ଟିମ୍ ସିନ୍ଦେଙ୍କୁ ପସନ୍ଦ ଆସିଲାନି BJP ଗଣିତ, ସିଟ୍ ଆବଣ୍ଟନ ନେଇ ତେଜିଲା ବିବାଦ
21/03/2023 at 11:46 AM

ମୁମ୍ୱାଇ ୨୧/୦୩: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ଅଲ୍ ଇଜ୍ ନଟ୍ ଓ୍ନେଲ୍ । ପ୍ରତ୍ୟେକ୍ଷ ନହେଲେ ବି ପରୋକ୍ଷରେ ଏନେଇ ସଂକେତ ମିଳିଛି । ଯଦିଓ ଦୁଇ ଦଳ ତରଫରୁ କୌଣସି ଅଧିକାରୀ ଏନେଇ ସ୍ପଷ୍ଟ କରିନାହାଁନ୍ତି । କିନ୍ତୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପିରେ ୨୪୦ ସିଟ୍ରେ ନିର୍ବାଚନ ଲଢିବେନି ବୋଲି ଘୋଷଣା ଶିବସେନାକୁ ଚିନ୍ତାରେ ପକାଇଛି । ଏହାକୁ ନେଇ ଏହି ମେଣ୍ଟ ବିରୋଧୀଙ୍କ ପକ୍ଷରୁ ଆରମ୍ଭ ହୋଇଗଲାଣି ବୟାନବାଜି ।
ଗତ ସପ୍ତାହରେ ବିଜେପିର ମହାରାଷ୍ଟ୍ର ପ୍ରମୁଖ ଚନ୍ଦ୍ରଶେଖର ଓ୍ୱାବନକୁଲେ କହିଥିଲେ ପାର୍ଟି ବିଧାନସଭା ନିର୍ବାଚନରେ ୨୪୦ ସିଟ୍ରେ ଲଢିବ । ଏଥିରୁ ସଂକେତ ମିଳୁଛି ଯେ, ସିନ୍ଦେଙ୍କ ଶିବସେନା ଖାତାରେ ମୋଟ ୪୮ ସିଟ୍ ଆସିବ । ଓ୍ୱାବନକୁଲେ ଆହୁରି କହିଛନ୍ତି ଆମେ ୨୪୮-୨୫୦ ସିଟ୍ରେ ନିର୍ବାଚନ ଲଢିବୁ । ସିନ୍ଦେ ଗୋଷ୍ଠୀ ପାଖରେ ୪୮-୫୦ରୁ ଅଧିକ ନେତା ନାହାଁନ୍ତି, ଯିଏ କି ଲିର୍ବାଚନ ଲଢିବେ ।
ଏହା ଉପରେ ଶିବସେନା ବିଧାୟକ ସଞ୍ଜୟ ଶିରସତ କହିଛନ୍ତି ଆମେ କଣ ବୋକା ଯେ, ଏତିକି ସିଟ୍ରେ ଲଢିବାକୁ ରାଜି ହୋଇଯିବୁ । ଶିବସେନା ୧୩୦ ରୁ ୧୩୫ ସିଟ୍ କମ୍ ହେଲେ ରାଜି ହେବନି । ବିଜେପିକୁ ଏହା ମନେ ରଖିବାକୁ ହେବ ଯେ, ତାଙ୍କର ଗଠବନ୍ଧନ ବାଲ ଠାକରେଙ୍କ ଦ୍ୱାରା ଗଠିତ ଅସଲ ଶିବସେନା ଅଟେ ।
ଏହା ଦେଖିବା ପରେ ଯାହା ଜଣାପଡୁଛି ଦୁଇ ଦଳ ଏବେ ଡ୍ୟାମେଜ କଣ୍ଟ୍ରେଲ ମୋଡରେ ଅଛି । ଓ୍ୱାବନକୁଲେଙ୍କ କହିବା ଅନୁଯାୟୀ ବିଜେପି ଏବଂ ସିନ୍ଦେଙ୍କ ଶିବସେନା ମଧ୍ୟରେ ଏବେ ଯାଏଁ ସିଟ୍ ଆବଣ୍ଟନ ଫର୍ମୁଲା ନିଷ୍ପତ୍ତି ହୋଇନି । ସିନ୍ଦେ କ୍ୟାମ୍ପ ବି ଏଇ କଥାକୁ ଦୋହରାଇଛି ଏବଂ କହିଛି ଆମ ମଧ୍ୟରେ କୌଣସି ଝଗଡା ନାହିଁ ବରଂ ସମ୍ପର୍କ ଭଲ ଅଛି ।