ଯୁଦ୍ଧରେ ଆମେ ଜିତିବୁ ନହେଲେ ପୂରା ବିଶ୍ୱ ଧ୍ୱଂଶ ପାଇଯିବ: ପୁଟିନଙ୍କ ସହଯୋଗୀ

Published By : Prameya-News7 Bureau | December 17, 2022 IST

ମସ୍କୋ: ଋଷ-ୟୁକ୍ରେନ୍ ଯୁଦ୍ଧ ଏବେ ବିନାଶରେ ହିଁ ଶେଷ ହେବ। ସେ ୟୁକ୍ରେନ୍‌ର ବିନାଶ ହେଉ କିମ୍ବା ସାରା ବିଶ୍ୱର। କିଛି ଏଭଳି ଚେତାବନୀ ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହଯୋଗୀ ଆଲେକ୍ସେଣ୍ଡାର ଡଗିନ। ସେ କହିଛନ୍ତି ଯେ ଯୁଦ୍ଧ ଋଷ ଜିତିବ ନହେଲେ ପୂରା ବିଶ୍ୱ ଧ୍ୱଂଶ ହେବ। ଏପଟେ ଋଷ ସୈନିକଙ୍କ ବିଫଳତା ପରେ ନୂଆ ବର୍ଷ ଆରମ୍ଭରେ ଋଷ ସ୍ଥଳ ଭାଗରେ ବଡ଼ ଧରଣର ଆକ୍ରମଣ କରିବ ବୋଲି ୟୁକ୍ରେନ୍ ଅଭିଯୋଗ କରୁଛି।

ଭାରତୀୟ ଚ୍ୟାନେଲ୍ ଟିଭି-୯ ଭାରତବର୍ଷକୁ ସାକ୍ଷାତକାର ଦେଇ ଏପରି କହିଛନ୍ତି ଡଗିନ। ସେ କହିଛନ୍ତି ଯେ ଯୁଦ୍ଧ କୌଣସି ଗୋଟିଏ ଦେଶ ପାଇଁ ନୁହେଁ ଏହା ପୂରା ମାନବିକତା ବିରୋଧରେ।

ତେବେ ଯୁଦ୍ଧର ପରିଣାମ ସମ୍ପର୍କରେ ପଚାରିବାରୁ ଡଗିନ କହିଛନ୍ତି ଯେ ଏହାର ଦୁଇଟି ପରିଣାମ ହୋଇପାରେ। ଆମେ ଜିତିଲା ପରେ ଯୁଦ୍ଧ ବନ୍ଦ ହୋଇପାରେ। ତେବେ ଏହା ଏତେ ସହଜ ନୁହେ। ତେବେ ଦ୍ୱିତୀୟ ପରିଣତି ହେଲା ପୂରା ବିଶ୍ୱ ନଷ୍ଟ ହେଲା ପରେ ଯାଇ ଯୁଦ୍ଧ ବନ୍ଦ ହୋଇପାରେ। ଆମେ ଜିତିବୁ ନହେଲେ ପୂରା ବିଶ୍ୱ ଧ୍ୱଂଶ ହେବ।

ଯୁଦ୍ଧର ବିଜୟ ବିନା ଆମେ ଅନ୍ୟ କୌଣସି ସମାଧାନ ଚାହୁଁନା। ୟୁକ୍ରେନ୍ ଆତଙ୍କବାଦୀଙ୍କ ଦ୍ୱାରା  ତାଙ୍କ ଝିଅର ମୃତ୍ୟୁ ହୋଇଥିବା ସେ ଅଭିଯୋଗ କରି ଝିଅକୁ ମନେ ପକାଇ ଏପରି କହିଛନ୍ତି ଡଗିନ।

ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହାକୁ ବନ୍ଦ କରିବା କିମ୍ବା ଶାନ୍ତି ପ୍ରତିଷ୍ଠା ନେଇ କୌଣସି ଆଲୋଚନା ହେଉ ନାହିଁ। ଫେବ୍ରୁଆରୀ ୨୪ ତାରିଖରେ ଋଷ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପରଠାରୁ ଶହ ଶହ ଲୋକଙ୍କର ମୃତ୍ୟୁ ହେବା ସହିତ ହଜାର ହଜାର ଘର ଛାଡ଼ି ପଳାଇ ଲେଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.