କୋଭିଡ-ଟେଷ୍ଟ କରିବାକୁ ମନା କରିଦେଲେ ରେଖା : ଘରକୁ ସାନିଟାଇଜ କରିବାକୁ ଦେଲେ ନାହିଁ ଅନୁମତି

Published By : Prameya-News7 Bureau | July 15, 2020 IST

ମୁମ୍ବାଇ ୧୫/୭: ବଲିଉଡ ଅଭିନେତ୍ରୀ ରେଖା ନିଜ ବଙ୍ଗଳାରେ କ୍ବାରେଣ୍ଟାଇନରେ ଅଛନ୍ତି। ରେଖାଙ୍କ ସିକ୍ୟୁରିଟି ଗାର୍ଡ଼ ପରେ ୨ଜଣ ଘରୋଇ ସହଯୋଗୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହି ଲୋକମାନେ ସଂକ୍ରମିତ ଜଣା ପଡ଼ିବା ପରେ ରେଖାଙ୍କ ବଙ୍ଗଳାକୁ ସିଲ୍ କରି ଦିଆଯାଇଛି।

{"id":300803,"sizeSlug":"large"}

ବିଏମସି ମାମଲାର ଗମ୍ଭୀରତାକୁ ବୁଝି ଏମାନଙ୍କୁ କ୍ବାରେଣ୍ଟାଇନରେ ପଠାଇ ଦେଇଛି। ଏହା ପରେ ଯେତେବେଳେ ଟିମ୍ ରେଖାଙ୍କ ଘରକୁ ପହଞ୍ଚିଥିଲା ସେତେବେଳେ ରେଖା ଟେଷ୍ଟ କରାଇବାକୁ ମନା କରି ଦେଇଛନ୍ତି। ରେଖା ତାଙ୍କୁ ଘର ଭିତରକୁ ଆସିବାକୁ ମନା କରି ଦେଇଛନ୍ତି।

{"id":300804,"sizeSlug":"large"}

 ବିଏମସି ଟିମ୍ ଯେତେବେଳେ ରେଖାଙ୍କୁ କରୋନା ଟେଷ୍ଟ କରାଇବା ପଚାରିଥିଲେ ସେତେବେଳେ ରେଖାଙ୍କ ମ୍ୟାନେଜର ଫରଜାନା ତାଙ୍କୁ ନିଜ ନମ୍ବର ଦେଇ ପରେ କଥା ହେବାକୁ କହି ଦେଇଥିଲେ। ରେଖା ବିଏମସି ଟିମକୁ ନିଜ ଘରେ ସାନିଟାଇଜର ପକାଇବାକୁ ମଧ୍ୟ ଅନୁମତି ଦେଇ ନାହାନ୍ତି। ଏହା ପରେ ଟିମ୍ ରେଖାଙ୍କ ଘର ବାହାରେ ସାନିଟାଇଜ କରି ନିଜ କାମ ପୂରା କରିବାକୁ ଉଦ୍ୟମ କରିଛନ୍ତି।

{"id":300806,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.