁ ସେ ଟ୍ୱିଟ୍ କରିଥିଲେ ବୋଲି ଶିରସାଟ କହିଛନ୍ତି।
ସେ କହିଛନ୍ତି “ଆମେ ସବୁବେଳେ ଉଦ୍ଧବଙ୍କୁ ପରିବାର ମୁଖିଆ ବୋଲି ମାନିଲୁ, କିନ୍ତୁ ସେ ଭାବିଲେ ନାହିଁ। ତେଣୁ ବର୍ତ୍ତମାନର ସ୍ଥିତି ପାଇଁ ମୁଁ ଦୁଃଖିତ। ତେବେ ମୋତ ମନ୍ତ୍ରୀ ପଦ ମିଳିଲାନି ବୋଲି ମୁଁ ଟ୍ୱିଟ୍ କରିଛି ତାହା ନୁହେଁ ମୁଁ ସିଦ୍ଧାନ୍ତମୂଳକ ମଣିଷ। ସିନ୍ଦେଙ୍କ ଟିମ୍ରେ ଆସି ମୁଁ ସବୁବେଳେ ରୋକଠୋକ ରହିଛି। ମୁଁ ତାହା କହିଥାଏ ଯାହା ମୋତେ ଠିକ୍ ଲାଗିଥାଏ। ମୋର ବି ଚାନ୍ତାଧାରା ସମାନ ଥିଲା ଯେ ଉଦ୍ଧବଙ୍କୁ ଏନ୍ସିପି ଓ କଂଗ୍ରେସ ସହ ମେଣ୍ଟ କରିବାର ନଥିଲା। ମୁଁ ଏବେ ବି ସେହି ମତ ସହ ଛିଡ଼ା ହୋଇଛି। ମୁଁ ଖୁସୀ ଅଛି।”