AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ପୋଲିସକୁ ସଫଳତା : ୮ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ, ଅନେକ ମାରଣାସ୍ତ୍ର ସହ ଗୁଳିଗୋଳା ଜବତ

29/11/2020 at 2:37 PM

ସାନଖେମୁଣ୍ଡି ୨୯।୧୧: ଗଞ୍ଜାମ ଜିଲ୍ଲା ଆସିକା ପୋଲିସ କୁ ମିଳିଛି ବଡ଼ ଧରଣର ସଫଳତା।ଏକା ଥରରେ ଆସିକା ପୋଲିସ ଦ୍ୱାରା ଆଠ ଜଣ ଦୁର୍ଦାନ୍ତ ଅପରାଧୀ ଗିରଫ ହୋଇଥିବା ବେଳେ ସେମାନଙ୍କ ନିକଟର ଜବତ ହୋଇଛି। ବିଭିନ୍ନ ପ୍ରକାର ମାରଣା ଅସ୍ତ୍ର , ଦଶଟି ମାଉଜର, ୫୩ ରାଉଣ୍ଡ ଜୀବନ୍ତ ଗୁଳି ୧୨ଟି ବୋମା ତା ସହିତ ଜବତ ହୋଇଛି ଚାରଟି ବାଇକ।

ଖବର ଅନୁଯାୟୀ, ଜିଲ୍ଲାକୁ ଅପରାଧୀ ମୁକ୍ତ କରିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି ।  ତେବେ ଅପରାଧୀ ମାନଙ୍କୁ ଗିରଫ କରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ଟିମରେ ଆସିକା ଥାନା ଅଧିକାରୀ ପ୍ରଶାନ୍ତ ସାହୁ, ବଡଗଡ଼ ଥାନା ଅଧିକାରୀ ଓ ଧରାକୋଟ ଥାନା ଅଧିକାରୀ ସାମିଲ ଥିଲେ । ଆସିକା ଧରାକୋଟ ବଡଗଡ଼ ଗାଙ୍ଗପୁର ଥାନା ଅଞ୍ଚଳରେ ବିଭିନ୍ନ ହତ୍ୟା ଏବଂ ହତ୍ୟା ଉଦ୍ୟମ, ଚୋରି ଡକାୟତି ଭଳି ବିଭିନ୍ନ ସଙ୍ଗୀନ ମାମଲା ରହିଥିବା ନେଇ ପୋଲିସ କହିଛି । ଏମାନଙ୍କ ଉପରେ ସ୍ୱତନ୍ତ୍ର ନଜର ରଖି ପୋଲିସ ଧରିବାରେ ସକ୍ଷମ ହୋଇଛି। ପୋଲିସ ସେମାନଙ୍କ ନିକଟରୁ ବିଭିନ୍ନ ପ୍ରକାର ମାରଣା ଅସ୍ତ୍ର , ଦଶଟି ମାଉଜର, ୫୩ ରାଉଣ୍ଡ ଜୀବନ୍ତ ଗୁଳି ୧୨ଟି ବୋମା ତା ସହିତ ଜବତ ହୋଇଛି ଚାରଟି ବାଇକ।

   Related Posts