ଇସିଙ୍କ ନିର୍ଦ୍ଦେଶ ପରେ ସିନ୍ଦେଙ୍କ ଟ୍ୱିଟର ପ୍ରୋଫାଇଲ୍‌ରେ ଶିବସେନା ଚିହ୍ନ; ସୁପ୍ରିମକୋର୍ଟ ଯିବେ ଉଦ୍ଧବ, କିଏ କ'ଣ କହିଲେ ଜାଣନ୍ତୁ

Published By : Prameya-News7 Bureau | February 17, 2023 IST

 ମୁମ୍ବାଇ: ସିନ୍ଦେ ଓ ଉଦ୍ଧବଙ୍କ ଭିତରେ ଶିବସେନା ନାଁ ଓ ଦଳୀୟ ଚିହ୍ନକୁ ନେଇ ଲାଗିଥିବା ଆଇନଗତ ଲଢ଼େଇରେ ସିନ୍ଦେଙ୍କ ଟିମ୍‌ର ବିଜୟ ହୋଇଛି। ଇଲେକ୍ସନ କମିଶନ ଦଳର ନାଁ ଓ ଚିହ୍ନକୁ ସିନ୍ଦେଙ୍କ ପକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି। ଶିବସେନାର ବର୍ତ୍ତମାନ ସମ୍ବିଧାନ ଅଗଣତାନ୍ତ୍ରିକ କହି ଇସି ସିନ୍ଦେଙ୍କୁ ଦଳର ଚିହ୍ନ ଓ ନାଁ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି।

ଇସିଙ୍କ ନିର୍ଦ୍ଦେଶ ପରେ ବିଭିନ୍ନ ନେତାଙ୍କର ପ୍ରତିକ୍ରିୟା ପ୍ରକାଶ ପାଇଛି। ସିନ୍ଦେଙ୍କ ଟିମ୍ ଏହାକୁ ସ୍ୱାଗତ କରିଥିବା ବେଳେ ଉଦ୍ଧବଙ୍କ ଟିମ୍‌ ଏହାକୁ ସମାଲୋଚନା କରି ଇସି ବିଜେପି କର୍ମୀ ଭଳି କାମ କରୁଥିବା ଅଭିଯୋଗ ଆଣିଛନ୍ତି।

{"width":839,"height":629}
Shiv Sena Symbol Row: Election Commission gave Shiv Sena name and symbol to eknath shinde, Uddhav Thackeray reaction, 10 highlights Shinde Vs Thackeray: शिंदे गुट ही असली शिवसेना, EC के फैसले पर उद्धव बोले- SC जाएंगे, CM ने कहा- धनुष और बाण की गिरवी को छुड़ाया | 10 बड़ी बातें

ବଦଳିଲା ସିନ୍ଦେଙ୍କ ଟ୍ୱିଟର ପ୍ରୋଫାଇଲ୍ ଫଟୋ, କହିଲେ-ବାଲାସାହେବ ଆଦର୍ଶର ବିଜୟ ହୋଇଛି
ଇସି ନିର୍ଦ୍ଦେଶ ପରେ ଏକନାଥ ସିନ୍ଦେ ତାଙ୍କର ଟ୍ୱିଟର ପ୍ରୋଫାଇଲ୍ ବଦଳାଇ ଦେଇଛନ୍ତି। ସିନ୍ଦେ ଶିବସେନାର ଧନୁ ତୀର ଚିହ୍ନକୁ ନିଜ ପ୍ରୋଫାଇଲ୍ ପିକ୍‌ଚର ରଖିଥିବା ବେଳେ କଭର ପିକ୍‌ଚରରେ ତାଙ୍କର ଓ ବାଲାସାହେବଙ୍କର ଏକ ଫଟୋ ରହିଛି।  

