ଅଷ୍ଟମ କମଲ ଗାଙ୍ଗୁଲି କ୍ରୀଡା ପୁରସ୍କାର: ପିଟର ତିର୍କୀଙ୍କୁ ଲାଇଫ ଟାଇମ୍ ଆଚିଭିମେଣ୍ଟ ଏବଂ ହରିପ୍ରସାଦ ପଟ୍ଟନାୟକଙ୍କୁ ମିଳିଲା ଶ୍ରେଷ୍ଠ କୋଚ୍ ପୁରସ୍କାର

Published By : Prameya-News7 Bureau | November 19, 2021 IST

ଭୁବନେଶ୍ୱର ୧୯।୧୧୩; ଆଜି ରାଜ୍ୟର ଅଗ୍ରଣୀ କ୍ରୀଡା ଅନୁଷ୍ଠାନ ସହିଦ ସ୍ପୋର୍ଟିଂ କ୍ଲବ ତରଫରୁ ୨୦୨୦-୨୧ ବର୍ଷ ପାଇଁ ଅଷ୍ଟମ କମଲ ଗାଙ୍ଗୁଲି କ୍ରୀଡା ପୁରସ୍କାର କ୍ଲବ ପ୍ରାଙ୍ଗଣରେ ବିତରଣ କରା ଯାଇଛି। ପିଟର ତିର୍କୀଙ୍କୁ ଲାଇଫ ଟାଇମ ଅଚିଭିମେଂଟ ପୁରସ୍କାର ମିଳିଥିବା ବେଳେ କରାଟେ କୋଚ ହରିପ୍ରସାଦ ପଟ୍ଟନାୟକଙ୍କୁ ଶ୍ରେଷ୍ଠ କୋଚ୍ ପୁରସ୍କାର ମିଳିଛି। ଏହି କ୍ରୀଡା ପୁରସ୍କାର ୨୦୧୨ ମସିହାରୁ ଆରମ୍ଭ କରା ଯାଇଛି, ଯାହାର ପ୍ରୟୋଜକ ଅଛନ୍ତି ମାରୁତି ଇଷ୍ଟେଟ ଇଣ୍ଡିଆ ପ୍ରା ଲିମିଟେଡ଼। ରାଜ୍ୟର ସମସ୍ତ ନାମୀ କ୍ରୀଡା ସାମ୍ବାଦିକ, ମାରୁତି ଇଣ୍ଡିଆ ପ୍ରା ଲିମିଟେଡ଼ ର ଏମ.ଡି ଜିତେନ୍ଦ୍ର ପ୍ରସାଦ ସିଂ ଓ ସହିଦ ସ୍ପୋଟି ର ସମ୍ପାଦକ ପଙ୍କଜ ପଟ୍ଟନାୟକଙ୍କୁ ନେଇ ଗଠିତ ଚୟନ କମିଟି ଶ୍ରେଷ୍ଠ କୋଚ୍ ପାଇଁ କରାଟେ କୋଚ୍ ହରି ପ୍ରସାଦ ପଟ୍ଟନାୟକ ଏବଂ ଲାଇଫ ଟାଇମ ଅଚିଭିମେଂଟ ପାଇଁ ପୂର୍ବତନ ହକି ଖେଳାଳୀ ପିଟର ତିର୍କୀଙ୍କୁ ମନୋନୀତ କରିଥିଲେ।

ଆଜି ଅପରାହ୍ନରେ ସହିଦ ସ୍ପୋର୍ଟିଂ ପ୍ରାଙ୍ଗଣରେ ଏହି ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଏବଂ ଓସିଏର ସମ୍ପାଦକ ସଞ୍ଜୟ ବେହେରା ଓ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡା.ବିଶ୍ୱଜିତ ମିଶ୍ର ଅତିଥି ଭାବରେ ଯୋଗଦେଇ ଥିଲେ। କରାଟେ କୋଚ ହରିପ୍ରସାଦ ପଟନାୟକଙ୍କୁ ଶ୍ରେଷ୍ଟ କୋଚ ଏବଂ ପିଟର ତିର୍କୀଙ୍କୁ ଲାଇଫ ଟାଇମ ଅଚିଭିମେଂଟ ପୁରସ୍କାର ବାବଦରେ ମାନପତ୍ର ସହିତ ନାଗଦ ଅର୍ଥ ପୁରସ୍କାର ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ବିଗତ ବର୍ଷ ମାନଙ୍କରେ ସଫଳତା ପାଇଁ କ୍ଲବର ଖେଳାଳିମାନଙ୍କୁ ପୁରସ୍କୃତ କରା ଯାଇଥିଲା। ଦେବାଶିଷ ମହାନ୍ତି, ରଶ୍ମି ରଞ୍ଜନ ପରିଡା, ପି.ଜୟଚନ୍ଦ୍ରଙ୍କ ପରି ବିଗତ ଦିନର ଖେଳାଳି ତଥା କ୍ଲବର ବରିଷ୍ଠ ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। କ୍ଲବର ସମ୍ପାଦକ ପଙ୍କଜ ପଟନାୟକ ଙ୍କ ସହିତ କ୍ଲବ କୋଷଧକ୍ୟ ନିକୁଞ୍ଜ ମହାନ୍ତି ଏହି ପୁରସ୍କାର ଉତ୍ସବ କୁ ପରିଚାଳନା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.