ପାରାଦୀପରେ ଜାହାଜରୁ ମିଳିଲା ୮ଟି ସନ୍ଦିଗ୍ଧ ପ୍ୟାକେଟ୍, ସିଆଇଏସଏଫ ଓ ଡଗ୍ ସ୍କ୍ୱାଡ୍ ପକ୍ଷରୁ ଯାଞ୍ଚ

Published By : Prameya-News7 Bureau | December 01, 2023 IST

ପାରାଦୀପ ୧।୧୨: ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ଚାଞ୍ଚଲ୍ୟ । ବର୍ଥରେ ଲାଗିଥିବା ଏକ ଜାହାଜ ଭିତରୁ ମିଳିଛି ୮ଟି ସନ୍ଦେହଜନକ ପ୍ୟାକେଟ୍ । ଜାହାଜରେ ପୋଲିସ, ସିଆଇଏସଏଫ ଓ ଡଗ୍ ସ୍କ୍ୱାଡ୍ ପକ୍ଷରୁ ଯାଞ୍ଚ କରାଯାଇଛି । ଏହି ଜବତ ୮ଟି ପ୍ୟାକେଟ୍ କଷ୍ଟମ୍ସ ବିଭାଗକୁ ହସ୍ତାନ୍ତର କରାଯାଇଛି । ପିଆଇସିଟି ବର୍ଥରେ ଲାଗିଥିବା MV DEBI ନାମକ ଜାହାଜରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ଜାହାଜଟି ରାତିରେ ବର୍ଥରେ ଲାଗିବା ପରେ କଷ୍ଟମ୍ସ ବିଭାଗ ପକ୍ଷରୁ ଯାଞ୍ଚ କରାଯିବା ସମୟରେ ଏହି ୮ଟି ପ୍ୟାକେଟ୍ ମିଳିଥିଲା । ତେବେ ଜାହାଜର କର୍ମଚାରୀ ଏହା କ’ଣ ଓ କିଏ ରଖିଛି ତାହା କହିପାରିନଥିଲେ । ଫଳରେ ପାରାଦୀପ ଆଦର୍ଶ ଥାନା, ସିଆଇଏସଏଫ ଓ ଡଗ୍ ସ୍କ୍ୱାଡ୍କୁ ଖବର ଦିଆଯାଇଥିଲା । ଯାଞ୍ଚ ସମୟରେ ଏହି ପ୍ୟାକେଟ୍‌ର ଜରିକୁ ଖୋଲିବା ପରେ, ସେଥିରେ ଧଳା ରଙ୍ଗର କିଛି ଜିନିଷ ମିଳିଛି । ସମସ୍ତ ୮ଟି ପ୍ୟାକେଟକୁ କଷ୍ଟମ୍ସ ବିଭାଗକୁ ହସ୍ତାନ୍ତର କରାଯାଇଥିବା ବେଳେ ଶୁକ୍ରବାର ଏହାର ଯାଞ୍ଚ କରାଯିବ । ତେବେ ରାତି ଠାରୁ ବର୍ଥରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

You Can Read :

wp:embed {"url":"https://www.prameyanews7.com/chandaka-police-arrests-murder-accused-mithun-jena/","type":"wp-embed","providerNameSlug":"prameya-news-7"}
https://www.prameyanews7.com/chandaka-police-arrests-murder-accused-mithun-jena/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.