ଜର୍ମାନୀର ୨ଟି ବାର୍‌ରେ ଗୁଳିକାଣ୍ଡ : ୮ ମୃତ, ୫ ଆହତ

Published By : Prameya-News7 Bureau | February 20, 2020 IST

ହନାଉ ୨୦।୨: ଜର୍ମାନୀର ବାରରେ ଗୁଳିକାଣ୍ଡ । ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ଜଣ ଆହତ ହୋଇଛନ୍ତି । ଜର୍ମାନୀର ୨ଟି ବାରରେ ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଛି । ଏହି ଗୁଳିକାଣ୍ଡରେ ପ୍ରାୟ ୮ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୫ଜଣ ଗୁରୁତର ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଜର୍ମାନୀର ହନାଉ ସହରରେ ଥିବା ୨ଟି ବାରରେ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି । ଆକ୍ରମଣକାରୀମାନେ ଯୋଜନାବଦ୍ଧ ଭାବେ ୨ଟି ବାର ଉପରେ ଆକ୍ରମଣ କରିଥିଲେ । ପୋଲିସର ସୂଚନା ଅନୁଯାୟୀ, ହନାଉ ସହରର ବାର ଉପରେ ୨ ଜଣ ଦୁର୍ବୃତ୍ତ ବିଳମ୍ବିତ ରାତିରେ ଆଖିବୁଜା ଗୁଳିଚାଳନା କରିଥିଲେ । ସେହି ସମୟରେ ବାରରେ ଅନେକ ଲୋକ ଥିଲେ ।

ଗୁଳିକାଣ୍ଡ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଖସିଯାଇଥିବା ବେଳେ ଆହତମାନଙ୍କୁ ହସ୍ପିଟାଲ ନିଆଯାଇଥିଲା । ପୋଲିସ ଘଟଣାର ତଦନ୍ତ କରୁଛି । ଦୁର୍ବୃତ୍ତମାନେ ଅଚାନକ ବାର ଭିତରକୁ ପ୍ରବେଶ କରିଥିଲେ । ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.