ଆସନ୍ତାକାଲି ଶୁକ୍ରବାର ସହ ଏକାଦଶୀ ଯୋଗ : ଦକ୍ଷିଣାବର୍ତ୍ତୀ ଶଙ୍ଖରେ କରନ୍ତୁ ଲକ୍ଷ୍ମୀ ନାରାୟଣଙ୍କର ଅଭିଷେକ , ପାଇବେ ଅଖଣ୍ଡ ସୌଭାଗ୍ୟ

Published By : Prameya-News7 Bureau | November 21, 2019 IST

ନଭେମ୍ବର ୨୨ତାରିଖ ଅର୍ଥାତ୍ ଆସନ୍ତା କାଲି ଏକାଦଶୀ। ଏହି ଦିନ ଭଗବାନ ବିଷ୍ଣୁଙ୍କ ପାଇଁ ବ୍ରତ ରଖାଯାଇଥାଏ ଏବଂ ବିଶେଷ ପୂଜା କରାଯାଇଥାଏ। ବିଷ୍ଣୁଙ୍କ ସହ ମାଆ ଲକ୍ଷ୍ମୀଙ୍କ ପୂଜା କରିବା ଦ୍ବାରା ଧନ ସମ୍ବନ୍ଧୀୟ କାମରେ ଆସୁଥିବା ସମସ୍ୟା ମଧ୍ୟ ଦୂରେଇ ଯାଇଥାଏ। ତେବେ ଆସନ୍ତୁ ଜାଣିବା ଏହି ଦିନ ପୂଜା-ପାଠ ସହ ଜଡ଼ିତ କେଉଁ କେଉଁ ଶୁଭ କାମ କରାଯାଇପାରିବ।

wp:list
  • ଭଗବାନ ବିଷ୍ଣୁ ଏବଂ ମହାଲକ୍ଷ୍ମୀଙ୍କ ଅଭିଷେକ ଦକ୍ଷିଣାବର୍ତ୍ତୀ ଶଙ୍ଖ ଦ୍ବାରା କରନ୍ତୁ। କ୍ଷୀରରେ କେଶର ମିଶାନ୍ତୁ ଏବଂ ଶଙ୍ଖରେ କ୍ଷୀର ମିଶାଇ ଅଭିଷେକ କରନ୍ତୁ। ଦୀପ ଜଳାନ୍ତୁ। ପୂଜାରେ ଲକ୍ଷ୍ମୀ ମନ୍ତ୍ର- ଓଁ ଶ୍ରୀଂ ହ୍ରୀଂ ଶ୍ରୀଂ କମଳେ କମଳାଲୟେ ପ୍ରସୀଦ ପ୍ରସୀଦ ଓଁ ଶ୍ରୀଂ ହ୍ରୀଂ ଶ୍ରୀଂ ମହାଲକ୍ଷ୍ମୟୈ ନମଃ। ୧୦୮ଥର ଏହି ମନ୍ତ୍ର ଜପ କରନ୍ତୁ।
  • ଭଗବାନ ବିଷ୍ଣୁଙ୍କ ସହ ବସିଥିବା ମାତା ଲକ୍ଷ୍ମୀଙ୍କ ପୂଜା କରନ୍ତୁ। ଘିଅର ଦୀପ ଜଳାନ୍ତୁ। ଲାଲ ଗୋଲାପ ଫୁଲ ଅର୍ପଣ କରନ୍ତୁ। କ୍ଷୀରରେ ହୋଇଥିବା ମିଠା ଭୋଗ କରନ୍ତୁ।
  • ଲକ୍ଷ୍ମୀଙ୍କ ମନ୍ଦିରକୁ ଯାଆନ୍ତୁ ଏବଂ ମାଆଙ୍କୁ ପଦ୍ମ ଫୁଲ ଅର୍ପଣ କରନ୍ତୁ। ଧଳା ମିଠା ଭୋଗ କରନ୍ତୁ।
  • ସନ୍ଧ୍ୟାରେ ଓସ୍ତ ଗଛ ତଳେ,ପଞ୍ଚମୁଖୀ ଦୀପ ଜଳାନ୍ତୁ। ବିଷ୍ଣୁ ଏବଂ ମାଆ ଲକ୍ଷ୍ମୀଙ୍କୁ ଆର୍ଥିକ ସମସ୍ୟା ଦୂର କରିବା ପାଇଁ ପ୍ରାର୍ଥନା କରନ୍ତୁ।
  • ମାଆ ଲକ୍ଷ୍ମୀଙ୍କ ଚରଣରେ ଶ୍ରୀଯନ୍ତ୍ର ରଖି ଏହାର ପୂଜା କରନ୍ତୁ। ପୂଜା ପରେ ଶ୍ରୀଯନ୍ତ୍ର ଲକରରେ ରଖନ୍ତୁ।
  • ଘରର ଉତ୍ତର-ପୂର୍ବ ଦିଗରେ ଗାଈର ଶୁଦ୍ଧ ଘିଅରେ କେଶର ପକାଇ ଦୀପ ଜଳାନ୍ତୁ।
  • ଲକ୍ଷ୍ମୀଙ୍କ ପୂଜା କରିବା ସମୟରେ ଚାନ୍ଦିର ମୁଦ୍ରା ପୂଜା ଥାଳିରେ ରଖନ୍ତୁ। ପୂଜା ପରେ ଏହି ମୁଦ୍ରାକୁ ଲକରରେ ରଖନ୍ତୁ।
  • ଆସନ୍ତା କାଲି ସନ୍ଧ୍ୟାରେ ମାଆ ଲକ୍ଷ୍ମୀଙ୍କ ମୂର୍ତ୍ତିର ପୂଜା କରନ୍ତୁ। ପୂଜାରେ ମାଆ ଲକ୍ଷ୍ମୀଙ୍କ ଚରଣରେ ୭ଟି କଉଡ଼ି ରଖି ଦିଅନ୍ତୁ। ପୂଜା ପରେ ଏହି କଉଡ଼ି ଲକରରେ ରଖି ପାରିବେ।
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.