‘ମୁଁ କହିବା ଆରମ୍ଭ କଲେ ଭୂମିକମ୍ପ ଆସିବ’, ଦେଶଦ୍ରୋହୀ କୁହାଯିବା ଉପରେ ସିନ୍ଦେଙ୍କ ଜବାବ

Published By : Prameya-News7 Bureau | July 30, 2022 IST

ମୁମ୍ୱାଇ: ନିଜ ଗୋଷ୍ଠୀର ନେତାଙ୍କୁ ଦେଶଦ୍ରୋହୀ କହି ସମ୍ୱୋଧିତ କରାଯିବା ଉପରେ ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କୁ କଡା ଜବାବ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଉଦ୍ଧବ ଠାକରେଙ୍କୁ ପରୋକ୍ଷରେ ଚେତାବନୀ ଦେଇ ସିଏମ ସିନ୍ଦେ କହିଛନ୍ତି, 'ଯଦି ମୁଁ କହିବା ଆରମ୍ଭ କରିବି ତେବେ ଭୂମିକମ୍ପ ଆସିବ । ଏନସିପି ଏବଂ କଂଗ୍ରେସ ସହ ମେଣ୍ଟ କରିବା ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ ଦିବଙ୍ଗତ ଶିବସେନା ନେତା ଆନନ୍ଦ ଦିଘେଙ୍କ ସହ କଣ ଘଟିଥିଲା ତାହା ସବୁ ଜାଣିଛି ବୋଲି ସେ କହିଛନ୍ତି।

ଏକନାଥ ସିନ୍ଦେ ନିଜ ଗୁରୁ ଦିଘେଙ୍କ କଥା ଉଲ୍ଲେଖ କରି କହିଛନ୍ତି, ଧର୍ମବୀରଙ୍କ ସହ ଯାହା ଘଟିଥିଲା ମୁଁ ତାର ସାକ୍ଷୀ ଥିଲେ । ଦିଘେଙ୍କ ଗଣତି ଶିବସେନାର ବଡ଼ ନେତାଙ୍କ ମଧ୍ୟରେ ହେଉଥିଲେ, ୨୦୦୨ ମସିହାରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ଯେବେଠୁ ଶିବସେନାର ବିଧାୟକ ଦୁଇ ଗୋଷ୍ଠୀରେ ଭାଗ ହୋଇଛନ୍ତି, ସେବେଠୁ ଉଦ୍ଧବ ଠାକରେ ସିଏମ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ବିଧାୟକଙ୍କୁ ଦେଶଦ୍ରୋହୀ କହି ସମ୍ୱୋଧିତ କରୁଛନ୍ତି ।   

ମାଲେଗାଁଓରେ ଏକା ରାଲିକୁ ସମ୍ୱୋଧିତ କରି ସିନ୍ଦେ କହିଛନ୍ତି, ବାଲା ସାହେବ ଠାକରେଙ୍କ ଶିବସେନାର ରକ୍ଷା ପାଇଁ ସେ ଏପରି କରିଛନ୍ତି । ସେ କହିଛନ୍ତି, 'ଯଦି ମୁଁ ସାକ୍ଷାତକାର ଦେବା ଆରମ୍ଭ କରିବି ତେବେ ଭୂମିକମ୍ପ ଆସିବ... କିଛି ଲୋକଙ୍କ ବିପରୀତ, ମୁଁ ପ୍ରତିବର୍ଷ ଛୁଟି ବିତାଇବା ପାଇଁ କେବେ ବିଦେଶ ଯାତ୍ରା କରି ନାହିଁ । ମୁଁ ସବୁବେଳେ ଶିବସେନା ଏବଂ ଏହାର ବିକାଶ କଥା ଚିନ୍ତା କରୁଥିଲେ' । ଏହାସହ ସିଏମ ସିନ୍ଦେ କହିଛନ୍ତି, ବାଲା ସାହେବ ଠାକରେଙ୍କ ବୋହୂ ସ୍ମିତା ଠାକରେ ଏବଂ ତାଙ୍କର ବଡ଼ ନାତି ନିହାର ଠାକରେ ତାଙ୍କର ସମର୍ଥନ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.