ଇସିଙ୍କ ନିଷ୍ପତ୍ତିକୁ ସ୍ୱାଗତ କରି ସିନ୍ଦେ କହିଛନ୍ତି "ସତ୍ୟର ବିଜୟ ହୋଇଛି। ଏହା ହିଁ ଆନନ୍ଦ ଦିଘେ ଓ ବାଲାସାହେବଙ୍କ ଆଦର୍ଶ।" ତେବେ ଦଳୀୟ ନା ଓ ଚିହ୍ନ ପାଇବା ପରେ ସିନ୍ଦେଙ୍କ ଶିବସେନା ଲୋକଙ୍କ ମତ ପାଇବ ତ? ଇଣ୍ଡିଆ ଟୁଡେର ଏପରି ପ୍ରଶ୍ନର ଉତ୍ତର ଦେଇ ସିନ୍ଦେ କହିଛନ୍ତି ଯେ ନିଷ୍ପତ୍ତି ଆସିନଥିବା ବେଳେ ଲୋକେ ଆମକୁ ସମର୍ଥନ କରିଥିଲେ। ରାଜ୍ୟର ସ୍ୱାର୍ଥ ପାଇଁ ଆମେ ଯେଉଁ ଭୂମିକା ନିର୍ବାହ କରିବୁ ଲୋକେ ଆମକୁ ସମର୍ଥନ ଦେବେ ବୋଲି ସିନ୍ଦେ କହିଛନ୍ତି।

wp:html /wp:html

ସିନ୍ଦେଙ୍କୁ ଫଡନାଭିସଙ୍କ ବଧେଇ

ଇସିଙ୍କ ନିଷ୍ପତ୍ତିଙ୍କୁ ସ୍ୱାଗତ କରିଛନ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍। ଏନେଇ ସେ ଟ୍ୱିଟ୍ କରି ଲେଖିଛନ୍ତି " ବାଲାସାହେବ ଠାକ୍‌ରେଙ୍କ ଚିନ୍ତାଧାରାକୁ ଅନୁସରଣ କରି ସତ୍ୟ ଓ ହିନ୍ଦୁତ୍ୱ ପାଇଁ ଲଢ଼େଇ କରୁଥିବା ଏକନାଥରାଓ ସିନ୍ଦେଙ୍କୁ ମୁଁ ହୃଦୟରୁ ଧନ୍ୟବାଦ ଜଣାଉଛି। ଶିବସେନା ନାଁ ଓ ଦଳୀୟ ଚିହ୍ନ ପାଇଥିବାରୁ ସମସ୍ତ ଶିବସେନା କର୍ମୀଙ୍କୁ ମୁଁ ହୃଦୟରୁ ବଧେଇ ଜଣାଉଛି।"  

ସୁପ୍ରିମକୋର୍ଟ ଯିବେ ଉଦ୍ଧବ, କହିଲେ ଚୋର ସବୁବେଳେ ଚୋର ହୋଇ ରହେ

ଅନ୍ୟପଟେ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ତୀବ୍ର ସମାଲୋଚନା କରିଛନ୍ତି ଉଦ୍ଧବ ଠାକରେ। ଗଣତନ୍ତ୍ରର ହତ୍ୟା କରାଯାଇଛି ବୋଲି କହି ଇସିଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟ ଯିବେ ବୋଲି ଉଦ୍ଧବ କହିଛନ୍ତି।

ସେ କହିଛନ୍ତି ଯେ ଯଦି କୌଣସି ଦଳର ଅସ୍ତିତ ତା'ର ବିଧାୟକ ଓ ସାଂସଦଙ୍କ ଦ୍ୱାରା ନିର୍ଦ୍ଧାରଣ କରାଯାଏ ତେବେ କୌଣସି ବି ପୁଞ୍ଜିପତି ସେମାନଙ୍କୁ କିଣି ମୁଖ୍ୟମନ୍ତ୍ରୀ ହୋଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରି ଉଦ୍ଧବ କହିଛନ୍ତି ଯେ ଦେଶରେ ବର୍ତ୍ତମାନ ଗଣତନ୍ତ୍ର ବୋଲି କିଛି ନାହିଁ। ଦେଶରେ ଏକଛତ୍ରବାଦ ଶାସନର ଯୁଗ ଆରମ୍ଭ ହୋଇଯାଇଛି ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଦେବା ଉଚିତ୍ ବୋଲି ଉଦ୍ଧବ କହିଛନ୍ତି।

