ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଛାତ୍ର ଅଶାନ୍ତି, ଅଧ୍ୟକ୍ଷଙ୍କ ବଦଳି ଦାବିରେ ଧାରଣା

Published By : Prameya-News7 Bureau | December 23, 2021 IST

ଉଦଳା, ୨୩/୧୨:   ଉଦଳା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଦେଖାଦେଇଛି ଅଶାନ୍ତି । ଛାତ୍ରଛାତ୍ରୀମାନେ ବିଭିନ୍ନ ଦାବିରେ ଆବାସିକ ବିଦ୍ୟାଳୟ ପରିସରରେ ଧାରଣା ଦେଇଛନ୍ତି ।

 ଗୁରୁବାର ଶତାଧିକ ଛାତ୍ରଛାତ୍ରୀ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ବଦଳି ଦାବି କରିଛନ୍ତି । ଏପରିକି ଅଧ୍ୟକ୍ଷଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଏହା ସହିତ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ବିଦ୍ୟାଳୟରେ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି ଯେ, ଅଧ୍ୟକ୍ଷଙ୍କୁ ଅତିଶୀଘ୍ର ବଦଳି କତରାଯାଉ । ସେମାନଙ୍କୁ ୟୁନିଫର୍ମ ବି ମିଳିନି । ଏପରିକି ଖରାପ ଖାଦ୍ୟ ଦିଆଯାଉଥିବା ସେମାନେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.