ସେ ଆହୁରି କହିଛନ୍ତି " ଇସିଙ୍କ ଏଭଳି ନିଷ୍ପତ୍ତି ଗଣତନ୍ତ୍ର ପାଇଁ ବିପଦ। ସେମାନେ ପ୍ରଥମେ ବାଲାସାହେବଙ୍କୁ ବୁଝିବା ଦରକାର। ବର୍ତ୍ତମାନ ସେମାନେ ଜାଣିଲେଣି ଯେ ମୋଦୀଙ୍କ ନାଁ ମହାରାଷ୍ଟ୍ରରେ ଆଉ ଚାଲିବନି। ତେଣୁ ସେମାନେ ନିଜର ଲାଭ ପାଇଁ ନିଜ ମୁହଁରେ ବାଲାସାହେବଙ୍କ ମାସ୍କ ପିନ୍ଧୁଛନ୍ତି।" ଚୋର ସବୁବେଳେ ଚୋର ହେଇ ରହିବେ ବୋଲି ଉଦ୍ଧବ କହିଛନ୍ତି।

ଉଦ୍ଧବଙ୍କୁ ସିନ୍ଦେଙ୍କର କଡା ଜବାବ; ତୁମେ ବଲାସାହେବଙ୍କ ନୀତି ଆଦର୍ଶକୁ ବିକିଛ

ଉଦ୍ଧବଙ୍କ ଚୋର ମନ୍ତବ୍ୟରେ ଜବାବ ଦେଇ ସିନ୍ଦେ କହିଛନ୍ତି " ଆପଣ ତାହାଲେ କଣ? ୫୦ ବିଧାୟକ, ୧୩ ସାଂସଦ ଶତାଧିକ ଲୋକପ୍ରତିନିଧି ଏବଂ ଲକ୍ଷ ଲକ୍ଷ କର୍ମୀ କଣ ସମସ୍ତେ ଚୋର? ଏଭଳି ଦିନ କାହିଁକି ଆସିଲା ଥରେ ଆତ୍ମଅନୁଶୀଳନ କର। ଆପଣ ୨୦୧୯ରେ ବାଲାସାହେବଙ୍କ ଆଦର୍ଶ ବିକ୍ରି କରିଦେଇଛନ୍ତି।"

wp:heading {"level":3}

ପଢନ୍ତୁ- ଉଦ୍ଧବ ଠାକରେଙ୍କୁ ନିରାଶ କଲେ ନିର୍ବାଚନ କମିଶନ: ଏକନାଥ ସିନ୍ଦେ ଏବେ ଶିବସେନା ସୁପ୍ରିମୋ, ତାଙ୍କ ହାତରେ ଧନୁ ତୀର

/wp:heading

ସେହିପରି ମୋଦୀଙ୍କ ନାଁକୁ ଉଦ୍ଧବ ଟାର୍ଗେଟ୍ କରିଥିଲେ। ଏହାର ଜବାବ ଦେଇ ସିନ୍ଦେ କହିଛନ୍ତି " କେବଳ ଭାରତରେ ନୁହେଁ ମୋଦୀ ଜୀଙ୍କ ନାଁ ସାରା ବିଶ୍ୱରେ ନିଆଯାଉଛି। ନିକଟରେ ହୋଇଥିବା ସର୍ଭେରେ ସେ ନମ୍ବର ୱାନ ନେତା ହୋଇଛନ୍ତି। ଏଥିରେ ଆପଣ କାହିଁକି ଏତେ ଇର୍ଷାନ୍ୱିତ ହେଉଛନ୍ତି। ସତକୁ ସାମ୍ନା କରନ୍ତୁ। ଏଭଳି ଭାଷା ମୋଦୀଙ୍କ ଲୋକପ୍ରିୟତାକୁ କମ୍ କରିପାରିବ ନାହିଁ।"

ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ବାସଭବନରେ ଉତ୍ସବ ପରିବେଶ ଥିବା ବେଳେ ଉଦ୍ଧବଙ୍କ ଘରେ ମାତୋଶ୍ରୀରେ ସମର୍ଥକମାନେ ଭିଡ଼ ଜମାଇଛନ୍ତି।

ନିର୍ବାଚନ କମିଶନ ବିଜେପି ଏଜେଣ୍ଟ ପରି କାମ କରୁଛି

ନିର୍ବାଚନ କମିଶନ ଶିବସେନା ନାଁ ଓ ଧନୁ ତୀର ଚିହ୍ନକୁ ସିନ୍ଦେଙ୍କୁ ଦେବା ପରେ ମହାରାଷ୍ଟ୍ର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଉଦ୍ଧବଙ୍କ ପକ୍ଷ ଇସିଙ୍କ ନିଷ୍ପତ୍ତିକୁ କଡ଼ା ସମାଲଚୋନା କରିଛି। ନିର୍ବାଚନ କମିଶନ ବିଜେପିର ଏଜେଣ୍ଟ ଭଳି କାମ କରୁଛି ବୋଲି ଉଦ୍ଧବଙ୍କ ଶିବସେନା ପ୍ରବକ୍ତା ଆନନ୍ଦ ଦୁବେ କହିଛନ୍ତି।

ଏନେଇ ଦୁବେ କହିଛନ୍ତି ଯେ ଏହି ମାମଲା ସୁପ୍ରିମକୋର୍ଟରେ ଲମ୍ବିତ ଅଛି। ତେଣୁ ଇସିଙ୍କୁ ଏହି ମାମଲାରେ ଶୁଣାଣି କରିବାର ଏତେ ଜଲ୍‌ଦି କଣଣ ଥିଲା ବୋଲି ଦୁବେ ପ୍ରଶ୍ନ କରିଛନ୍ତି। ଦୁବେ କହିଛନ୍ତି “ଆମେ ଯାହା ସନ୍ଦେହ କରୁଥିଲୁ ଇଶିଙ୍କ ନିର୍ଦ୍ଦେଶ ଠିକ୍ ସେୟା ହେଲା। ଆମେ ପୂର୍ବରୁ କହି ଆସିଛୁ ଯେ ଇସି ଉପରେ ଆମର ଭରସା ନାହିଁ। ମାମଲା ସୁପ୍ରିମକୋର୍ଟରେ ଲମ୍ବିତ ଅଛି। ତେବେ ଇସିଙ୍କର ଏଭଳି ଶୀଘ୍ର ନିଷ୍ପତ୍ତି ଜଣାଇ ଦେଉଛି ଯେ କେନ୍ଦ୍ର ସରକାରଙ୍କର ନିର୍ଦ୍ଦେଶକ୍ରମେ ସେ ବିଜେପି ଏଜେଣ୍ଟ ଭଳି କାମ କରୁଛି। ଏହାକୁ ଆମେ ଦୃଢ଼ ନିନ୍ଦା କରୁଛୁ।”

ନୂଆ ଚିହ୍ନ ନେଇ ଆଗକୁ ବଢ଼ିବ ଶିବସେନା

ସେହିପରି ସଞ୍ଜୟ ରାଉତ ମଧ୍ୟ ଇସିଙ୍କ ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି। ଏନେଇ ସେ କହିଛନ୍ତି ” ଏଥିରେ ଆମର ଚିନ୍ତା କରିବାର ନାହିଁ। ଲୋକମାନେ ଆମ ସହ ଅଛନ୍ତି। ଆମେ ନୂଆ ଚିହ୍ନ ନେଇ ଆଗକୁ ବଢ଼ିବୁ। ଜନତାଙ୍କ କୋର୍ଟରେ ପୁଣିଥରେ ଉପରକୁ ଉଠିବୁ।”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.